ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ ଏକ ବାଇକ୍‌ ଧକ୍କା ଦେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜାମୁଗୁଡା ଗ୍ରାମର ପ୍ରଶାନ୍ତ କୁମାର ଦାସ। ସେ ଥୁଟିବର ଆଶ୍ରମ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଶିକ୍ଷକ ପ୍ରଶାନ୍ତ ବାଇକ୍‌ରେ ପୁଅ ଓ ଝିଅଙ୍କୁ ବସେଇ ଘରଠାରୁ ୫୦୦ ମିଟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପଛପଟୁ ଏକ ବାଇକ ଦ୍ରୁତଗତିରେ ଆସି ଧକ୍କା ଦେବାରୁ ସେ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେ ଗୁରୁତର ଥିବାରୁ ଆମ୍ବୁଲନ୍ସ ଯୋଗେ ତାଙ୍କୁ ଉଷାପଡାସ୍ଥିତ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ପୁଅ, ଝିଅ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଟିକିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି। ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ ବୋଲି ଟିକିରି ଆଇଆଇସି ଦିନକୁଷ୍ଣ ମିଶ୍ର କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ୪ ମାସ ପରେ ଖାମେନେଇଙ୍କର ହେବ ଅନ୍ତିମ ସଂସ୍କାର! ବାହାରିବ ପାର୍ଥିବ ଶରୀରର ଶୋଭାଯାତ୍ରା

ତେହରାନ,୪।୬: ହତ୍ୟାର ପ୍ରାୟ ଚାରି ମାସ ପରେ, ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଇରାନର ମଶାଦ ସହରସ୍ଥିତ ଇମାମ ରେଜାଙ୍କ ମଠ ନିକଟରେ…

ଘରେ ଥିଲାବେଳେ ଫାଟିଲା AC, ଆଉ ତାପରେ…

ବଲାଙ୍ଗୀର,୪।୬( ସୁନିଲ କୁମାର ମହାନ୍ତି): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି…

ଖାନ୍‌ ସାରଙ୍କ ସୁରକ୍ଷାକର୍ମୀ କରିଥିଲେ ଫାୟାରିଂ, ନୂଆ ଭିଡିଓରେ ସାଂଘାତିକ ଖୁଲାସା!

ପାଟନା,୪।୬: ବିହାରର ରାଜଧାନୀ ପାଟନାରେ ଜୁନ ୨ ତାରିଖ ବିଳମ୍ୱିତ ସଂଧ୍ୟାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ମୋଡ଼…

କଂଗ୍ରେସକୁ ଫେରିବେ ଅମରିନ୍ଦର ସିଂ! ଭାଜପାକୁ ଲାଗିବ ଶକ୍ତ ଝଟକା, ଜାଣନ୍ତୁ ପଞ୍ଜାବ ରାଜନୀତିର ଭିତିରି କଥା

ଚଣ୍ଡିଗଡ଼,୪।୬: ପଞ୍ଜାବରେ ରାଜନୈତିକ କାର୍ଯ୍ୟକଳାପ ପୁଣି ଥରେ ତୀବ୍ର ହୋଇଛି। ଗୁଜବ ଉଠୁଛି ଯେ କଂଗ୍ରେସ ଦଳ ରାଜ୍ୟରେ ନିଜର ହଜିଯାଇଥିବା ଜନ ଆଧାର ପୁନରୁଦ୍ଧାର କରିବା…

ଜ୍ବର ହୋଇଥିବା ବ୍ୟକ୍ତିଙ୍କୁ କ୍ୱାକର ଦେଇଦେଲେ ଭୁଲ ଇଞ୍ଜେକ୍ସନ, ଚାଲିଗଲା ଜୀବନ

ବଲାଙ୍ଗୀର,୪।୬((ସୁନିଲ କୁମାର ମହାନ୍ତି): ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଅଇଁଲାଭଟା…

IAS ଚାକିରି ଛାଡ଼ି ସାହିତ୍ୟ ସାଧନା କରିଥିଲେ ଡ. ଜଗନ୍ନାଥ ପ୍ରସାଦ ଦାସ, ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୪ା୬: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ…

ଜୟମଣି ମହାନ୍ତଙ୍କ ବାସଭବନରେ ଚଢ଼ାଉ କଲା କେନ୍ଦୁଝର ବନ ବିଭାଗ, ବେଆଇନ ଶାଳ କାଠ ନେଇ…

କେନ୍ଦୁଝର,୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ଆଜି ପାଟଣା ରେଞ୍ଜର କର୍ମଚାରୀ ଏବଂ ମୋବାଇଲ୍ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ନୂଆପଡ଼ା ଗ୍ରାମର…

ସିଲ୍‌ ହୋଇଥିଲା ଅଜିତଙ୍କ କାଜୁ ଫ୍ୟାକ୍ଟ୍ରି : ୧୮ ମାସ ପରେ ହାଇକୋର୍ଟ ଦେଲେ ଏମିତି ରାୟ, ଚାହିିଁକି ରହିଗଲେ ଜିଲାପାଳ

ଗଞ୍ଜାମ,୪।୬(ବିଦ୍ୟାଧର ସାହୁ ): ପରିବେଶ ପଦୂଷଣ ନେଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଗଡ଼ ହୁମାଠାରେ ଥିବା ଅଜିତ ପାତ୍ରଙ୍କ କାଜୁ ଫ୍ୟାକ୍ଟ୍ରି ୨୦୨୪ରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri