ଅଗ୍ନିବୀରଙ୍କ ଦୁଃଖ

ଦେଶରେ କ୍ରମାଗତ ବେକାରି ସମସ୍ୟା ବଢ଼ିବାରୁ କେନ୍ଦ୍ର ସରକାରଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ସେଥିପାଇଁ ସରକାର ସମାଲୋଚନାର ରାଜନୈତିକ ସମାଧାନ ଭାବେ ୨୦୨୨ ଜୁନ୍‌ରେ ‘ଅଗ୍ନିପଥ’ ନାମକ ଏକ ସ୍କିମ୍‌ ଆଣିଲେ। ସେନାରେ ସାମୟିକ ଭାବେ ଯେଉଁମାନେ ନିଯୁକ୍ତି ପାଇବେ ବୋଲି ଯୋଜନାରେ କୁହାଗଲା, ସେମାନଙ୍କୁ ‘ଅଗ୍ନିବୀର’ ଆଖ୍ୟା ଦିଆଗଲା। ଏଥିଲାଗି ଭାରତୀୟ ସେନାରେ ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ସକାଶେ ବ୍ୟବସ୍ଥା ମଧ୍ୟ ରହିଲା। କିନ୍ତୁ ସେମାନେ ବିଧିବଦ୍ଧ ସୈନିକଙ୍କ ଭଳି ପେନ୍‌ସନ୍‌ କିମ୍ବା ଅନ୍ୟାନ୍ୟ ସୁବିଧା ପାଇବେ ନାହିଁ ବୋଲି ସ୍କିମ୍‌ରେ ଉଲ୍ଲେଖ ରହିଲା। ସେତେବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା ଓ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିଲା। ଏତେ ସତ୍ତ୍ୱେ କିଛି ବର୍ଷ ପାଇଁ ହେଉ ପଛେ ଖଣ୍ଡେ ଚାକିରି କରିବା ଲାଗି ଯୁବବର୍ଗଙ୍କ ମଧ୍ୟରୁ କିଛି ଅଗ୍ନିବୀର ଭାବେ ସେନାରେ ଯୋଗ ଦେଇଥିଲେ। ଏହାକୁ ଦେଖିଲେ ଅଗ୍ନିବୀର ଭାବେ ଯୋଗ ଦେଇଥିବା ଯୁବକମାନଙ୍କର ବ୍ୟାକୁଳତାରୁ ସେମାନଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ବୁଝିହେଉଛି।
ଏବେ ଖବର ମିଳିଛି ଅଗ୍ନିବୀର ଭାବେ ପଞ୍ଜାବର ମନ୍‌ସା ଅଞ୍ଚଳର ୧୯ ବର୍ଷୀୟ ଅମ୍ରିତ୍‌ପାଲ୍‌ ସିଂଙ୍କର ୧୧ ଅକ୍ଟୋବରରେ ମୃତ୍ୟୁ ଘଟିଛି, ଯାହା ଅଗ୍ନିବୀରଙ୍କ ମଧ୍ୟରେ ପ୍ରଥମ ଘଟଣା। ହ୍ବାଇଟ୍‌ ନାଇଟ୍‌ କର୍‌, ଯେଉଁଥିରେ ଅମ୍ରିତ୍‌ପାଲ୍‌ ସିଂ କଶ୍ମୀରର ଅଶାନ୍ତ ଅଞ୍ଚଳ ରଜୌରୀରେ ସନ୍ତ୍ରୀ ଡ୍ୟୁଟି କରୁଥିଲେ, ତାଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ମୃତ୍ୟୁ ଘଟିଛି। ଯଦି ତାହା ହୋଇଥାଏ, ପ୍ରଥମ ପ୍ରଶ୍ନ ହୋଇପାରେ ଯେ ଅମ୍ରିତ୍‌ପାଲ୍‌ଙ୍କ ଭଳି ଅନ୍ୟ ସବୁ ଅଗ୍ନିବୀରଙ୍କୁ ଉଚିତ୍‌ ମାନର ପ୍ରଶିକ୍ଷଣ ଦିଆଯାଉଛି କି ? ତାଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ଯଦି ତାଙ୍କର ମୃତ୍ୟୁ ଘଟିଛି ବୋଲି ହ୍ବାଇଟ୍‌ ନାଇଟ୍‌ କର୍‌ ତରଫରୁ ଘୋଷଣା କରିଦିଆଗଲାଣି, ତେବେ ଏହି ଅମ୍ରିତ୍‌ପାଲଙ୍କ ଭଳି ଅନ୍ୟ ସବୁ ଅଗ୍ନିବୀରଙ୍କ କୌଣସି ମାନସିକ ସ୍ଥିତି ସମ୍ପର୍କରେ ଡାକ୍ତରୀ ସହାୟତା ମିଳୁଛି କି ନାହିଁ। ଏହି ଘୋଷଣା ପରେ ହ୍ବାଇଟ୍‌ ନାଇଟ୍‌ କର୍‌ ପୁଣି କହୁଛି ଯେ, ଘଟଣାର ତଦନ୍ତ କରାଯାଉଛି। ଯଦି ବିଧିବଦ୍ଧ ଭାବେ ପୂର୍ବରୁ କୁହାଯାଉଥିଲା ଅମ୍ରିତ୍‌ପାଲଙ୍କ ମୃତ୍ୟୁ ତାଙ୍କ ନିଜ ବନ୍ଧୁକ ଫୁଟିଥିବାରୁ ହୋଇଛି ତେବେ ଏହା ପରେ ତଦନ୍ତ କରାଯିବାର ଅର୍ଥ କ’ଣ ରହିଲା। ଅନ୍ୟପଟେ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଧୁକରୁ ଗୁଳି ଫୁଟିବା କିମ୍ବା ନିଜେ ଆତ୍ମହତ୍ୟା କରିବାକୁ ଯାଇ ନିଜ ଉପରେ ସେ ଗୁଳି ଚଳାଇଥିଲେ। ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଅଗ୍ନିବୀରଙ୍କ ପାଇଁ କୌଣସି ବୀମା ବା ପେନ୍‌ସନ୍‌ର ବ୍ୟବସ୍ଥା ନାହିଁ। ଅନ୍ୟପଟେ ଯଦି ତାଙ୍କର ବ୍ୟକ୍ତିଗତ ବୀମା ଥିବ ତେବେ ଏଭଳି ଘୋଷଣା ଯେଉଁଥିରେ ତାହା ଦ୍ୱାରା ଆତ୍ମହତ୍ୟା ବୋଲି କୁହାଯାଉଛି, ତେବେ ବ୍ୟକ୍ତିଗତ ଇନ୍‌ସ୍ୟୁରାନ୍ସର ସୁବିଧା ତାଙ୍କ ପରିବାରକୁ ମିଳିବା ଏକପ୍ରକାର ଅସମ୍ଭବ ହୋଇପଡ଼ିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ମାସରେ ଚାକିରିରେ ଯୋଗଦେଇଥିବା ଅମ୍ରିତପାଲଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ମଧ୍ୟ ସେନା ଗାଡ଼ିରେ ଅଣାଗଲା ନାହିଁ। ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ାକରି ପରିବାର ଲୋକ ମୃତଦେହକୁ ତାଙ୍କ ଗାଁକୁ ଆଣିଲେ। ଜଣେ ଜୁନିୟର କମିସନ୍‌ଡ ଅଫିସର (ଜେସିଓ) ଓ ଅନ୍ୟ ର଼୍ୟାଙ୍କର ୩ ଜଣ ଯବାନଙ୍କୁ ସାଦା ପୋଷାକରେ ଅମ୍ରିତପାଲଙ୍କ ଗାଁକୁ ପଠାଯାଇଥିଲା ବୋଲି କୁହାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଅଗ୍ନିବୀରଙ୍କ ପାଇଁ ସେନାରେ କୌଣସି ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ନାହିଁ।
ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ସେନାରେ କୌଣସି ସୈନିକଙ୍କର ଯଦି ସିଧାସଳଖ ଡ୍ୟୁଟିରେ ଥିବାବେଳେ ରାସ୍ତା ଦୁର୍ଘଟଣାଭଳି କାରଣ ଯୋଗୁ ମୃତ୍ୟୁ ଘଟୁଛି, ତେବେ ତାଙ୍କୁ ‘ଶହୀଦ’ର ଆଖ୍ୟା ଦିଆଯାଇ ‘ଗାର୍ଡ ଅଫ୍‌ ଅନର’ ପ୍ରଦର୍ଶନ କରାଯାଉଛି। କିନ୍ତୁ ଏହି ସର୍ବନିମ୍ନ ସମ୍ମାନ ଅଗ୍ନିବୀରଙ୍କୁ ଦିଆ ନ ଯିବା ଅତ୍ୟନ୍ତ ଦୁଃଖଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri