ଏସ୍‌ଆଇଏ ସର୍ଭେ: ୫୦ ପରିବାରର ତଥ୍ୟ ସଂଗ୍ରହ

ପୁରୀ ଅଫିସ,୩ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ୫ ଟିମ୍‌ ଘର ଘର ବୁଲି ଏହି ସର୍ଭେ କରୁଛନ୍ତି। ବୁଧବାର ତୃତୀୟ ଦିନ ସୁଦ୍ଧା ପ୍ରାୟ ୫୦ ପରିବାରକୁ ଯାଇ ସେମାନଙ୍କ ଘରର ସବିଶେଷ ତଥ୍ୟ ସଂଗ୍ରହ ଏବଂ ମାପଚୁପ କରିଛନ୍ତି। ଅନ୍ୟପକ୍ଷେ ଶ୍ରୀମନ୍ଦିର ସୁରକ୍ଷା ଜୋନାରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ରହିଥିବା ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହର ସର୍ଭେ କରାଯାଉଛି। ବୁଧବାର ପୂର୍ବାହ୍ନରେ ସର୍ଭେ ଟିମ୍‌ ପଶ୍ଚିମ ଦ୍ୱାରର ବାସେଳି ସାହି, ଗଡ଼ନ୍ତି ଛକ, ଦକ୍ଷିଣଦ୍ୱାର ବରାହୀ ଲେନ୍‌ ଆଦି ସର୍ଭେ କରିଥିଲେ। ପ୍ରତ୍ୟେକ ଘରକୁ ଘର ବୁଲି ସେମାନେ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଏସ୍‌ଆଇଏର ନିର୍ଦ୍ଦିଷ୍ଟ ଫର୍ମାଟ ଆଧାର ଭିତ୍ତିରେ ସର୍ଭେ ଚାଲିଛି। ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରାଯାଇ ଫର୍ମ ପୂରଣ କରାଯାଉଛି। ଗତମାସ ୨୪ ତାରିଖରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାସକ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି। ତେଣୁ ସର୍ଭେ ଟିମ୍‌ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ ପ୍ରତିଶତ ଅଧିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଲାଗି ସରକାର ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିଲାଗି ରାସ୍ତା ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ହୋଇଛି। ଏହି ଅନୁଦାନକୁ ଜମି ଅଧିଗ୍ରହଣ ଆକାଉଣ୍ଟରେ ଜମା କରିବାକୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ସଚିବ । ଚିଠିର ନକଲ ପୁରୀ ଜିଲାପାଳଙ୍କ ନିକଟକୁ ଆସିଛି। ତେବେ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ଏହାକୁ ନେଇ ବିସ୍ଥାପିତ ହେବାକୁ ଥିବା ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ସର୍ଭେର ନେତୃତ୍ୱ ନେଉଥିବା ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ସରକାର ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପରବର୍ତ୍ତୀ ସମୟରେ ଅଧିକ ଅନୁଦାନ ଆସିବ। ଏହାକୁ ନେଇ ଲୋକେ କୌଣସି ପ୍ରକାର ସନ୍ଦେହରେ ପଡ଼ନ୍ତୁ ନାହିଁ।
ସୂଚନାଥାଉ କି, ଶ୍ରୀମନ୍ଦିର ଚୌହଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ଥିବା ୫ଟି ମୌଜା ବାସେଳିସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିରେ ଏହି ସର୍ଭେ କରାଯାଉଛି। ଏହି ମୌଜାଗୁଡ଼ିକରୁ ସରକାରୀ ଓ ଘରୋଇ ଜମିକୁ ମିଶାଇ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବ। ଏହି ସୁରକ୍ଷା ଜୋନ ମଧ୍ୟରେ ୨୩୦ ଘର ସମେତ ପ୍ରାୟ ୩୦୦ ପ୍ଲଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri