ଓଡ଼ିଆ ଲିପି ଓ ଭାଷାର ଉତ୍ସ ସନ୍ଧାନ

ଡ. ହୃଷୀକେଶ ମଲ୍ଲିକ

 

ଓଡ଼ିଆ ଲିପି ଓ ଭାଷାର ଉତ୍ସ ସନ୍ଧାନ ପ୍ରସଙ୍ଗରେ ଇତିହାସର ବହୁ ଉନ୍ମୋଚିତ ହୋଇ ନ ଥିବା ଅଧ୍ୟାୟ ଯେକୌଣସି ଗବେଷକଙ୍କ କୌତୂହଳ କେବଳ ଉଦ୍ଦୀପିତ କରେନାହିଁ, ବରଂ ଓଡ଼ିଆ ଲିପି ଓ ଭାଷାର ବିବର୍ତ୍ତନକୁ ନୂତନ ଜ୍ଞାନାଲୋକରେ ଉଦ୍‌ଭାସିତ କରିଥାଏ। ପ୍ରାଚୀନ ଇଣ୍ଡୋ-ଜର୍ମାନ୍‌ ବା ଇଣ୍ଡୋ-ୟୁରୋପୀୟ ଲୋକଙ୍କୁ କୁହାଯାଉଥିଲା ‘ଉଇରୋ’। ପି. ଗିଲ୍‌ସ ଏହି ଶବ୍ଦଟିର ବ୍ୟବହାର କରି କହିଛନ୍ତି ଯେ, ‘wiros’ ଶବ୍ଦର ଅର୍ଥ ହେଉଛି ଆଦିମତମ ଭାଷା। ‘wiros’ର ଅନ୍ୟ ଅର୍ଥ ହେଉଛି ‘ଲୋକ’। ଏହା ଏକ ଜର୍ମାନୀ ଶବ୍ଦ। ପ୍ରାଚୀନ ଓଡ଼ିଶାର ବାସିନ୍ଦା ଓଡ଼ିଆମାନଙ୍କୁ ‘ଉଡ୍ର’ କୁହାଯାଏ। ଗ୍ରୀକ୍‌, ଇଂରେଜ ଓ ଆଭେସ୍ତାନମାନେ ‘D’କୁ ‘R’ଭାବେ ଉଚ୍ଚାରଣ କରନ୍ତି। ଏଥିରୁ ‘URO’ ଶବ୍ଦର ସୃଷ୍ଟି। ଆଲେକ୍‌ଜାଣ୍ଡାର୍‌ଙ୍କ ଭାରତ ଆକ୍ରମଣ କାଳ(ଖ୍ରୀ:ପୂ:୩୨୬-୩୨୫)ରେ କଶ୍ମୀର ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ଭାରତରେ ଅବସ୍ଥାନ କରୁଥିବା ଅଣବୈଦିକ ଆର୍ଯ୍ୟମାନଙ୍କୁ ‘ଉର’ ବା ଉରସା (Urasa) କୁହାଯାଉଥିଲା। ‘ୟୁରୋ’, ‘ଉଇରୋ’ ବା ‘ଉଡ୍ର’ କହିଲେ ପୂର୍ବେ ଇଣ୍ଡୋ-ୟୁରୋପିଆନ୍‌ ଜାତିକୁ ବୁଝାଯାଉଥିଲା। ଯଦି ସଂସ୍କୃତକୁ ଇଣ୍ଡୋ-ୟୁରୋପୀୟ ଭାଷାର ଉତ୍ସ ଭାବେ ଗ୍ରହଣ କରା ନ ଯାଏ, ତେବେ ‘ଉଡ୍ର’ (ଆଧୁନିକ ଓଡ଼ିଶା)କୁ ଏହାର ଉତ୍ସ ଭାବେ ଗ୍ରହଣ କରାଯିବା ସମ୍ପର୍କରେ ଅଧିକ ଅଧ୍ୟୟନ ଓ ଗବେଷଣା କରିବାକୁ ପଡ଼ିବ। ଶାସ୍ତ୍ରୀୟ ଭାଷା ସଂସ୍କୃତ ବୈଦିକ ଉପଭାଷାର କ୍ରମପରିଣତ ଏକ ସୋପାନ। ଏହା ନିଶ୍ଚିତ ଯେ ବୈଦିକ ଆର୍ଯ୍ୟମାନେ ଉତ୍ତର-ପଶ୍ଚିମ ଭାରତରେ ବହୁଳ ଭାବେ ବସବାସ କରୁଥିଲେ। ଏହା ପୂର୍ବରୁ ଆର୍ଯ୍ୟମାନେ ମଧ୍ୟ ପୂର୍ବ ଭାରତରେ ବସବାସ କରୁଥିଲେ, ଯାହାର ପରିସରଭୁକ୍ତ ଉଡ୍ର ଜାତି। ଭାରତରୁ ଆର୍ଯ୍ୟମାନେ ଅନ୍ୟତ୍ର ଯାଇଥିବାର ସମ୍ଭାବନାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। ସେ ଯାହାହେଉନା କାହିଁକି ଦ୍ୱିତୀୟ ଶାସ୍ତ୍ରୀୟ ଆର୍ଯ୍ୟ ଭାଷା ‘ଉଡ୍ର’(ଓଡ଼ିଆ) ଯେ ସଂସ୍କୃତ ଭାଷାଠାରୁ ପ୍ରାଚୀନ, ଏଥିରେ ସନ୍ଦେହର ଅବକାଶ ନାହିଁ।
ଅନୁଧ୍ୟାନରୁ ଜଣାଯାଇଛି ଯେ, ଶାସ୍ତ୍ରୀୟ ସଂସ୍କୃତଠାରୁ ‘ପାଲି’ ଯେହେତୁ ପ୍ରାଚୀନ, ଏହାକୁ ମଧ୍ୟ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବେ ଗ୍ରହଣ କରାଯାଏ। କାରଣ ଏହା ବେଦଭାଷା ଓ ପ୍ରାଚୀନ ସଂସ୍କୃତର ପରବର୍ତ୍ତୀ ଭାଷା। ପାଲି ଓ ଅନ୍ୟ କେତେକ ‘ପ୍ରାକୃତ’ ଯଥା ମାଗଧୀ, ଅର୍ଦ୍ଧମାଗଧୀ, ସୌରସେନୀ ଓ କେତେକ ପରିମାଣରେ ମହାରାଷ୍ଟ୍ରୀ ଭାଷା ଉପରେ ‘ଉଡ୍ର’(ଓଡ଼ିଆ) ଭାଷାର ପ୍ରଭାବ ଲକ୍ଷ୍ୟ କରାଯାଏ। କେତେକ ଭାଷା-ବିଦ୍ୱାନ୍‌ ‘ଉଡ୍ର’କୁ ‘ପ୍ରାକୃତ’ ଭାବେ ବିବେଚନା କରନ୍ତି। ‘ଉଡ୍ର’ ଏକଦା ‘ଉଡ୍ର’(ଓଡ଼ିଶା), କଳିଙ୍ଗ, ଉତ୍କଳ, ତୋଷଳ, କଙ୍ଗୋଦ ଓ ଦକ୍ଷିଣକୋଶଳର ଭାଷା ଥିଲା। ଏହି ବୃହତ୍ତର ଓଡ଼ିଶାର ଭାଷା ସମଗ୍ର ପୂର୍ବ ଭାରତକୁ ବିସ୍ତାରିତ ହୋଇଥିଲା। ଭାଷା-ବିଦ୍ୱାନ୍‌ ଶ୍ରୀ କୀର୍ତ୍ତନ ନାରାୟଣ ପାଢ଼ୀ ତାଙ୍କର ‘ଆମ ଓଡ଼ିଆ ଭାଷା’ ବହିରେ ପାଲି ଭାଷା ‘ଉଡ୍ର’(କଳିଙ୍ଗ) ଭାଷାରୁ ସୃଷ୍ଟି ବୋଲି ପ୍ରାମାଣିକ ମତ ଦେଇଛନ୍ତି। ଏହି ମତକୁ ଉପେକ୍ଷା କରାଯାଇ ନ ପାରେ। ଶାସ୍ତ୍ରୀୟ ସଂସ୍କୃତ ଭାଷା ପୂର୍ବରୁ ‘ଉଡ୍ର’(ଓଡ଼ିଆ) ଥିଲା ପୂର୍ବ ଭାରତର ବୃହତ୍ତମ ଆର୍ଯ୍ୟ ଭାଷା। ସୁତରାଂ ଏହା ମାଗଧୀ ପ୍ରାକୃତକୁ ପ୍ରଭାବିତ କରିଛି, ଯାହା ‘ପାଲି’ର ପ୍ରମୁଖ ଉପାଦାନ।
ଓଡ଼ିଆ ଭାଷାର ପ୍ରାଚୀନତା ସପକ୍ଷରେ ଆମକୁ ଅନେକ ପୌରାଣିକ ତଥ୍ୟ ମିଳିଥାଏ। ରାମାୟଣ ଓ ମହାଭାରତ ବ୍ୟତିରେକେ ବହୁ ପ୍ରାଚୀନ କାବ୍ୟ ଓ ପୁରାଣରେ ‘ଉଡ୍ର’ ନାମ ଉଲ୍ଲେଖ ଥିବା ଏହାର ପ୍ରମାଣ। ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ମନୁଙ୍କ ପରବର୍ତ୍ତୀ ରଚନାରେ ‘ଉଡ଼’ ବା ‘ଓଡ଼’ ପରିବର୍ତ୍ତେ ‘ଓଡ଼୍ର’ ଶବ୍ଦର ପ୍ରଚଳନ ଦେଖିବାକୁ ମିଳେ। ‘ଓରୁଆ’(orua) ଶବ୍ଦର ସାମ୍ୟ ଗ୍ରୀକ୍‌ ଶବ୍ଦ ‘oruza’ ଓ ଲାଟିନ୍‌ ଶବ୍ଦ ‘oruza’ ସହ ରହିଛି। ସମଗ୍ର ବିଶ୍ୱରେ ଧାନ (rice) ଓଡ଼ିଶାରେ ପ୍ରଥମେ ଉତ୍ପାଦିତ ହୋଇଥିଲା। ଏହା ଏକ ଗୃହୀତ ସତ୍ୟ। ତେଣୁ ‘ଅରୁଆ’ (orua)ର ପ୍ରୟୋଗ ହିଁ ବ୍ୟାପକ ଭାବେ ଆଜ ଅବଧି ଓଡ଼ିଶାରେ ହୋଇଥାଏ। ‘ଉଷୁନା’ ଓ ‘ଅରୁଆ’ ଶବ୍ଦ ସର୍ବଜନବିଦିତ। ଓରୁଆ ଉଡ୍ର ଭାଷାର ଶବ୍ଦ। ‘ଓଡ଼’ ବା ‘ଉଡ଼’ ପରିବର୍ତ୍ତେ ‘ଉଡ୍ର’ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀ(ମନୁ) ପରବର୍ତ୍ତୀ ରଚନାରେ ଲୋକପ୍ରିୟ ହୋଇଥିବାରୁ ଓଡ଼ିଆ ଭାଷାର ଉତ୍ସକୁ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ଠାବ କରାଯିବା ଅମୂଳକ ନୁହେଁ।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?