Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ
ଧନ ସ୍ଥାନରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥ ପାଇବେ ଏବଂ ବନ୍ଧୁଗହଣରେ ସୁସ୍ବାଦୁଭୋଜ ମିଳିବ। କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ,ସହକର୍ମୀ,ପରିବାର ଓ କର୍ମକ୍ଷେତ୍ର ପ୍ରତି ଅନୁକୂଳ ଫଳ ମିଳିବ ନାହିଁ। ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ବୃଷ
ବୃଷ
ଉଚ୍ଚାଂଶରେ ଚନ୍ଦ୍ରଙ୍କ ଯୋଗୁ ଉଚ୍ଚସ୍ତରର ବନ୍ଧୁଙ୍କ ଦେଖା ମିଳିବ, କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। କିଛି ଲୋକ ମଧ୍ୟ ଈର୍ଷା,ଅସୂୟାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚନାରୁ ମଧ୍ୟ କ୍ଷାନ୍ତ ହେବେ ନାହିଁ। ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦେହରେ ବସା ବାନ୍ଧି ରହିଥିବା ପୁରୁଣା ରୋଗ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ
ମିଥୁନ
ରାଶିରେ ପାପଗ୍ରହ ଓ ଦ୍ୱାଦଶସ୍ଥ ଶୁକ୍ରଙ୍କ ଯୋଗୁ ମନରାଇଜକୁ ବହୁତ କଥା ପଶି ଆସିବ କିନ୍ତୁ କିଛିବି କରିପାରିବେ ନାହିଁ। ଆବଶ୍ୟକ ସମୟରେ ବାହାର ଜାଗାରେ ନିଜର ନିକଟତମ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତି ଦୂରେଇ ରହିବେ ଓ ବନ୍ଧୁତା ରହିଥିବା ବ୍ୟକ୍ତି ପ୍ରତ୍ୟେକ କାମ କରାଇନେବେ।
କର୍କଟ
କର୍କଟ
ବ୍ୟୟଭାବସ୍ଥ ଗ୍ରହ ପ୍ରଭାବରୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ସାଙ୍ଗକୁ ମାନସିକ ସନ୍ତୁଳନ ମଧ୍ୟ ହରାଇବେ। କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହେବ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ପୁଷ୍ୟା ନକ୍ଷତ୍ରର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଓଲଟା ରହିବା ହେତୁ ଯାହା ଭାବୁଥିବେ ତାହା କରିପାରିବେ ନାହିଁ। ବୃହସ୍ପତି ପାପଗ୍ରହ କେତୁ ଯୁକ୍ତ କାରଣରୁ ଯାହାକୁ କିଛି କହିବେ ସେହି ବ୍ୟକ୍ତି ବାହାନା ଦେଖାଇ ଯିବା ପାଇଁ ବାଟ ଖୋଜିବ। ବିଭିନ୍ନ ସମସ୍ୟା ରହିବ ଅବଶ୍ୟ ଦିନ ଗୋଟାଏ ପରେ ସବୁ କିଛି ବଦଳିଯିବ।
କନ୍ୟା
ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମଗୁଡ଼ିକ ସାମାନ୍ୟ ବ୍ୟତିକ୍ରମ ଭିତରେ ହିଁ ସମ୍ପନ୍ନ ହେବ। ହସ୍ତା ନକ୍ଷତ୍ର ଦୃଢ଼ ପଦକ୍ଷେପ ନେଇ ସ୍ଥଗିତ କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅଫିସରେ କୌଣସି ଖୋଜୁଥିବା ଅତ୍ୟାବଶ୍ୟକ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି।
ତୁଳା
ତୁଳା
ଉଚ୍ଚସ୍ଥ କର୍ମାଧିପ ଅଷ୍ଟମସ୍ଥ ହେତୁ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ମଧ୍ୟ ଆଜି ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏଁ ସମାଧାନ ହୋଇଯିବ। ସୁବିଧା,ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ, ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ।
ବିଛା
ବିଛା
ଅପୂରଣୀୟ ଆଶାଜନିତ ମନ ଠିକ୍‌ ନ ରହିବା କାରଣରୁ କୌଣସି କଥାକୁ ଠିକ୍‌ ଭାବେ ଶୁଣିିବେ ନାହିଁ କିମ୍ବା ବୁଝିବେ ନାହିଁ। କର୍ମକ୍ଷେତ୍ରରେ ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ। ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ,କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ।
ଧନୁ
ଧନୁ
ସ୍ବଗୃହୀ ଗୁରୁ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ନୂତନ ଯୋଜନାକୁ ସାକାର କରିବାକୁ ଚେଷ୍ଟା କରିବେ। ସପ୍ତମସ୍ଥ ଗ୍ରହ ପ୍ରଭାବରୁ ପ୍ରବଳ ବିରୁଦ୍ଧାତ୍ମକ ପରିବେଶରେ ମଧ୍ୟ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମକର
ମକର

ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିବେ ନାହିଁ। ଅସାବଧାନତାବଶତଃ କୌଣସି ଜିନିଷ ହଜିଯିବ କିନ୍ତୁ ଅଳ୍ପ ସମୟ ପରେ ମଧ୍ୟ ପାଇଯିବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ। ବନ୍ଧୁଙ୍କ ରାଗରୁଷା,ସ୍ତ୍ରୀଙ୍କ ମୁହଁଫୁଲାକୁ ନେଇ ବ୍ୟସ୍ତ ରହିପାରନ୍ତି।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅସାବଧାନତା ଓ ଅନ୍ୟମନସ୍କତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶତଭିଷା ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଜମିଜମା,କଳକାରଖାନା,ହୋଟେଲ ଶିଳ୍ପ, ମନୋରଞ୍ଜନ,ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ମୀନମୀନ

ପାରିବାରିକ ଓ ଲୋକ ସମର୍ଥନ ଆପଣଙ୍କ ପଛରେ ରହିଥିବା କାରଣରୁ ଯାହାକି ଆପଣଙ୍କୁ ସମସ୍ୟା ମୁକ୍ତ କରାଇବାରେ ସହାୟକ ହେବେ। ଏକାଦଶସ୍ଥ ଶନି ହେତୁ ଆକସ୍ମିକ ଭାବରେ ଜଣେ ନୀଚଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲିପାରିବେ ନାହିଁ। ନିଜର ଆତ୍ମୀୟ ତଥା ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ଈର୍ଷାର ପାତ୍ର ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri