ଦେବୀ ନଦୀବନ୍ଧରେ ୨ଶହ ଫୁଟ୍‌ର ଫାଟ

କାକଟପୁର(ଶୁଭଦର୍ଶନ ମିଶ୍ର)/ଅସ୍ତରଙ୍ଗ (ପ୍ରଦୀପ୍ତ କୁମାର ଦୀକ୍ଷିତ), ୧୬ା୧୦: ପୁରୀ ଜିଲା କାକଟପୁର ଜଳସମ୍ପଦ ବିଭାଗ ଅଧୀନସ୍ଥ ଦେବୀ ନଦୀବନ୍ଧ ରାସ୍ତାରେ ୨ଶହ ଫୁଟ ଲମ୍ବ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ସମ୍ବେଦନଶୀଳ ବନ୍ଧ ଭାବେ ଜଣାଶୁଣା। ବାଉରିଆକଣଠାରୁ ଖଣ୍ଡାସାହି ଓ ଷାଠିଏବାଟି ମଧ୍ୟରେ ବିପୁଳ ଅର୍ଥ ବ୍ୟୟରେ ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ ଏହି ନଦୀବନ୍ଧ ନିର୍ମାଣ କରାଯାଇଥିଲା। ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ବିଶେଷକରି ବାଉରିଆକଣଠାରେ ବନ୍ଧର ୨ଶହ ଫୁଟ ଲମ୍ବର ପିଚୁ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ତେବେ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଠିକ କମ୍ପାକ୍ସନ କରା ନ ଯାଇ ରାସ୍ତା ନିର୍ମାଣ କରାଯାଇଥିବାରୁ ବନ୍ୟାଜଳ ଛାଡ଼ିବା ପରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାକଟପୁର ଅଞ୍ଚଳକୁ ବନ୍ୟା ଦାଉରୁ ବାଉରିଆକଣ ଦେବୀ ନଦୀବନ୍ଧ ରକ୍ଷା କରିଥାଏ। ଯଦି ଏହି ବନ୍ଧ ଅଧିକ ଧସିଯାଏ ବା ବନ୍ଧରେ ବଡ଼ଧରଣର ଫାଟ ସୃଷ୍ଟି ହୁଏ ତା’ହେଲେ ଅନେକ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବ। ତେଣୁ ନଦୀତଟବର୍ତ୍ତୀ ବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନ ଥିବାବେଳେ ଚିନ୍ତିତ ହୋଇପଡ଼ିଛନ୍ତି। ତୁରନ୍ତ ନଦୀବନ୍ଧ ରାସ୍ତା ମରାମତି କରାଯିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। କାକଟପୁର ଜଳସେଚନ ବିଭାଗ ଉପଖଣ୍ଡ ଭାରପ୍ରାପ୍ତ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶ କହିଛନ୍ତି, ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ଚେନ୍ନାଇସ୍ଥିତ ଓସେନ୍‌ ଇଞ୍ଜିନିୟରିଂ ସଂସ୍ଥାର ଅଧିକାରୀମାନେ ସେହି ସ୍ଥାନ ଗସ୍ତ କରି ବନ୍ଧ ଫାଟିଥିବା ସ୍ଥାନର ମୃତ୍ତିକା ପରୀକ୍ଷା କରିଛନ୍ତି। ଶୀଘ୍ର ସମ୍ପୃକ୍ତ ସ୍ଥାନର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଖରିଫ୍ ଧାନକିଣା: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ତାଲିମ୍ ଶିବିରରେ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଉପରେ ଏକ ଉପଖଣ୍ଡସ୍ତରୀୟ…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri