ଚଳନ୍ତା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ

ଗ୍ରେଟର ନୋଏଡା,୨୪।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ବସ୍‌ରେ ହଠାତ୍‌ ନିଆଁ ଲାଗିଯିବାରୁ ହାହାକାର ସୃଷ୍ଟି ହୋଇଥିଲା। ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ନିଆଁରୁ ରକ୍ଷା ପାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁପଡ଼ିଥିଲେ। ନୋଏଡା ପୋଲିସର ତାଜା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସୱେର ଜେୱର ଅଞ୍ଚଳର ଦୟାନତପୁର ଗାଁ ନିକଟରେ ଏହି ଘଟଣା ଘଟିଛି। ବସ୍ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ବସ୍କୁ ନିଜ କବଳକୁ ନେଇଥିଲା।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଚାଳକ ବସ୍‌କୁ ରାସ୍ତାକଡ଼ରେ ଅଟକାଇଥିଲେ। ଏହାପରେ ଅନେକ ଯାତ୍ରୀ ବସ୍‌ରୁ ବାହାରି ଆସିଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁପଡ଼ିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଥିଲା।

ତେବେ ନୋଏଡା ପୋଲିସର ସୂଚନା ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି।

ଗ୍ରେଟର ନୋଏଡାରେ ଘଟିଥିବା ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିବା ସହ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ଆବଶ୍ୟକ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ବଢ଼ୁଛି, ଜାଣନ୍ତୁ କେଉଁ ସମୟରେ ହେବ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ,୨୪।୯: ବଙ୍ଗୋପସାଗରରେ ସୃଷ୍ଟ ଡିପ ଡିପ୍ରେସନ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,…

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଖବର: ଏଥର ଆଗୁଆ ମିଳିବ ଦରମା, ଜାଣନ୍ତୁ କାହିିଁକି

ନୂଆଦିଲ୍ଲୀ୨୪।୯: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର। ସାଧାରଣତଃ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ଆକାଉଣ୍ଟରେ ଜମା…

ତାୱାରେ ପିଟି ସ୍ତ୍ରୀଙ୍କୁ ହତ୍ୟା: ଦେଢ଼ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଭୁବନେଶ୍ୱର,୨୪।୯ (ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ବୁଧବାର ସାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନୟାପଲ୍ଲୀ ଗଡ଼ସାହିରେ ତାୱାରେ ପିଟି ଜଣେ ଯୁବକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତାଙ୍କ…

ସୁପ୍ରିମକୋର୍ଟଙ୍କ ବିଭାଜିତ ରାୟ

ନୂଆଦିଲ୍ଲୀ,୨୪ା୯: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଚୟନ କମିଟିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେବା…

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ହତ୍ୟାକଲେ ଅଧ୍ୟାପକ: କାରଣ ଜାଣିଲେ ପାଦ ତଳୁ ଖସିଯିବ ମାଟି

ହାଇଦ୍ରାବାଦ, ୨୪।୯: ତେଲଙ୍ଗାନାରେ ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ଏହାକୁ ଆମତ୍ହତ୍ୟା ବିବେଚନା କରାଯାଉଥିବାବେଳେ ତଦନ୍ତ ପରେ ଏହା…

୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟୋକଲ ଭାଙ୍ଗି ଏମିତି କାମ କଲେ ଟ୍ରମ୍ପ: ଚାହିଁ ରହିଗଲା ବିଶ୍ୱ

ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?