ଲୁଣିଝରା ନଦୀରେ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀଙ୍କ ଦାବି, ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ବ୍ଲକ ସାଲୁଣୀ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ଏକ ଚେକଡ୍ୟାମ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲାଣି ସେମାନେ ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଖରାଦିନେ ନଦୀରେ ବାଲି ବନ୍ଧ କରି ଗ୍ରାମବାସୀ ଏକ ଗେଟ ଦ୍ୱାରା ଜମିକୁ ପାଣି ମଡାଇଥାନ୍ତି। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୭୦ ବର୍ଷ ହେଲାଣି ଗ୍ରାମବାସୀ ବାଲିବନ୍ଧ କରି ଜମିକୁ ଜଳସେଚିତ କରୁଛନ୍ତି । ତେବେ ନଦୀରେ ପାଣି ଆସିଲେ ଉକ୍ତ ବାଲିବନ୍ଧ ଭାସି ଯାଏ ଓ ପୁନର୍ବାର ପୂର୍ବ ପରିସ୍ଥିତିକୁ ଫେରି ଆସେ। ତେଣୁ ଉକ୍ତ ସ୍ଥାନରେ ଏକ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ନଦୀରେ ଚେକଡ୍ୟାମ୍‌ କରାଗଲେ ପ୍ରାୟ ୧୨୦୦ ଚାଷୀ ଉପକୃତ ହେବେ। ନାଟୁଗାଁ ପଞ୍ଚାୟତର ସାଲୁଣୀ ଗ୍ରାମର ୧୬୫ ଏକର, ନାଟୁଗାଁ ୫୦୪ ଏକର, ସୁବଳୟା ଗ୍ରାମର ୧୦୦ ଏକର, ସଜନାପଡ଼ା ଗ୍ରାମର ୨୩୬ ଏକର, ପାଲାଗୁଣ୍ଠୁଣୀ ୪୨ ଏକର ଓ ଖେଡ଼ବାରଣା ଗ୍ରାମର ୧୭୨ ଏକର ଏହିଭଳି ୧୨୦୦ ଏକର ଜମି ଜଳସେଚିତ ହୋଇପାରିବ। ଖାଲି ନାଟୁଗାଁ ପଞ୍ଚାୟତ ନୁହେଁ ନିକଟସ୍ଥ ଖଣ୍ଡପଡ଼ା ବ୍ଲକର ଗୁଣ୍ଠୁଣୀ ପଞ୍ଚାୟତର ଗୁଣ୍ଠୁଣୀ, ଚଣ୍ଡିପ୍ରସାଦ ଓ ଅଳାମଡ଼ା ଗ୍ରାମର ପ୍ରାୟ ୧୦୦ ଏକର ଜମି ମଧ୍ୟ ଜଳସେଚିତ ହୋଇପାରିବ। ଆନିକଟ ହେବା ଦ୍ୱାରା ମରୁଡ଼ି ସମୟରେ ଚାଷ ଜମି ଜଳସେଚିତ ହୋଇପାରିବା ସହ ଜମିରେ ଚାଷୀମାନେ ଦୋଫସଲି କରିପାରିବେ। ହେଲେ ବିଭାଗର ଅସହଯୋଗ ଯୋଗୁ୍‌ କିଛି ହୋଇ ପାରି ନ ଥିବା ଜଣାପଡ଼ିଛି। ବିଭିନ୍ନ ଆଡ଼େ ଦାବି କରିବା ପରେ ନୟାଗଡ଼ ଜଳସମ୍ପଦ ବିଭାଗ ୩ ମାସ ତଳେ ଉକ୍ତ ସ୍ଥାନରେ ଚେକଡ୍ୟାମ୍‌ ପାଇଁ ଆକଳନ କରିଥିଲା। ହେଲେ ବର୍ତ୍ତମାନ କିଛି ବି କାର୍ଯ୍ୟ ଆଗେଇ ପାରିନାହିଁ। ଜଳସବ୍ବିଭାଗର ଜଣେ କର୍ମଚାରୀଙ୍କ କହିବା କଥା ଜୁଲାଇ ମାସରେ ଉକ୍ତସ୍ଥାନରେ ଏକ ଚେକଡ୍ୟାମ୍‌ କରିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଗ୍ରାମ ସଭାପତି ବିମ୍ବାଧର ଭୋଇଙ୍କ ସମେତ ପ୍ରତାପ ଚନ୍ଦ୍ର ବେହେରା, ଇନ୍ଦ୍ରମଣି ବିଶ୍ୱାଳ, ରାମଚନ୍ଦ୍ର ବେହେରା, କୃପାସିନ୍ଧୁ ବିଶ୍ୱାଳ, ବୈକୁଣ୍ଠ ପରିଡ଼ା, କୈଳାସ ସ୍ବାଇଁ ପ୍ରମୁଖ ସାଲୁଣିଠାରେ ଚେକଡ୍ୟାମ୍‌ କରିବା ପାଇଁ ଦାବି କରିଛନ୍ତି। ଏହା କୃଷିମନ୍ତ୍ରୀଙ୍କ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି ବିଶେଷ ଭାବେ ମନ୍ତ୍ରୀ ଧ୍ୟାନ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ନେଇ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri