୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍‌ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର ରିଟର୍ନ ଦାଖଲ ନ କରିବା ମାମଲାରେ ଏବଂ ସରକାରୀ ରାଜକୋଷରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିଡିଏସ୍‌(ସ୍ରୋତରୁ ଟିକସ କାଟିବା) ଜମା ନ କରିବା କ୍ଷେତ୍ରରେ ଟିକସଦାତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ଦାଏର କରାଯିବ ନାହିଁ ବୋଲି ସିବିଡିଟି ସର୍କୁଲାରରେ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ଏଣିକି ଏଭଳି ମାମଲାଗୁଡ଼ିକ ଆଉ କୋର୍ଟକୁ ଯିବ ନାହିଁ। ସିବିଡିଟିର ଏହି ନିଷ୍ପତ୍ତି କାରଣରୁ ବହୁ ସଂଖ୍ୟାରେ ଟିକସଦାତାଙ୍କୁ ଆଇନଗତ ଝାମେଲାରୁ ମୁକ୍ତି ମିଳିବ। ଟିକସଦାତାଙ୍କ ବିରୋଧରେ କଠୋର ମନୋଭାବ ପୋଷଣ ନ କରିବାକୁ ନିକଟ ଅତୀତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆୟକର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସର୍କୁଲାରରେ କୁହାଯାଇଛି ଯେ, ବାରମ୍ବାର ଦାଖଲ କରିବାରେ ହେଳା କରିବା କ୍ଷେତ୍ରରେ ଦୁଇଜଣିଆ ମୁଖ୍ୟ କମିଶନରଙ୍କ କଲେଜିୟମ କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକଙ୍କ ଅନୁମତି ନେବା ପରେ ଯାଇ ମାମଲା ଦାଏର କରାଯାଇପାରିବ। ଆୟକର ଧାରା ୨୭୬ସି ଅନୁସାରେ ଏଭଳି ମାମଲା ଦାଏର କରାଯିବ। ସିବିଡିଟିର ନିଷ୍ପତ୍ତି ଯୋଗୁ ଏଭଳି ମାମଲା ସଂଖ୍ୟା ବହୁଗୁଣରେ କମିବ। ବହୁ ସଂଖ୍ୟାରେ ଟିକସଦାତା ଆଇନଗତ ଲଢ଼େଇରୁ ମୁକ୍ତି ପାଇବେ। କେବଳ ସନ୍ଦେହରେ ନୁହେଁ ବଳିଷ୍ଠ ପ୍ରମାଣ ଭିତ୍ତିରେ ମାମଲା ଦାଏର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri