ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି । ଏହାକୁ ନେଇ ସମ୍ପୃକ୍ତ ଚାଷୀଙ୍କ ଦୂଃଖ ବଢି ଚାଲିଛି। ଗତ କିଛିଦିନ ତଳେ ଏଭଳି ସମସ୍ୟା ଯୋଗୁଁ ଜଣେ ଚାଷୀ ବାହାଘର ପାଇଁ ଧାନ ବନ୍ଧା ପକାଇ ଥିଲେ। ତେବେ ତାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଶନିବାର ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଗରଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ରାମଖୋଲ ଗ୍ରାମର ଚାଷୀ ଝାଡ଼େଶ୍ଵର ପାତ୍ର ନିଜ ଚିକିତ୍ସା ପାଇଁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ୩୧୦୦ ଟଙ୍କା ବଦଳରେ କୁଇଣ୍ଟାଲ ପ୍ରତି ୧୬୦୦ ଟଙ୍କାରେ ଧାନ ବିକ୍ରି ପାଇଁ ବାଧ୍ୟ ହୋଇଥିବା କହିଛନ୍ତି । ଗତ ୧୫ତାରିଖରୁ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ ଖରିଫ ଋତୁରେ ନିଜ ପୈତ୍ରୁକ ଜମି ଏକ ହେକ୍ଟର ଏବଂ ନିଜ ଶଶୁର ଘରର ଦୁଇ ଏକର ଜମି ନିଜ ଧର୍ମ ପତ୍ନୀ ତପସ୍ଵିନୀ ପାତ୍ର ଧାନ ଚାଷ କରି ଅଗଷ୍ଟ ମାସ ୨୫ ତାରିଖ ଦିନ ଧାନ ବିକ୍ରି ପାଇଁ ଆବଶ୍ୟକୀୟ କାଗଜପତ୍ର ଦେଇ ସୋସାଇଟିକୁ ଯାଇ ପଞ୍ଜିକରଣ କରିଥିଲେ। ମାର୍ଚ୍ଚ ମାସ ଶେଷ ସୁଦ୍ଧା ଟୋକନ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ବିକ୍ରି କରିବେ ବୋଲି ସେ ଆଶା ବାନ୍ଧିଥିଲେ। ମାତ୍ର ତାଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନାହିଁ। ତାଙ୍କ ସାନଭାଇ ମଧ୍ୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚାଷୀ ଝାଡେଶ୍ବର ଚାଷକାର୍ଯ୍ୟ ସହିତ ଅଞ୍ଚଳର ପରିବେଶ ସୁରକ୍ଷା ଏବଂ ଲୋକଙ୍କ ସେବା କରି ଆସିଛନ୍ତି। ଏବେ ତାଙ୍କର ଏଭଳି ଦୁଃଖ ଅନ୍ୟମାନଙ୍କୁ ମଧ୍ୟ ଦୁଃଖରେ ପକାଇ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ…

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ଖାଇଲା ଦନ୍ତା 

ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି…

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’ ଉନ୍ମୋଚିତ

ଭୁବନେଶ୍ୱର,୧୯।୪: ଟାଇମ୍‌ପାସ୍‌ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’…

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri