Posted inଫୁରସତ

‘ଡେଥ୍‌ ଭ୍ୟାଲି’: ତଥାପି ଏଠାରେ ଥର୍ମୋମିଟର ସହ ସେଲ୍‌ଫି ନେଉଛନ୍ତି ପର୍ଯ୍ୟଟକ

ସମଗ୍ର ବିଶ୍ୱରେ ଆଜିକାଲି ଉତ୍ତାପ ପର୍ଯ୍ୟଟନର ନୂଆ ଟ୍ରେଣ୍ଡ ଚାଲିଛି। ନ୍ୟୁଜିଲାଣ୍ଡ, ୟୁରୋପ, ଚାଇନା ଏବଂ ଆମେରିକାରେ ଏହାର ଆକର୍ଷଣ ଯଥେଷ୍ଟ ବୃଦ୍ଧି ପାଇଛି। ଏଥିପାଇଁ ଲୋକେ ଆମେରିକାର ନେଭାଡାର ‘ଡେଥ ଭ୍ୟାଲି’କୁ ଯାଇ ସେଠାରେ ଥର୍ମୋମିଟର ସହିତ ସେଲ୍‌ଫି ନେଉଛନ୍ତି। ଏହି ସେଲ୍‌ଫି ନେବା ପାଇଁ ପର୍ଯ୍ୟଟକମାନେ ହଜାର ହଜାର କିଲୋମିଟର ଦୂରରୁ ଆସୁଛନ୍ତି। ଗତମାସ ଅର୍ଥାତ୍‌ ସେପ୍ଟେମ୍ବରରେ ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ହେତୁ ‘ଡେଥ୍‌ ଭ୍ୟାଲି’ଲାଇମ ଲାଇଟ୍‌ରେ ଥିଲା। ଏହି ଖବର ଭାଇରାଲ ହେବା ମାତ୍ରେ ସେଠାରେ ଉତ୍ତାପ ପର୍ଯ୍ୟଟନ ବୃଦ୍ଧି ପାଇଛି। ଫଳରେ ଲୋକେ ପ୍ରତିଦିନ ଏଠାକୁ ବୁଲିବାକୁ ଯାଉଛନ୍ତି।

‘ଡେଥ ଭ୍ୟାଲି’ର ସବୁଠାରୁ ବଡ଼ ସମସ୍ୟା ହେଉଛି, ଏଠାରେ ତାପମାତ୍ରା ପ୍ରାୟତଃ ୧୩୦ ଡିଗ୍ରୀ ଫାରେନହାଇଟ୍‌ କିମ୍ବା ତା’ଠାରୁ ଅଧିକ ରହିଥାଏ। ଏଠାରେ ପଡୁଥିବା ଉତ୍ତାପ ଦ୍ୱାରା ଯେ କେହି ମରି ଯାଇପାରନ୍ତି।

୧୯୧୩ ମସିହାରେ, ଏଠାରେ ତାପମାତ୍ରା ୧୩୪.୦୬ ଡିଗ୍ରୀ ଫାରେନ୍‌ହାଇଟ୍‌ ରେକର୍ଡ କରାଯାଇଥିଲା। ଏଠାରେ ପାଣିର ଚିହ୍ନ ମଧ୍ୟ ନାହିଁ। ଯଦିଓ କୌଣସି ସ୍ଥାନରେ ପାଣି ମିଳେ ତେବେ ଏହା ଏହା ସାଲାଇନଯୁକ୍ତ ଅଟେ। ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ବିବେଚନା କରାଯାଏ। ଯେଉଁଠାରେ କେହି ବଞ୍ଚିବା ଅସମ୍ଭବ।

ତଥାପି ‘ଡେଥ୍‌ ଭ୍ୟାଲି’ ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଠାରେ ଚାଲିଲେ ଅନୁଭବ ହୁଏ ଯେ, ଆମେ ମାଇକ୍ରୋଓ୍ବେଭ୍‌ ଚୁଲାରେ ବୁଲୁଛୁ। ପ୍ରତିବର୍ଷ ଏହି ଉପତ୍ୟକାକୁ ୫ ଲକ୍ଷରୁ ଅଧିକ ଲୋକ ବୁଲିବାକୁ ଆସିଥାନ୍ତି। ଆଜିକାଲି ପର୍ଯ୍ୟଟକମାନେ ଉତ୍ତାପ ଫଟୋ ନେବାକୁ ଆସୁଛନ୍ତି। ଲୋକମାନେ ‘ଡେଥ୍‌ ଭ୍ୟାଲି’ରେ ସ୍ଥାପିତ ଏକ ଚରମ ଥର୍ମୋମିଟର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri