ରାଜନୀତି କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି

ସହଦେବ ସାହୁ

 

ଭାରତର ଆଇନ ନ ମାନୁଥିବା ଅର୍ଥବ୍ୟବସ୍ଥା କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି। କର୍ପୋରେଟ୍‌ ପରିଚାଳନାରେ ମାଲ୍‌ ପ୍ରାକ୍ଟିସ୍‌ (ଅବୈଧ କାରବାର) ଯଥା କମ୍ପାନୀର ମାଲିକ ଓ କମ୍ପାନୀ ଚାଲୁ କରିଥିବା ଲୋକ ପୁଞ୍ଜି ଲଗାଇଥିବା ଲୋକମାନଙ୍କୁ ଠକନ୍ତି। ରାଜନେତାଙ୍କ ପ୍ରଭାବ ଲଗାଇ ସହଜରେ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କା ଋଣ ନେଇପାରନ୍ତି, କିନ୍ତୁ ଋଣ ପରିଶୋଧରେ ଖିଲାପ କଲେ ଆଇନ-ଜାଲକୁ ଏଡ଼ାଇ ଯାଆନ୍ତି। ନୈତିକ ଆଚରଣ ଓ ସାଧାରଣ ଦାୟିତ୍ୱବୋଧ ଏତେ କମିଯିବାର କାରଣ ସରକାର ଚଳାଉଥିବା ରାଜନେତାମାନେ ପ୍ରୋତ୍ସାହନ ଦେଉଛନ୍ତି!
ଭାତହାଣ୍ଡିରୁ ଗୋଟିଏ ଚିପିଲେ ସହି। ଯୁକ୍ତରାଷ୍ଟ୍ର ଆମେରିକା ଅନୁକରଣରେ ଆମ ଦେଶରେ କର୍ପୋରେଟ୍‌ କଲ୍‌ଚର ଆରମ୍ଭ ହେଲା ବେଳକୁ ଦେଶରେ ରାଜନୀତି ଏତେ ଗୋଳମାଳିଆ ଆଉ ଅର୍ଥନୀତି ଏତେ ସଙ୍କଟାପନ୍ନ ହୋଇଥିଲା ଯେ ହର୍ଷଦ୍‌ ମେହେଟ୍ଟାର କାରନାମାକୁ କେଳେଙ୍କାରି ବୋଲି କେହି କହୁ ନ ଥିଲେ। ଘଟଣା(episode)ଟି ତତ୍କାଳୀନ ପରିସ୍ଥିତିର ଦାସ ଥିଲା, ତାକୁ ଲୋକେ ଏବେ ପ୍ରସଙ୍ଗକୁ ଆଣୁନାହାନ୍ତି। ଏବେ ସ୍କାମ୍‌ ବା କେଳେଙ୍କାରି ଆମ ଅର୍ଥନୀତିର ଏକ ଅଙ୍ଗ ହୋଇଗଲାଣି। ଆଇନର ପବିତ୍ରତା ସରକାର ରକ୍ଷା କରୁନାହାନ୍ତି, ଆଇନ ରାଜନେତାମାନେ ଦେଖାଉଥିବା ରାସ୍ତାରେ ଯାଉଛି। ଯଦି କେହି ଆଇନ ଲାଗୁ କରୁଥିବା ଅଧିକାରୀ(ରେଗୁଲେଟର) ଆଇନକୁ ତା’ ବାଟରେ ନେବାକୁ ଚେଷ୍ଟା କରୁଥାନ୍ତି ସେ ଅଫିସରକୁ କାମ ଅଧାରୁ ବଦଳିକରି ନିଜ ମର୍ଜି ଅନୁଯାୟୀ ଯିଏ କାମ କରିବ ତାକୁ ନେଇଆସନ୍ତି। ଅବାଧ ବଜାର (ଫ୍ରି ମାର୍କେଟ) ରାଜନେତାଙ୍କ ଲୋଭ ଆଗରେ ବଳିପଡ଼େ, ବିବେକ (ପ୍ରୁଡେନ୍ସ) ଓ ନ୍ୟାୟ (ଫେଆର୍‌ନେସ୍‌) ଉଭେଇଯାଏ।
ଲୋକେ ଦେଖିଲେ, ୧୯୯୦ ମାର୍ଚ୍ଚରେ ମୁମ୍ବାଇର ଭିକ୍ରୋଲିରେ ଏକ କୁଡ଼ିଆରେ ରହୁଥିବା ୩୬ ବର୍ଷର ମେହେଟ୍ଟା ମାସକ ଭିତରେ ୱର୍ଲିରେ ଏକ ୧୦ କୋଟି ଟଙ୍କିଆ ପ୍ରାସାଦକୁ ଉଠିଗଲା, ସେଠି ଥିଲା ଗଲ୍ଫ କୋର୍ଷ, ମେହେଟ୍ଟାର ଗଣ୍ଡା ଗଣ୍ଡା ଗାଡ଼ି ରଖିବା ଜାଗା ଆଉ ଜାପାନୀ ଉଦ୍ୟାନ: ମେ’ ମାସରେ ଆଇଏମ୍‌ଏଫ୍‌ କହିଲା ଇଣ୍ଡିଆରେ ଷ୍ଟକ୍‌ ମାର୍କେଟର ଯୁଗ ଆସିଗଲା, ଅଗଷ୍ଟରେ ମାର୍କିନ୍‌ ସିଟି ବ୍ୟାଙ୍କ ଲିଙ୍କଲଦ୍ଭର ଇଣ୍ଡିଆ କ୍ୟାପିଟାଲ ମାର୍କେଟର ସ୍ବର୍ଗ ହୋଇଯିବ। ୧୯୯୨ରେ ‘ହର୍ଷଦ୍‌ ମେହେଟ୍ଟା କେଳେଙ୍କାରିର ଖୁଲାସା ହୋଇଗଲା ପରେ ବି ଲୋକେ ଶେୟାର କିଣିବା ପାଇଁ ବ୍ୟାଙ୍କ ଦ୍ୱାରରେ ଭିଡ଼ ଜମାଇଲେ। ୧୯୯୧ ଅଗଷ୍ଟରେ ପି.ଭି. ନରସିଂହରାଓଙ୍କ ଅର୍ଥମନ୍ତ୍ରୀ ମନମୋହନ ସିଂ ଆମଦାନୀ ଓ ଶିଳ୍ପ ଉପରୁ କଟକଣା ଉଠାଇ ଦେଇଥିଲେ ବି ଆବଶ୍ୟକ ମାନବ ସମ୍ବଳ ଏବଂ ଭିତ୍ତିଭୂମି ଅଭାବରୁ ଶିଳ୍ପ ତ ଆସିଲା ନାହିଁ ବରଂ ବିଶୃଙ୍ଖଳ ପୁଞ୍ଜିବାଦୀ ବଜାର ଉଧେଇଲା। ମେହେଟ୍ଟାର ସଫଳତା ଦେଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ତାକୁ ବିନାସୁଧରେ ପାଣ୍ଠି ଯୋଗାଇଲେ, ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ୫୦୦ କୋଟି ଦେଇଥିଲା, କିନ୍ତୁ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବ୍ୟାଙ୍କମାନଙ୍କୁ ଇନ୍‌ସ୍ପେକ୍ସନ କରିଥିବା ରିଜର୍ଭ ବ୍ୟାଙ୍କର ଅଫିସରମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ମେହେଟ୍ଟା ଅକାଳରେ ମରିଯିବାରୁ ଶେୟାର୍‌ ବଜାରରେ ଜୀବନଯାକର ସଞ୍ଚୟ ହରାଇ ଆତ୍ମହତ୍ୟା କରିଥିବା ଲୋକଙ୍କ ଅଭିଶାପ ବୋଲି କୁହାଗଲା ସିନା, ସ୍ପଷ୍ଟ ଦିବାଲୋକରେ ଠକିବା ଲୋକଙ୍କ ଅଭ୍ୟାସରେ ପଡ଼ିଗଲା, ରାଜନେତାମାନଙ୍କ ବାହୁତଳେ ଠକିବା ବଢ଼ିଗଲା। ରାତାରାତି ଧନୀ ହେଉଥିବା ଲୋକେ କହିଲେ, ବେଶି ପଇସା କରିବା କ’ଣ ପାପ? ସେମାନେ ଯେ ରାଜନେତାମାନଙ୍କ ହାତମୁଠାରେ ଥିବା କୋଅପରେଟିଭ୍‌ ବ୍ୟାଙ୍କମାନଙ୍କରୁ ସହଜରେ ଋଣ ଉଠାନ୍ତି। କମ୍ପାନୀର ଶେୟାର ମୂଲ୍ୟ ବଢୁଥିଲେ ବି ଋଣର ଖିଲାପ କରନ୍ତି। ତାହା କେତନ ପାରେଖ ମାଧବପୂରା ମର୍କାଣ୍ଟାଇଲ୍‌ କୋଅପରେଟିଭ୍‌ ବ୍ୟାଙ୍କକୁ ବ୍ୟବହାର କରିଥିବା ପ୍ରମାଣ କରେ।
ମେହେଟ୍ଟା ପାଖରେ କାମ କରିଥିବା ୩୫ ବର୍ଷୀୟ କେତନ ପାରେଖ କେତେକ ଅଖ୍ୟାତ ଆଇଟି ଓ କମ୍ୟୁନିକେଶନ କମ୍ପାନୀର ସବୁ ଶେୟାର ନିଜ ହାତରେ ରଖି ଅଳ୍ପ କିଛି ଶେୟାର କିଣାବିକା ପାଇଁ ଛାଡ଼ି(ଫ୍ଲୋଟିଂ ଷ୍ଟକ୍‌) ଦର ଏତେ ବଢ଼ାଇଦେଲା ଯେ ୨୦୦୧ରେ ତାହାର କେଳେଙ୍କାରି ଧରାପଡ଼ିଲା ବେଳକୁ ସେ ବିଲିଅନେୟାର ହୋଇଯାଇଥିଲା। ଆମ ଦେଶର କର୍ପୋରେଟ୍‌ ଶାସନ ଭିତରେ ଏତେ ମୂଷାଗାତ ଅଛି ଯେ କମ୍ପାନୀର ମାଲିକ ଓ ପ୍ରମୋଟରମାନେ ସହଜରେ ପୁଞ୍ଜି ନିବେଶକାରୀମାନଙ୍କୁ ଠକିପାରୁଛନ୍ତି। କେତନ ଆରମ୍ଭରେ ଗୌତମ ଆଦାନୀଙ୍କ କର୍ମଚାରୀମାନଙ୍କ ସହ କାମ କରିଥିଲେ। ଯେଉଁ ମରିସସ୍‌ ନିଜ ଦେଶର କମ୍ପାନୀମାନଙ୍କ ଉପରେ ଟିକସ ବସାଏ ନାହିଁ, ସେଠାରେ ନାମକୁମାତ୍ର କମ୍ପାନୀ ବସାଇ ଭାରତକୁ ରପ୍ତାନି କରୁଥିବା ଦେଖାଇ ଆଦାନୀଙ୍କ ଷ୍ଟକ୍‌ ମୂଲ୍ୟ ବଢ଼ାଇଥିଲା। ମରିସସ୍‌ରୁ ଭାରତ ଆସୁଥିବା ପୁଞ୍ଜି ବା ଆମଦାନୀ ଉପରେ ଆଉ ଟିକସ ବସିବ ନାହିଁ ବୋଲି ଭାରତ ସରକାର ୧୯୮୩ରୁ ଏକ ଚୁକ୍ତି କରିଥିଲେ। ବିଦେଶୀ ପୁଞ୍ଜି ଆସିଲା ବୋଲି ଆଦାନୀ କମ୍ପାନୀ ଦେଖାଉଥିଲା। ୨୦୦୩ରେ ସେବି(ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ) ଜରିମାନା କଲା ଓ ବାରଣ କଲା। ତା’ ସତ୍ତ୍ୱେ ପାରେଖ ତା’ କାରବାର ଜାରି ରଖିଥିଲା ବୋଲି ୨୦୧୮ରେ ସ୍ବତନ୍ତ୍ର କୋର୍ଟ ପାରେଖକୁ ୩ ବର୍ଷ ଜେଲ୍‌ଦଣ୍ଡ ଦେଲେ। କାରଣ ସେ ସେବିକୁ ଜରିମାନା ଅର୍ଥ ଦେଲାନାହିଁ। ଏ ସବୁଥିରେ ରାଜନେତାମାନେ ପାରେଖକୁ ସାହାଯ୍ୟ କରିଥିଲେ। ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଦୋଷ ଧରିଥିଲେ ବି ଏମ୍‌ପିମାନେ ପାରେଖ ସହ ମିଳାମିଶା ବେଶ୍‌ ଚାଲୁ ରଖିଥିଲେ। ଫାଇନାନ୍ସ ସେକ୍ରେଟାରି (ମଣ୍ଟେକ୍‌ ସିଂ ଆହଲୁୱାଲିଆ) ୧୯୯୩ ନଭେମ୍ବରରେ ଓ ପରେ ରେଭିନ୍ୟୁ ସେକ୍ରେଟାରି ପାରେଖର କାରବାରକୁ ବନ୍ଦ କରିବାକୁ କହିଲେ ମଧ୍ୟ ଅର୍ଥମନ୍ତ୍ରୀ ମନମୋହନ ସିଂ ଟାଳଟୁଳ କଲେ। ସୁପ୍ରିମ୍‌କୋର୍ଟ ବି ମରିସସ୍‌ ସହ ଟିକସଛାଡ଼ ଚୁକ୍ତି ଉପରେ ହସ୍ତକ୍ଷେପ କରିବାକୁ ମନାକଲେ। ୨୦୧୨ରେ ଠକ କମ୍ପାନୀମାନଙ୍କୁ ଟିକସଛାଡ଼ରୁ ବଞ୍ଚତ୍ତ କରିବାକୁ ଯାଞ୍ଚ ଆରମ୍ଭ ହେଲା, ୨୦୧୬ ମେ’ରେ ‘ପାନାମା ପେପର୍ସ’ ସରକାରଙ୍କୁ ବାଧ୍ୟକଲା-ସ୍ବଳ୍ପ ସମୟର ପୁଞ୍ଜି ଆହରଣ (କ୍ୟାପିଟାଲ ଗେନ୍ସ) ଉପରେ ୧୫% ଟିକସ ଜାରି କଲା। ମରିସସ୍‌ରୁ ପୁଞ୍ଜି ଆସିବା କମିଗଲା ସିନା, କିନ୍ତୁ ଅନ୍ୟ ଟ୍ୟାକ୍ସ ହାବେନ୍‌ରୁ ବଢ଼ିଗଲା। ତା’ମାନେ ଠକ ନିବେଶକାରୀଙ୍କ ଉପରେ କଟକଣା ଏକ ଛଳନା ଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ତ ଶହ ଶହ କମ୍ପାନୀ ନିବେଶକାରୀର ପରିଚୟ ଲୁଚାନ୍ତି, ଗୋଲ୍ଡମ୍ୟାନ୍‌ ସାକ୍ସ ଓ ମୋର୍ଗାନ୍‌ ଷ୍ଟାନ୍‌ଲି ଭଳି ବଡ଼ ବଡ଼ ଅର୍ଥସଂସ୍ଥା ବି। ସରକାର ଅଯଥା ଟିକସ ହରାଉଛନ୍ତି। କେତନ ପାରେଖ ତ ଗଲାଣି, କିନ୍ତୁ ତାଙ୍କ କାରନାମାରେ ପ୍ରଭାବିତ ହୋଇ ଏବେ ବି ଶେୟାର ବଜାର (ଷ୍ଟକ୍‌ ମାର୍କେଟ) ଚାକ୍ସ ହାବେନ୍‌ ବାଟେ ଆମଦାନୀ, ରପ୍ତାନି ଦେଖାଇ ସେମାନଙ୍କ ଷ୍ଟକ୍‌ ପ୍ରାଇସ୍‌ ବଢ଼ାଉଛନ୍ତି। ସରକାର କୋଟି କୋଟି ଟଙ୍କା ଟିକସ ହରାଉଛନ୍ତି ଜାଣି ସୁଦ୍ଧା ରାଜନେତାମାନେ ଗଳାବାଟକୁ ବନ୍ଦ କରିବାର ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଇ ଦେଉନାହାନ୍ତି। ୨୦୨୩ ଜାନୁଆରୀରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଂସ୍ଥା ପ୍ରକାଶ କଲା ଯେ, ଆଦାନୀ ଗୋଷ୍ଠୀ ମରିସସ୍‌ ଓ ଅନ୍ୟ ଦରିଆପାରି ଟ୍ୟାକ୍ସ ହାବେନ୍‌କୁ ଲଗାଇ ତାଙ୍କ କମ୍ପାନୀର ଷ୍ଟକ୍‌ ପ୍ରାଇସ୍‌ ହେରଫେର କରୁଛି। ବିଦେଶୀ ପୁଞ୍ଜି ଆଶାରେ ପାଗଳ ସରକାର କର୍ପୋରେଟ୍‌ ସେକ୍ଟରରେ ଚାଲିଥିବା କେଳେଙ୍କାରିକୁ ପ୍ରଶ୍ରୟ ଦେଉଛନ୍ତି। ଏପରିକି ହିଣ୍ଡେନ୍‌ବର୍ଗ ମାମଲାରେ ଆମର ଉଚ୍ଚତମ ନ୍ୟାୟାଳୟ ସରକାରଙ୍କ ବିଦେଶୀ ପୁଞ୍ଜି ଆହରଣ ନିଶାରେ ସରକାରଙ୍କ ଏପରି ଆଚରଣ ଉପରେ ରୋକ୍‌ ଲଗାଇନାହାନ୍ତି। ଏ ପରିପ୍ରେକ୍ଷୀରେ ସେନ୍‌ସେକ୍ସ ଉଚ୍ଚକୁ ଉଠିଲେ ଆର୍ଥିକ ବିଶୃଙ୍ଖଳା ଓ ଭ୍ରଷ୍ଟାଚାର ସେହି ପରିମାଣରେ ବଢ଼ିଛି ବୋଲି ଭାବିବାକୁ ପଡ଼ିବ।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?