Odisha Elections 2024

ଦେବୀ ନଦୀବନ୍ଧରେ ୨ଶହ ଫୁଟ୍‌ର ଫାଟ

କାକଟପୁର(ଶୁଭଦର୍ଶନ ମିଶ୍ର)/ଅସ୍ତରଙ୍ଗ (ପ୍ରଦୀପ୍ତ କୁମାର ଦୀକ୍ଷିତ), ୧୬ା୧୦: ପୁରୀ ଜିଲା କାକଟପୁର ଜଳସମ୍ପଦ ବିଭାଗ ଅଧୀନସ୍ଥ ଦେବୀ ନଦୀବନ୍ଧ ରାସ୍ତାରେ ୨ଶହ ଫୁଟ ଲମ୍ବ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ସମ୍ବେଦନଶୀଳ ବନ୍ଧ ଭାବେ ଜଣାଶୁଣା। ବାଉରିଆକଣଠାରୁ ଖଣ୍ଡାସାହି ଓ ଷାଠିଏବାଟି ମଧ୍ୟରେ ବିପୁଳ ଅର୍ଥ ବ୍ୟୟରେ ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ ଏହି ନଦୀବନ୍ଧ ନିର୍ମାଣ କରାଯାଇଥିଲା। ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ବିଶେଷକରି ବାଉରିଆକଣଠାରେ ବନ୍ଧର ୨ଶହ ଫୁଟ ଲମ୍ବର ପିଚୁ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ତେବେ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଠିକ କମ୍ପାକ୍ସନ କରା ନ ଯାଇ ରାସ୍ତା ନିର୍ମାଣ କରାଯାଇଥିବାରୁ ବନ୍ୟାଜଳ ଛାଡ଼ିବା ପରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାକଟପୁର ଅଞ୍ଚଳକୁ ବନ୍ୟା ଦାଉରୁ ବାଉରିଆକଣ ଦେବୀ ନଦୀବନ୍ଧ ରକ୍ଷା କରିଥାଏ। ଯଦି ଏହି ବନ୍ଧ ଅଧିକ ଧସିଯାଏ ବା ବନ୍ଧରେ ବଡ଼ଧରଣର ଫାଟ ସୃଷ୍ଟି ହୁଏ ତା’ହେଲେ ଅନେକ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବ। ତେଣୁ ନଦୀତଟବର୍ତ୍ତୀ ବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନ ଥିବାବେଳେ ଚିନ୍ତିତ ହୋଇପଡ଼ିଛନ୍ତି। ତୁରନ୍ତ ନଦୀବନ୍ଧ ରାସ୍ତା ମରାମତି କରାଯିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। କାକଟପୁର ଜଳସେଚନ ବିଭାଗ ଉପଖଣ୍ଡ ଭାରପ୍ରାପ୍ତ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶ କହିଛନ୍ତି, ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ଚେନ୍ନାଇସ୍ଥିତ ଓସେନ୍‌ ଇଞ୍ଜିନିୟରିଂ ସଂସ୍ଥାର ଅଧିକାରୀମାନେ ସେହି ସ୍ଥାନ ଗସ୍ତ କରି ବନ୍ଧ ଫାଟିଥିବା ସ୍ଥାନର ମୃତ୍ତିକା ପରୀକ୍ଷା କରିଛନ୍ତି। ଶୀଘ୍ର ସମ୍ପୃକ୍ତ ସ୍ଥାନର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

୧ ନଂ ଜୋନ୍‌ରେ ଜମୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ବୁଧବାର ୧ ନଂ ଜୋନ୍‌ରେ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ପ୍ରଥମେ କର୍ମୀମାନେ ଗହଲମୁଣ୍ଡା...

ଭାଜପା ସମର୍ଥକଙ୍କୁ ହତ୍ୟା: ଟାୟାର ଜାଳି ରାସ୍ତାରୋକୋ କଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ...

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସୋସିଆଲ ମିଡିଆରେ ଲେଖିଲେ ଏମିତି

ଗଞ୍ଜାମ,୧୬ା୫: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri