ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ:  ଆଖିରେ ଆସିଯିବ ଲୁହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ  ଏକ ମାସ ବିତିଛି,  ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ସେନାନ ମୃତ୍ୟୁର ଏକ ମାସ ପରେ ସୋସିଆଲ ମିଡିଆରେ ଏକ କବିତା ଶେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ଏହି ସମୟରେ, ସେ  ସ୍ପଷ୍ଟ କରିଛନ୍ତି ଯେ,  ଉଭୟ ଭଲ ବନ୍ଧୁ।
ଏହି କବିତାରେ କ୍ରିତି ଲଖିଛନ୍ତି,  ସେ ମିଛ  ହସ ସହିତ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଆଖିରୁ ଲୁହ ଝରୁଛି। ବାସ୍ତବତା ତାଙ୍କର ସମସ୍ତ ଭ୍ରମ ଭାଙ୍ଗିଦେଇଛି। ଏହି ଲେଖାରୁ ଅନୁମାନ କରାଯାଇପାରେ ଯେ, ସେ ସୁଶାନ୍ତଙ୍କୁ କେତେ  ମନେ ପକାଉଛନ୍ତି।
କ୍ରିତିଙ୍କ  ଏହି ପୋଷ୍ଟରେ ଡାବୁ ରତନାନୀ, ତାଙ୍କ ଭଉଣୀ ନୁପୁର ସେନାନ, ମୁକେଶ ଛାବ୍ରାଙ୍କ ପରି ସେଲିବ୍ରିଟିମାନେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଏହି ପୋଷ୍ଟରେ ଲେଖିଛନ୍ତି – “ତୁମେ ସୁଶାନ୍ତଙ୍କୁ ମନେ ପକାଉଛ, ମୁଁ ତୁମର  ମନ କଥା ବୁଝିପାରୁଛି।  ଦୃଢ଼ ହୁଅ।
ଏହା ପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରିଥିଲେ।
ସୁଶାନ୍ତଙ୍କ ମୃତ୍ୟୁ ପରେ କ୍ରିତି ତାଙ୍କ ସହ ତାଙ୍କର ଅନେକ ଚିତ୍ର ସେୟାର କରି ଲେଖିଥିଲେ- ‘ସୁଶ … ମୁଁ ଜାଣିଥିଲି ଯେ ତୁମର ଉଜ୍ଜ୍ୱଳ ମନ ତୁମର ସର୍ବୋତ୍ତମ ବନ୍ଧୁ ଏବଂ ସବୁଠାରୁ ବଡ ଶତ୍ରୁ। କିନ୍ତୁ ମୁଁ ଏହା ଜାଣି  ସଂପୂର୍ଣ୍ଣ ଭାଙ୍ଗି ପଡିଛି ଯେ, ତୁମ ଜୀବନରେ ଏକ ଏପରି ମୁହୂର୍ତ୍ତ ଆସିଛି ଯେଉଁଠି  ତୁମେ ବଞ୍ଚିବା ଅପେକ୍ଷା ସହଜରେ ମରିବା ପସନ୍ଦ କରିଛ। ତମ ଚାରିପାଖରେ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ  ଉପସ୍ଥିତି ତୁମକୁ ସହି ମୁହୂର୍ତ୍ତରୁ ବାହାର କରି ଦେଇଥାନ୍ତା। ’

Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା...

ସୁସ୍ଥ ଅଛନ୍ତି ଶାଶୁ, ବୋହୂ

ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ...

କରଣ ଜୋହରଙ୍କ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ସମ୍ପର୍କରେ କିଛି କଥା ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏକ...

ଆମିରଙ୍କ ଯୋଗୁ ବଲିଉଡ୍‌ରେ ହୁମାଙ୍କୁ ମିଳିଲା ସୁଯୋଗ

ମୁମ୍ବାଇ: ବଲିଉଡ୍‌ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ...

ବଲିଉଡରେ ମୋତେ ଆଉ କାମ ମିଳୁନାହିଁ: ନାଶିରୁଦ୍ଦିନ ଶାହ

ବଲିଉଡର ପ୍ରସିଦ୍ଧ କଳାକାର ନାଶିରୁଦ୍ଦିନ ଶାହଙ୍କୁ ଆଉ ସେଠାରେ କାମ ମିଳୁନାହିଁ, ଏକଥା ସେ ନିଜେ ସ୍ବୀକାର କରିଛନ୍ତି। ଦୁଇବର୍ଷ ହେବ ଏକ ଓ୍ବେବ୍‌ ସିରିଜ୍‌...

ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର...

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି...

ନେଟଫ୍ଲିକ୍ସରେ ରିଲିଜ ହେବ ‘ଗୁଞ୍ଜନ ସକ୍ସେନା ଦ କାର୍‌ଗିଲ ଗର୍ଲ’

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ‘ଗୁଞ୍ଜନ ସକ୍ସେନା ଦି କାର୍‌ଗିଲ ଗର୍ଲ’ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମର ନିର୍ମାତା କରଣ ଜୋହର ଏହା...

Coronavirus Update


Archives

Model This Week

Why Dharitri