ଭୁବନେଶ୍ୱର ରେଳ ଷ୍ଟେଶନ:ବିଶ୍ୱସ୍ତରୀୟ ପାଇଁ ସଜବାଜ

ଭୁବନେଶ୍ୱର, ୨୦|୯(ସ୍ଥିତ ପ୍ରଜ୍ଞ ମିଶ୍ର):ଦେଶର ପ୍ରଥମ ମଲ୍ଟି ମୋଡାଲ ହବ୍‌ (ବହୁମୁଖି ପରିବହନ କେନ୍ଦ୍ର) ହେବ ଭୁବନେଶ୍ୱର ରେଳ ଷ୍ଟେଶନ। ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ। ରେଳ ଷ୍ଟେଶନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତରୀୟ କରାଯିବାକୁ ରେଲଓ୍ବେ ସହିତ ରାଜ୍ୟ ସରକାର ହାତ ମିଳାଇଛନ୍ତି। ସମଗ୍ର ଷ୍ଟେଶନ ଶୀତତାପ ନିୟନ୍ତ୍ରିତ ହେବାକୁ ଥିବା ବେଳେ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲଡିଂ ରହିବ। ବିମାନବନ୍ଦର ପରି ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଭିତରେ ରଙ୍ଗବେରଙ୍ଗର ଆଲୁଅ ସହ ଅତ୍ୟାଧୁନିକ ସୁବିଧା ଓ ବାହାରେ ବଡ ସମୟ ବିତାଇବା ଲାଗି ବଡ଼ ବଗିଚା ରହିବ। ଯେଉଁଠି ଯାତ୍ରୀମାନେ ବସି ଆରାମ କରିପାରିବେ। ଯାହାପାଇଁ ଗୁରୁବାର ନୂଆଦିଲ୍ଲୀଠାରେ ରେଲଓ୍ବେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭୁବନେଶ୍ୱର ରେଲ୍‌ୱେ ଷ୍ଟେଶନର ଉନ୍ନତୀକରଣ ପାଇଁ ରେଲୱେ ୭୦ କୋଟି ଓ ରାଜ୍ୟ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଷ୍ଟେଶନର ପାରିପାର୍ଶ୍ୱିକ ଉନ୍ନତୀକରଣ ଓ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ (ଇପିସି) ମୋଡ଼ରେ ୩୦୦ କୋଟି ଓ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡରେ ୫୪୦ କୋଟି ଟଙ୍କା ବ୍ୟୟ କରିବେ। ଯେଉଁଥିରେ କି ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁମାନଙ୍କ ପାଇଁ ପ୍ଲାଜା ଓ ଫୁଡ କୋର୍ଟର ସୁବିଧା କରାଯିବ। ଏଥିସହ ଗହଳି କମାଇବା ଲାଗି ପଥଗୁଡିକୁ ଭାଗ ଭାଗ କରାଯିବ। ବସ୍‌ ପାଇଁ ଅଲଗା, ଅଟୋ ରିକ୍ସା ପାଇଁ ଅଲଗା, ଟ୍ୟାକ୍ସି ପାଇଁ ଅଲଗା, ଦୁଇ ଚକିଆ ଯାନ ପାଇଁ ଅଲଗା ଓ ସ୍ବତନ୍ତ୍ର ଭାବେ ସାଇକେଲ ଆରୋହୀ ଏବଂ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ପଥ ନିର୍ମାଣ କରାଯିବ।

ସ୍ମାର୍ଟ ସିଟି ମିଶନରେ କରାଯିବ କାର୍ଯ୍ୟ
କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେଶନ ମଲ୍ଟିମୋଡାଲ ହବ୍‌ ନିର୍ମାଣ ଭାବେ ଭୁବନେଶ୍ୱର ରେଳଷ୍ଟେଶନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ। ୧୨ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ଲାନିଂ, ଡିଜାଇନିଂ ଓ ଏକ୍‌ଜୁକେଶନରେ ନିର୍ମାଣ କରାଯିବ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଜମିରେ ନୂଆ ଟର୍ମିନାଲ ବିଲ୍ଡିଂ ସହ ୨ଟି ନୂଆ ପ୍ଲାଟଫର୍ମ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର ପାର୍କିଂ ଏବଂ ଅନ୍ୟାନ୍ୟ ସାଧାରଣ ଲୋକଙ୍କ ଉପଯୋଗୀ ଭାବେ ନିର୍ମାଣ କରାଯିବ।
୩ ଭାଗରେ ଅର୍ଥ ଖର୍ଚ୍ଚ ହେବ
ନୂଆ ରୂପ ନେବାକୁ ଥିବା ଭୁବନେଶ୍ୱର ରେଳ ଷ୍ଟେଶନକୁ ତିନି ଭାଗରେ କାର୍ଯ୍ୟ କରାଯାଇ ଅର୍ଥ ଖର୍ଚ୍ଚ କରାଯିବ। ପ୍ରଥମଟିରେ ଦୁଇ ଅତିରିକ୍ତ ଲାଇନ ଓ ୩ ମହଲା କୋଠା ନିର୍ମାଣ ହେବ, ଯେଉଁଥିରେ ୧୩୦ କୋଟି ଖର୍ଚ୍ଚ ହେବ। ଅନ୍ୟଟି ଇପିସି (ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ) ରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁମାନଙ୍କ ପାଇଁ ପ୍ଲାଜା ଓ ଫୁଡ୍‌ କୋର୍ଟର ସୁବିଧା କରାଯିବ। ଏଥିସହ ଗହଳି କମାଇବା ଲାଗି ପଥଗୁଡିକୁ ଭାଗଭାଗ କରାଯିବ। ଯେଉଁଥିରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶେଷରେ ପିପିପି ମୋଡ୍‌ରେ କାର୍ଯ୍ୟ ହେବ, ଯେଉଁଥିରେ ୫୪୦ ଟଙ୍କା ଖର୍ଚ୍ଚ କରାଯିବ। ସେଥିରେ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତା, ସୁଉଚ୍ଚ ଅଟ୍ଟାଳିକା ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଘର କରାଯିବ।
ତଳ ୩ ମହଲାରେ ରେଲଓ୍ବେ, ଉପର ୩ ବିଡିଏ
ପ୍ରସ୍ତାବିତ ୬ ମହଲା ଷ୍ଟେଶନ ବିଲ୍‌ଡିଂରେ ୩ ମହଲା ଷ୍ଟେଶନର ଓ ୩ ମହଲା ବିଡିଏ ନିକଟରେ ରହିବ। ତଳ ମହଲା ସହିତ ପ୍ରଥମ ଓ ଦ୍ୱିତୀୟ ମହଲା ରେଳ ଷ୍ଟେଶନକୁ ମିଳିବ। ଏଥିରେ ରେଳପଥର ୧.୭୪ ଲକ୍ଷ ବର୍ଗଫୁଟ ଜାଗା ବ୍ୟବହାର ହେବ। ବାକି ଉପର ତିନି ମହଲା ତକ ବିଡିଏ ନିକଟକୁ ଯିବ। ସେଠାରେ ବିଡିଏ ଶପ୍‌ଲାଇନ, ହୋଟେଲ, ହାଉସଲାଇନ, ପ୍ରେକ୍ଷାଳୟ କରାଯିବାର ବ୍ୟବସ୍ଥା କରାଯାଇଛି।
ସିଙ୍ଗାପୁରର ଡିଜାଇନିଂ କମ୍ପାନୀକୁ ବିଡିଏର ଦାୟିତ୍ୱ
ଏହି ପ୍ରକଳ୍ପ ପାଇଁ ବିଡିଏ ବହୁ ପୂର୍ବରୁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି। ଫଳସ୍ବରୂପ ରେଳ ଷ୍ଟେଶନ ନିକଟରୁ ଜବରଦଖଲ ଉଚ୍ଛେଦ ସହ ଅଶୋକା ମାର୍କେଟ ଭଙ୍ଗା ହେବା ଆଦି ରହିଛି। ସିଙ୍ଗାପୁରର ସୁବର୍ଣ୍ଣା ଜୁରଙ୍ଗ ନାମକୁ ଡିଜାଇନିଂ ସଂସ୍ଥାକୁ ଏନେଇ ନୂଆ ଡିଜାଇନ୍‌ ବନାଇବାକୁ ବିଡିଏ ଦାୟିତ୍ୱ ଦେଇଥିଲା। ଯାହାର କିଛି ଗ୍ରାଫିକାଲ ଛବି ଏବେ ପ୍ରକାଶିତ ହୋଇଛି। ଏହି ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ଏକ କୋଟି ଟଙ୍କା ଦିଆଯାଇଛି।
ଶୋଭା ବଢ଼ାଇବ ଐତିହ୍ୟ ସ୍ଥାପତ୍ୟ
ଷ୍ଟେଶନ ଭିତରକୁ ପଶିବା ଲାଗି ଭୂତଳ ରାସ୍ତା ଓ ବାହାରିବା ଲାଗି ଉପର ମହଲା ଦେଇ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତାରେ ଓ ଷ୍ଟେଶନ ପରିସରରେ ପ୍ରସିଦ୍ଧ କଳିଙ୍ଗ ସ୍ଥାପତ୍ୟ ସହ ପରିବେଶକୁ ସବୁଜମୟ କରାଯିବ। ଓଡ଼ିଶାର ପୁରାତନ କଳା, ସଂସ୍କୃତିର କିଛି ପଟୋଚିତ୍ରକୁ ମଧ୍ୟ ଉଭୟ ପାର୍ଶ୍ୱରେ ସ୍ଥାନିତ କରାଯିବ।
ବହୁ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ
ନୂଆ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣରେ ବହୁ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ପାର୍ସଲ ଅଫିସ୍‌, ରନିଂ ରୁମ୍‌, ଜିଆରପି ବାରାକ୍‌ ସବୁଗୁଡ଼ିକ ବର୍ତ୍ତମାନ ଥିବା ୬ନମ୍ବର ପ୍ଲାଟଫର୍ମକୁ ଉଠିଯିବ। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାନା ଗୋଟିଏ ଛାତ ତଳେ ରହିବ। ରନିଂ ରୁମ୍‌ ବର୍ତ୍ତମାନର ଆର୍‌ପିଏଫ୍‌ ଥାନା ନିକଟକୁ ସ୍ଥାନାନ୍ତର ହେବ ବୋଲି ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri