ଗ୍ରାମୀଣ ହସ୍ତକଳାର ପୁନରୁଦ୍ଧାର ସମ୍ଭବ

ବନ୍ତ,୧୧।୯(ଡି.ଏନ୍‌.ଏ.)-ଗ୍ରାମୀଣ ତଥା ପାରମ୍ପରିକ ହସ୍ତକଳାର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇ କଳା ଶିକ୍ଷକ ପଦ୍ମନାଭ ସେଠୀ ଚର୍ଚ୍ଚାକୁ ଆସିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ବିଟିପୁର ଅଞ୍ଚଳରେ ତାଙ୍କ ଘର। ପୁରୁଷଣ୍ଢ ନୋଡାଲ ଉପ୍ରା ବିଦ୍ୟାଳୟରେ ଗତ ୨୦୧୩ ମସିହାଠାରୁ କଳା ଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି । ନୂତନ ଜ୍ଞାନକୌଶଳରେ ଟେରାକୋଟା ଭଳି ଶିଳ୍ପର ଆଧୁନିକୀକରଣ କରାଗଲେ ଓ ସରକାରୀ ପ୍ରୋତ୍ସାହନ ମିଳିଲେ ପାରମ୍ପରିକ କଳା ନୂଆ ଜୀବନ ପାଇପାରିବ ବୋଲି ସେ କହିିଛନ୍ତି।
କଳା ଶିକ୍ଷକ ପଦ୍ମନାଭ କହିଛନ୍ତି, ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଟେରାକୋଟା ଭଳି ଗ୍ରାମୀଣ ହସ୍ତକଳା ସମ୍ପର୍କରେ ସେ ତାଲିମ ପ୍ରଦାନ କରି ଆସୁୁଛନ୍ତି। ଭଦ୍ରକ ନେହରୁ ଷ୍ଟାଡିୟମ, ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟ, ପୁରୁଷଣ୍ଢ ନୋଡାଲ ସ୍କୁଲ, ଗଣିଜାଙ୍ଗ ସଂସ୍କୃତି ସୁରକ୍ଷା ମଞ୍ଚ ଆଦି ସ୍ଥାନରେ ଚିତ୍ରକଳା ଓ ଟେରାକୋଟା ପ୍ରଦର୍ଶନୀ କରି ସେ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି। ଭଦ୍ରକର ଭଦ୍ରାୟଣୀ ବାଣିଜ୍ୟ ମେଳାରେ ବାଲୁକା କଳା ମା’ ଭଦ୍ରାକାଳୀ ଓ ବାବା ଆରଡିଶ୍ୱରଙ୍କ ଚିତ୍ରାଙ୍କନ ସହିତ ବାଲେଶ୍ୱର, କେନ୍ଦୁଝର ଜିଲାର ଶାଳନିଆଁ ଓ ବନ୍ତ ବ୍ଲକସ୍ତରୀୟ ଶିଶୁ ଉତ୍ସବରେ ତାଙ୍କ ବାଲୁକା କଳା ଦର୍ଶକଙ୍କ ମନ ଜିଣିଛି। ଏହି କାର୍ଯ୍ୟ କ୍ଷେତ୍ରରେ ବହୁ ବାଧାବିଘ୍ନ ଆସିଥିଲେ ବି ସେ ଏହାକୁ ଅତିକ୍ରମ କରି ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଟେରାକୋଟା ଉପରେ ତାଲିମ ପ୍ରଦାନ କରୁଛନ୍ତି ା ସରକାରୀ ସ୍ତରରେ ଏଥିଲାଗି ସ୍ବତନ୍ତ୍ର ଯୋଜନା କରାଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର।
ନିଜ ପିଲାଦିନ କଥା ମନେ ପକାଇ ପଦ୍ମନାଭ କହନ୍ତି, ଗ୍ରାମୀଣ କଳା ଦ୍ୱାରା ପ୍ରଭାବିତ ହୋଇ ପ୍ରଥମେ ସେ ଛବି ଆଙ୍କିବା ସହ ମାଟିରେ ବିଭିନ୍ନ ପ୍ରତିମା ଗଢୁଥିଲେ। ପରବର୍ତ୍ତୀ ସମୟରେ ବଡ ବଡ ମୃଣ୍ମୟୀ ମୂର୍ତ୍ତି ତିଆରି କରିଥିଲେ। ତୋରଣ ଓ ଅନ୍ୟ ସାଜସଜ୍ଜା କାର୍ଯ୍ୟ କରୁଥିଲେ। ଗାଁଗଣ୍ଡାରେ ମିଳୁଥିବା ବାଉଁଶମୂଳ, ନଡିଆ ଷଡେଇ, ତାଳପତ୍ର, ପୁରୁଣା ବୋତଲ ଆଦି ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ କଳାକୃତି ଗଢି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟେରାକୋଟା କାମ ଓ ବାଲୁକା କଳା ପ୍ରତି ମଧ୍ୟ ରୁଚି ରଖିଥିଲେ। ୧୯୯୧ରେ ଆଗରପଡା କୃଷ୍ଣଚନ୍ଦ୍ର ବିଦ୍ୟା ମନ୍ଦିରରୁ ମାଟ୍ରିକ ପାସ୍‌ କରି ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ଭାସ୍କର୍ଯ୍ୟ କଳାରେ ସ୍ନାତକ ଓ ୨୦୧୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଇନ୍‌ ଭିଜୁଆଲ୍‌ ଆର୍ଟରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ଭଦ୍ରକ ଆର୍ଟ କଲେଜରେ ପଢିବା ବେଳେ ଟେରାକୋଟା ଓ ବାଲୁକା କଳା, ପଟଚିତ୍ର, ବାଥିକ୍‌, ଟେନସିଲ୍‌ ଡିଜାଇନ୍‌ କାର୍ଯ୍ୟ ଆରମ୍ଭ କରିଥିଲେ ା ଟେରାକୋଟା ଶିଳ୍ପର ବିକାଶ ଲାଗି ସେ ଏବେ ଭଦ୍ରକ ଜିଲାର ତିହିଡି, ଆଗରପଡା ଆଦି ସ୍ଥାନରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ା ଧର୍ମପଦ ପୁରସ୍କାରପ୍ରାପ୍ତ ସ୍ବର୍ଗତ ରବି ନାରାୟଣ ନାୟକ, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ, ଅଧ୍ୟାପକ ଜୟନ୍ତ କୁମାର ମଲ୍ଲିକ, ଅଶ୍ୱିନୀ କୁମାର ପଣ୍ଡା, ରାମ ଚନ୍ଦ୍ର ଦାସ, ଆଗରପଡା ଡାଏଟର ଅଧ୍ୟାପକ ବୃନ୍ଦାବନ ସାମନ୍ତରାୟଙ୍କ ପ୍ରେରଣା ତାଙ୍କୁ ଆଗକୁ ନେବାରେ ସହାୟକ ହୋଇପାରିଛି । କଳାପ୍ରତିଭା ପାଇଁ ସେ ଶ୍ରୀକ୍ଷେତ୍ର ସଂସ୍କୃତି ଗୌରୀ, ବାଲୁକା କଳା ସମ୍ମାନ, ବାଣୀପୀଠ ଶିକ୍ଷକ ଗୌରବ ସମ୍ମାନ, ଭଦ୍ରାୟଣୀ ଜିଲାସ୍ତରୀୟ ପ୍ରତିଭା ସମ୍ମାନ ଓ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଭଳି ଅନେକ ପୁରସ୍କାର ଲାଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri