Posted inଫୁରସତ

‘ଡେଥ୍‌ ଭ୍ୟାଲି’: ତଥାପି ଏଠାରେ ଥର୍ମୋମିଟର ସହ ସେଲ୍‌ଫି ନେଉଛନ୍ତି ପର୍ଯ୍ୟଟକ

ସମଗ୍ର ବିଶ୍ୱରେ ଆଜିକାଲି ଉତ୍ତାପ ପର୍ଯ୍ୟଟନର ନୂଆ ଟ୍ରେଣ୍ଡ ଚାଲିଛି। ନ୍ୟୁଜିଲାଣ୍ଡ, ୟୁରୋପ, ଚାଇନା ଏବଂ ଆମେରିକାରେ ଏହାର ଆକର୍ଷଣ ଯଥେଷ୍ଟ ବୃଦ୍ଧି ପାଇଛି। ଏଥିପାଇଁ ଲୋକେ ଆମେରିକାର ନେଭାଡାର ‘ଡେଥ ଭ୍ୟାଲି’କୁ ଯାଇ ସେଠାରେ ଥର୍ମୋମିଟର ସହିତ ସେଲ୍‌ଫି ନେଉଛନ୍ତି। ଏହି ସେଲ୍‌ଫି ନେବା ପାଇଁ ପର୍ଯ୍ୟଟକମାନେ ହଜାର ହଜାର କିଲୋମିଟର ଦୂରରୁ ଆସୁଛନ୍ତି। ଗତମାସ ଅର୍ଥାତ୍‌ ସେପ୍ଟେମ୍ବରରେ ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ହେତୁ ‘ଡେଥ୍‌ ଭ୍ୟାଲି’ଲାଇମ ଲାଇଟ୍‌ରେ ଥିଲା। ଏହି ଖବର ଭାଇରାଲ ହେବା ମାତ୍ରେ ସେଠାରେ ଉତ୍ତାପ ପର୍ଯ୍ୟଟନ ବୃଦ୍ଧି ପାଇଛି। ଫଳରେ ଲୋକେ ପ୍ରତିଦିନ ଏଠାକୁ ବୁଲିବାକୁ ଯାଉଛନ୍ତି।

‘ଡେଥ ଭ୍ୟାଲି’ର ସବୁଠାରୁ ବଡ଼ ସମସ୍ୟା ହେଉଛି, ଏଠାରେ ତାପମାତ୍ରା ପ୍ରାୟତଃ ୧୩୦ ଡିଗ୍ରୀ ଫାରେନହାଇଟ୍‌ କିମ୍ବା ତା’ଠାରୁ ଅଧିକ ରହିଥାଏ। ଏଠାରେ ପଡୁଥିବା ଉତ୍ତାପ ଦ୍ୱାରା ଯେ କେହି ମରି ଯାଇପାରନ୍ତି।

୧୯୧୩ ମସିହାରେ, ଏଠାରେ ତାପମାତ୍ରା ୧୩୪.୦୬ ଡିଗ୍ରୀ ଫାରେନ୍‌ହାଇଟ୍‌ ରେକର୍ଡ କରାଯାଇଥିଲା। ଏଠାରେ ପାଣିର ଚିହ୍ନ ମଧ୍ୟ ନାହିଁ। ଯଦିଓ କୌଣସି ସ୍ଥାନରେ ପାଣି ମିଳେ ତେବେ ଏହା ଏହା ସାଲାଇନଯୁକ୍ତ ଅଟେ। ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ବିବେଚନା କରାଯାଏ। ଯେଉଁଠାରେ କେହି ବଞ୍ଚିବା ଅସମ୍ଭବ।

ତଥାପି ‘ଡେଥ୍‌ ଭ୍ୟାଲି’ ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଠାରେ ଚାଲିଲେ ଅନୁଭବ ହୁଏ ଯେ, ଆମେ ମାଇକ୍ରୋଓ୍ବେଭ୍‌ ଚୁଲାରେ ବୁଲୁଛୁ। ପ୍ରତିବର୍ଷ ଏହି ଉପତ୍ୟକାକୁ ୫ ଲକ୍ଷରୁ ଅଧିକ ଲୋକ ବୁଲିବାକୁ ଆସିଥାନ୍ତି। ଆଜିକାଲି ପର୍ଯ୍ୟଟକମାନେ ଉତ୍ତାପ ଫଟୋ ନେବାକୁ ଆସୁଛନ୍ତି। ଲୋକମାନେ ‘ଡେଥ୍‌ ଭ୍ୟାଲି’ରେ ସ୍ଥାପିତ ଏକ ଚରମ ଥର୍ମୋମିଟର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri