Posted inଖେଳ

ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍‌

କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ ଗତ ୨୨ ଘଣ୍ଟା ଧରି ନାଜିବ କୋମାରେ ଥିବା ଆଫଗାନିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ମିଡିଆ ମ୍ୟାନେଜର ଇବ୍ରାହିମ୍‌ ମମନ୍ଦ ସୂଚନା ଦେଇଛନ୍ତି।
ବର୍ଷୀୟ ନାଜିବ ଶୁକ୍ରବାର ଜଲାଲ୍‌ବାଦ୍‌ ସହରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଏହାପରେ ଏହି ବ୍ୟାଟ୍ସମ୍ୟାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଇବ୍ରାହିମ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ନାଜିବ ଗତ ୨୨ ଘଣ୍ଟା ହେବ କୋମାରେ ରହିଛନ୍ତି। ନାଜିବ ଆଫଗାନିସ୍ତାନ ପକ୍ଷରୁ ଗୋଟିଏ ଦିନିକିଆ ଓ ୧୨ ଟି୨୦ ମ୍ୟାଚ୍‌ରେ ଖେଳିଛନ୍ତି। ୨୦୧୭ରେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ରେ ସେ ୯୦ ରନର ଏକ ଦର୍ଶନୀୟ ଇନିଂସ ଖେଳିଥିଲେ। ଗ୍ରେଟର୍‌ ନୋଏଡାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ୧୭ ରନରେ ବିଜୟୀ ହୋଇଥିଲା ଏବଂ ନାଜିବ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶେଷଥର ପାଇଁ ସେ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ଲଗାତର ୨ ଶତକ ହାସଲ କଲେ ଧାଓ୍ବନ

ଦୁବାଇ, ୨୦।୧୦: ଶିଖର ଧାଓ୍ବନଙ୍କ ଶତକ ବଳରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୫ ରନର ଟାର୍ଗେଟ୍‌ କିଙ୍ଗ୍ସ ଇଲେଭେନ...

ଖୁବ ଶୀଘ୍ର ସ୍ଥିତି ବଦଳିବ- ବାତ୍ରା

ନୂଆଦିଲ୍ଲୀ, ୬।୬(ପି.ଟି.)- ଭାରତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ଉପରେ ଲାଗିଥିବା ବ୍ୟାନ ଯୋଗୁ ଚଳିତ ବର୍ଷ ଫେବୃୟାରୀଠାରୁ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହୋଇ...

୩୫ ବଲରେ ଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ଲାହୋର, ୧୦।୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହ ଟି୨୦ କ୍ରିକେଟ୍‌ରେ ନିଜ ଦେଶ ପକ୍ଷରୁ ଦ୍ରୁତତ୍ତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୫...

ଜାପାନକୁ ହାଲ୍‌କା ନେଉନାହୁଁ: ରିଡ୍‌

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଜାପାନ ବିପକ୍ଷ ସେମିଫାଇନାଲକୁ ଗୁରୁତ୍ୱର ସହ ନେଉଛନ୍ତି ଭାରତ କୋଚ୍‌ ଗ୍ରାହାମ୍‌...

ଆଜି ଆଇପିଏଲ୍‌ ନିଲାମି

ନୂଆଦିଲ୍ଲୀ,୨୩ା୧୨: ମାର୍ଚ୍ଚ ମାସ ସୁଦ୍ଧା ଟି୨୦ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବ ମିନି...

ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ

ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍‌ କୋଚ୍‌ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍‌ବୀ ଲିଗ୍‌ ଟ୍ରେନର ନିକ୍‌ ଓ୍ବେବ୍‌ ସାମିଲ ହୋଇଛନ୍ତି। ସେ...

ଏହି କମିଟିରେ ସ୍ଥାନ ପାଇଲେ ବୀରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ, ୩୧ା୭ (ପି.ଟି.)-ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏକ ୧୨ ଜଣିଆ ସିଲେକ୍ସନ କମିଟି ଗଠନ କରିଛନ୍ତି।...

ହିମାଙ୍କୁ ୧୫ ଦିନରେ ୪ର୍ଥ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୮।୭ (ପି.ଟି.)- ଷ୍ଟାର୍‌ ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ଚେକ୍‌ ରିପବ୍ଲିକରେ ଅନୁଷ୍ଠିତ ଟାବୋର ଆଥ୍‌ଲେଟିକ ମିଟ୍‌ର ମହିଳା ୨୦୦ ମିଟର୍‌ ରେସ୍‌ରେ ସ୍ବର୍ଣ୍ଣ...

Advertisement
Archives

Model This Week