ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି

କୋଣାର୍କ,୧୪ା୯(ଡି.ଏନ.ଏ): ଶୁକ୍ରବାର ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଗଣମାଧ୍ୟମକୁ ମନ୍ଦିର ଶତପ୍ରତିଶତ ସୁରକ୍ଷିତ ଥିବା କହିବା ସହ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର(ସିବିଆରଆଇ)ର ରିପୋର୍ଟ ଅନୁଯାୟୀ ଜଗମୋହନ ଗର୍ଭଗୃହ ଭିତରେ ଥିବା ବାଲି ୧୭ଫୁଟ୍‌ ତଳକୁ ଦବିଥିବା ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଆମିକସ୍‌ କ୍ୟୁରି ମହାନ୍ତି କୋଣାର୍କରେ ପହଞ୍ଚତ୍ଥିଲେ। ପରିଦର୍ଶନ ବେଳେ ସେ ଅଧିକାରୀମାନଙ୍କଠାରୁ ମନ୍ଦିରର ଉନ୍ନତି ଓ ରୂପରେଖ ବଢ଼ାଇବା ନେଇ କିଭଳି କାର୍ଯ୍ୟ ଚାଲୁଛି ସେ ବିଷୟରେ ପଚାରି ବୁଝିଥିଲେ। ତେବେ ଗର୍ଭଗୃହର ୧୭ଫୁଟ ଦବିଥିବା ଖାଲି ସ୍ଥାନର ପରିପୂର୍ତ୍ତି ନିମନ୍ତେ ପୁନର୍ବାର ବାଲି ଭର୍ତ୍ତି କରିବା ପାଇଁ ସିବିଆରଆଇର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗର୍ଭଗୃହ ଭିତରେ କେଉଁ କିସମର ବାଲି ଭର୍ତ୍ତି କରାଯିବ, ସେ ସମ୍ପର୍କରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ଏଥିସହ ଆସନ୍ତା ଜାନୁୟାରୀ ସୁଦ୍ଧା ଜଗମୋହନ ଚାରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ନୂଆ ସିଷ୍ଟମର ଭାରା ଲାଗିବ। ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହ ପର୍ଯ୍ୟଟକମାନେ ମନ୍ଦିରର ଭାସ୍କର୍ଯ୍ୟକୁ ଠିକ ରୂପେ ଦେଖିବାର ସୁଯୋଗ ପାଇବେ। ୧୯୦୨ ମସିହାରେ ୧୦ହଜାର ମେଟ୍ରିକ୍‌ ଟନ୍‌ ବାଲି ଗର୍ଭଗୃହରେ ଭର୍ତ୍ତି କରାଯାଇଥିଲା। ଏବେ ସାମାନ୍ୟ ଦବିଥିବା ସତ୍ତ୍ୱେ ଜଗମୋହନ ସୁରକ୍ଷିତ ଥିବାବେଳେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା ଆମିକସ କ୍ୟୁରି କହିଛନ୍ତି। ତାଙ୍କ ସହ ଭୁବନେଶ୍ୱର ସର୍କଲ ଇଞ୍ଜିନିୟର ଅନଙ୍ଗ ଦାସ, ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ଥିବାବେଳେ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ସୁଶାନ୍ତ କୁମାର ଗୋଚ୍ଛାୟତ ଓ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri