ବାଂଲାଦେଶରେ ଥମୁନି ହିନ୍ଦୁ ନିର୍ଯାତନା, ଆଉ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୧୩।୧: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଛି । ଏହାରି ଭିତରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦାଗାନଭୂଇଁଆନରେ ୨୮ ବର୍ଷୀୟ ହିନ୍ଦୁ ଯୁବକ ସମୀର କୁମାର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେ ଦାସ ରାମାନନ୍ଦପୁର ଗ୍ରାମର ବାସିନ୍ଦା ଥିଲେ ଏବଂ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚଲାଇ ତାଙ୍କ ପରିବାର ପ୍ରତିପାଳନ କରୁଥିଲେ ।

ରବିବାର ରାତିରେ ସମୀର ଘରକୁ ନ ଫେରିବାରୁ ତାଙ୍କ ପରିବାର ସହରର ବିଭିନ୍ନ ଅଞ୍ଚଳରେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରାୟ ରାତି ୨ଟା ସମୟରେ ସ୍ଥାନୀୟ ଲୋକମାନେ ଦକ୍ଷିଣ କରିମପୁର ମୁହୁରି ବାରି ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ସୂଚନା ପାଇ ଦାଗନଭୂଇଁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା।

ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳର ପରିସ୍ଥିତି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି। ଦାଗାନଭୂଇଁଆ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ଫୟାଜୁଲ ଅଜିମ ନୋମାନ କହିଛନ୍ତି ଯେ ସମୀରଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଇ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅପରାଧୀମାନେ ତାଙ୍କ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇ ପଳାଇ ଯାଇଥିଲେ। ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ...

ସତସଙ୍ଗ ପ୍ରତିଯୋଗିତା: ଜିଲାସ୍ତରରେ କୃତକାର୍ଯ୍ୟ ହେବା ଦଳ ଯିବେ ଅଯୋଧ୍ୟା

ଜି.ଉଦୟଗିରି,୧୩।୧( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଫୁଲବାଣୀ ଅଞ୍ଚଳ ଏକଲ ଅଭିଯାନ ସଂସ୍କାର ଶିକ୍ଷା ତରଫରୁ ସୋମବାର ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପରିସରରେ ସତସଙ୍ଗ...

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

ମା’ଙ୍କ ପିଣ୍ଡଦାନ ପାଇଁ ପ୍ରସ୍ତୁତି କରୁଥିଲେ ପୁଅ, ବାଜିଲା ଫୋନର ଘଣ୍ଟି: ଆଉ ତା’ପରେ…

ହାଇଦ୍ରାବାଦ୍‌,୧୩।୧:ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ମା’ଙ୍କୁ ମୃତ ଭାବି ପିଣ୍ଡଦାନ ପାଇଁ ପୁଅ ପ୍ରସ୍ତୁତି କରୁଥିବାବେଳେ, ସେଇ...

‘ଆମେ ବରବାଦ ହୋଇଯିବୁ’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରନ୍ତର ଅନ୍ୟ ଦେଶଗୁଡ଼ିକ ଉପରେ ଭାରୀ ଶୁଳ୍କ ଲାଗୁ କରୁଛନ୍ତି। ଏହାକୁ ତାଙ୍କ ନିଜ ଦେଶ ଭିତରେ ବିରୋଧର...

ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ ଇଣ୍ଡିଆର ଚିତ୍ର! ନୂଆ ଚେହେରାଙ୍କୁ ମିଳିବ ସୁଯୋଗ, ଏମିତି ରହିବ ସାମ୍ଭାବ୍ୟ ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧: ବୁଧବାର ରାଜକୋଟରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ମ୍ୟାଚ ଜିତିବା ପରେ...

IIT କ୍ୟାମ୍ପସରେ ଦୁର୍ଘଟଣା, ସ୍କୁଟିରେ ଆସୁଥିବା ବେଳେ ଡିଭାଇଡରରେ…

ଖୋର୍ଦ୍ଧା,୧୩।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ଆଇଆଇଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ସ୍କୁଟି ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା...

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri