Posted inଫୁରସତ

ଜାଣନ୍ତୁ ହ୍ବାଟ୍ସଆପ୍‌ରେ କେଉଁଭଳି ମେସେଜ୍‌, ଫଟୋ ଶେୟାର କଲେ ଭୋଗିବେ ଜେଲ୍‌ଦଣ୍ଡ

ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର, ଘୃଣା, ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ସମ୍ବନ୍ଧୀୟ ଖବର ସମ୍ପର୍କରେ ଜାଣିବାକୁ ମିଳୁଛି। ତେଣୁ ଏଥିରେ ରୋକ୍‌ ଲଗାଇଛି ଫରିଦାବାଦ ପୋଲିସ। ପୋଲିସ ଆୟୁକ୍ତ ଓପି ସିଂହ ଏଥିରୁ ନିବୃତ୍ତ ରହିବାକୁ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ସେ କହିଛନ୍ତି, ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର ପ୍ରଚାରିତ ହେଉଛି। ଫଳରେ ଶାନ୍ତି ଭଙ୍ଗ ହେଉଛି। ଏପରି ଖବର ଆଇନ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। ଫରିଦାବାଦ ପୋଲିସ ପକ୍ଷରୁ କଡ଼ା ନିୟମ କରାଯାଇଛି କି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଅଶାଳୀନ ଭାଷା ପ୍ରୟୋଗ ନ କରିବା କିମ୍ବା କାହା ସହ ଏପରି ଭାଷା ଶେୟାର ନ କରିବା, ମିଥ୍ୟା ଖବର ପ୍ରଚାର ନ କରିବା, ଘୃଣା କିମ୍ବା ଅନ୍ୟ ଭୁଲ ପରି ପୋଷ୍ଟ ଗ୍ରୁପ୍‌ରେ ଶେୟାର ନ କରିବା, କୌଣସି ଆପତ୍ତିଜନକ ପୋଷ୍ଟ ନ କରିବା, ଯଦିଓ ଆପଣଙ୍କ ନିକଟକୁ ଏପରି କିଛି ଫଟୋ ଆସୁଛି ତାହାକୁ ତୁରନ୍ତ ଡିଲିଟ୍‌ କରିବା, ହିଂସାତ୍ମକ ଭିଡିଓ ଶେୟାର ନ କରିବା, ଅଶ୍ଲୀଳ ଭିଡିଓ ଶେୟାର ନ କରିବା, କୌଣସି ଜାତି ଧର୍ମକୁ ନେଇ ଆକ୍ଷେପମୂଳକ କଥା ନ କହିବା ଆଦି ପ୍ରତି କଟକଣା ଜାରି କରାଯାଇଛି। ଏତଦ୍‌ବ୍ୟତୀତ ଗ୍ରୁପ୍‌ ଆଡ୍‌ମିନ୍‌ ଗ୍ରୁପ୍‌ରେ ନିୟମିତ ଭାବେ ସକ୍ରିୟ ରହିବା ଏବଂ ଗ୍ରୁପ୍‌ରେ ଥିବା ଅନ୍ୟ ସଦସ୍ୟମାନେ ଯେପରି ଏସବୁ ଦିଗରୁ ନିବୃତ୍ତ ରହିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ।
ପୋଲିସ ପକ୍ଷରୁ କୁହାଯାଇଛି, ଏପରି ଅଭିଯୋଗ ଯାହା ବିରୋଧରେ ଆସିବ ତାକୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri