ଅଟକିଛି ଶିଖରଚଣ୍ଡୀର ବିକାଶ : ସୁଧୁରିନି ଫନୀ ପରର ସ୍ଥିତି

ଭୁବନେଶ୍ୱର,୧୩।୯ : ବାତ୍ୟା ଫନୀରେ ଶିଖରଚଣ୍ଡୀ ପାହାଡ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ବହୁ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାମଧ୍ୟରେ ୪ମାସ ବିତିଯାଇଥିଲେ ମଧ୍ୟ ଗଛଗୁଡିକ ଏବେ ବି ସେମିତି ରାସ୍ତା ଉପରେ ପଡ଼ିଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କେଉଁଠି ଉପୁଡ଼ି ପଡ଼ିଛି ତ କେଉଁଠି ନଇଁବା ଅବସ୍ଥାରେ ରହିଛି। ପାହାଡ଼ ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେଉଥିବାବେଳେ ପାହାଚରେ ଲାଗିଥିବା ବ୍ୟାରିକେଡ୍‌ ଭାଙ୍ଗିଯାଇଛି। ପାହାଡ଼ ଉପରକୁ ଯାଇଥିବା ରାସ୍ତାରେ ଖାଲଖମା ଯୋଗୁ ପର୍ଯ୍ୟଟକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅସାମାଜିକଙ୍କ ଦ୍ୱାରା ମଧ୍ୟ ଅସଦାଚରଣର ଶିକାର ହେଉଛନ୍ତି। ପାହାଡ଼ ଉପରକୁ ଯାତାୟାତ ନିୟନ୍ତ୍ରଣ ପାଇଁ ରହିଥିବା ଗେଟ୍‌ ଅଚଳ ହୋଇପଡ଼ିଛି।

ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ ଓ ରାଜଧାନୀବାସୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଥିବା ଶିଖରଚଣ୍ଡୀ ପାହାଡ଼ର ବିକାଶ ଲାଗି ୨୦୧୩ରେ ଯୋଜନା କରିଥିଲେ ରାଜ୍ୟ ସରକାର। ପର୍ଯ୍ୟଟନ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତଭାବେ ଏହାକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ୮ କୋଟି ଟଙ୍କା ବ୍ୟୟରେ ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଉଭୟ ବିଭାଗର ଏକ ଟିମ୍‌ ସେଠାକୁ ଏକାଧିକଥର ଗସ୍ତ କରିବା ସହ ପର୍ଯ୍ୟଟକଙ୍କ ଲାଗି କେଉଁଠି କେଉଁ ସୁବିଧା ହେବ ସେନେଇ ଆଲୋଚନା କରିଥିଲେ। ଇତିମଧ୍ୟରେ ୬ବର୍ଷ ବିତିଲାଣି। ଶିଖରଚଣ୍ଡୀର ବିକାଶ ଦୂରର କଥା ଦିନକୁ ଦିନ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ସନ୍ଧ୍ୟାହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଥିବାବେଳେ ଦିନ ଦ୍ୱିପ୍ରହରରେ ବି ପର୍ଯ୍ୟଟକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ପର୍ଯ୍ୟଟନ ଋତୁ ଆସିଲେ ଏଠାରେ ଭୋଜିଭାତ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାବେଳେ ଅନ୍ୟ ସମୟରେ ଫାଙ୍କା ପଡ଼ୁଛି। ଟୁରିଷ୍ଟ ଆକ୍ଟିଭିଟି ନ ଥିବାରୁ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଆସୁନାହାନ୍ତି। ଅନ୍ୟପକ୍ଷରେ ଶିଖରଚଣ୍ଡୀରୁ ନନ୍ଦନକାନନର ଦୂରତା ମାତ୍ର ୮ କିମି ହୋଇଥିବାବେଳେ ଚନ୍ଦକା ଓ ଡମପଡ଼ା ପର୍ଯ୍ୟଟନସ୍ଥଳୀର ଦୂରତା ୧୨ରୁ ୧୪ କିମି ହେବ। ତଥାପି ସହରର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ରାଜ୍ୟ ସରକାର କାହିଁକି ଆଗଭର ହେଉନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶିଖରଚଣ୍ଡୀକୁ ଲାଗି ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ସହ କିଟ୍‌ ବିଶ୍ୱବିଦ୍ୟାଳୟ, ଇନ୍‌ଫୋସିଟି ଆଦି ବହୁ ଶିକ୍ଷା ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଚାରିପାଖରେ ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ପର୍ଯ୍ୟନ୍ତ ବଡ଼ ବଡ଼ ଜନବସତି ରହିଛି। ମନୋରଞ୍ଜନ ପାଇଁ ନା ଏକ ଭଲ ପାର୍କ ଅଛି ଅବା କୌଣସି ଚିତ୍ତବିନୋଦନ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ଶିଖରଚଣ୍ଡୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ୨୦୧୩ରେ ହୋଇଥିବା ଯୋଜନା ଅନୁଯାୟୀ, ଶିଖରଚଣ୍ଡୀ ପାଦଦେଶରେ ଏକ ରିକ୍ରିଏଶନାଲ ହବ୍‌ ବା ଚିତ୍ତବିନୋଦନ କେନ୍ଦ୍ର ନିର୍ମାଣ ହୋଇଥାନ୍ତା। ପର୍ଯ୍ୟଟକଙ୍କ ଲାଗି ଏକ ପାର୍କ ନିର୍ମାଣ ସହ ଆଲୋକୀକରଣ ଏବଂ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥାନ୍ତା। ଜୈବ ବିବିଧତା ଦୃଷ୍ଟିରୁ ଏହି ପାହାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏହାକୁ ନଜରରେ ରଖି ଶିଖରଚଣ୍ଡୀର ବିକାଶ କରାଯାଇଥାନ୍ତା। ଅନ୍ୟପକ୍ଷରେ ସବୁଜ ବନାନୀ ସହ ଏହି ଅଞ୍ଚଳରେ ଥିବା ଶତାଧିକ ମୟୂର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥାଏ। ମାତ୍ର ସହରୀକରଣ ପ୍ରଭାବ ଓ ପ୍ରଶାସନିକ ଅବହେଳା ଯୋଗୁ ଶିଖରଚଣ୍ଡୀର ସବୁଜ ବନାନୀ ନଷ୍ଟ ହେଉଥିବାବେଳେ ଗତ ୨ବର୍ଷ ହେଲା ମୟୂରଙ୍କୁ ଆଉ ଦେଖିବାକୁ ମିଳୁନି। ପାହାଡ଼ରେ ବହୁ ବିରଳ ବୃକ୍ଷରାଜି ରହିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଏହା କ୍ଷୟ ହେବାରେ ଲାଗିଛି।
ଅନ୍ୟପକ୍ଷରେ ୨୦୧୮ରେ ବିଡିଏ ଏବଂ ପର୍ଯ୍ୟଟନ ବିଭାଗ ମଧ୍ୟରେ ଶିଖରଚଣ୍ଡୀର ବିକାଶ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାନସଭା ଷ୍ଟାଣ୍ଡିଂ କମିଟି ମଧ୍ୟ ପାହାଡ଼ର ବିକାଶ ଲାଗି ପ୍ରସ୍ତାବ ଦେଇଥିଲା। ହେଲେ ଏପର୍ଯ୍ୟନ୍ତ ଏହାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରାଯାଇନାହିଁ। ଏନେଇ ଭୁବନେଶ୍ୱର ଟୁରିଷ୍ଟ ଅଫିସର ଅଜୟ କୁମାର ରାଉତ କହିଛନ୍ତି, ଏଥିପାଇଁ ଆମେ ଇଡ୍‌କୋକୁ ୧କୋଟି ଟଙ୍କା ଦେଇଛୁ। ଡିପିଆର୍‌ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri