ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି ଭାରତୀୟମାନେ ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଅଧିକ କଷ୍ଟ ଭୋଗିସାରିଲେଣି ଏବଂ ଭୋଗୁଛନ୍ତି ମଧ୍ୟ। ଉପସାଗରୀୟ ଅଞ୍ଚଳରେ ପ୍ରାୟ ଏକ କୋଟି ଭାରତୀୟ ଅଛନ୍ତି, ଯାହା ଛଅଟି ଗଲ୍ଫ କୋଅପରେଶନ କାଉନ୍‌ସିଲ( ଜିସିସି) ଦେଶ ମଧ୍ୟରୁ ପାଞ୍ଚଟି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ହିଂସା ଯୋଗୁ ଏହି ଭାରତୀୟଙ୍କ ଜୀବନ ଏବଂ ଜୀବିକା ଏବେ ବିପଦରେ । ଅନିଶ୍ଚିତତା ସେମାନଙ୍କୁ ସମସ୍ୟାରେ ପକାଇଛି ଏବଂ ବିଶେଷକରି ଭଲରେ ଜୀବନଯାପନ କରୁ ନ ଥିବା ଲୋକଙ୍କ ପାଇଁ ଜିଇବା କଷ୍ଟକର ହୋଇଯାଇଛି। ଏହି ସଂଖ୍ୟାଗରିଷ୍ଠମାନେ ହେଉଛନ୍ତି ଉପସାଗରୀୟ ଅଞ୍ଚଳରେ ସେବା କିମ୍ୱା ଶିଳ୍ପ କ୍ଷେତ୍ରରେ କାର୍ଯ୍ୟକରୁଥିବା ପ୍ରବାସୀ ଭାରତୀୟ ଶ୍ରମିକ ଶ୍ରେଣୀର ଲୋକେ। ଏହି କ୍ଷେତ୍ରରେ ଅନେକ ଲକ୍ଷ ଭାରତୀୟଙ୍କ ସକ୍ରିୟ ଯୋଗଦାନ ଥିବାରୁ ଯୁଦ୍ଧ ପରେ ଜିସିସି ରାଷ୍ଟ୍ରଗୁଡ଼ିକର ଭବିଷ୍ୟତ ଏବଂ ଅର୍ଥନୀତି ପ୍ରଭାବିତ ହୋଇପାରେ। ଯେଉଁ ରାଷ୍ଟ୍ରରୁ ଆମେ ଇନ୍ଧନ ଏବଂ ଗ୍ୟାସ ଆଣୁଛୁ ସେମାନଙ୍କ ତୁଳନାରେ ବି ଭାରତ ଅଧିକ ଅକଳରେ ପଡ଼ିଛି ଏବଂ କଷ୍ଟ ପାଉଛି। ଏଥିପାଇଁ ଏହି ପ୍ରଶ୍ନ ପଚାରିବା ଜରୁରୀ- ଯୁଦ୍ଧରତ ରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲର କାର୍ଯ୍ୟକଳାପକୁ ପ୍ରଭାବିତ କରିବାରେ କିମ୍ୱା ପ୍ରଭାବିତ କରିବାକୁ ଚେଷ୍ଟା କରିବାରେ ଆମେ ଅସମର୍ଥ କାହିଁକି? ଆମ ସରକାର କେବଳ କହିଛନ୍ତି, ଶିପିଂ ପୁନର୍ୱାର ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଏଭଳି କହିବା ବ୍ୟତୀତ ସରକାର ଅନ୍ୟ ସମସ୍ୟା ସହିତ ଜଡିତ ହୋଇନାହାନ୍ତି। କାହିଁକି ଜାହାଜଗୁଡ଼ିକ ଅଟକି ରହିଛନ୍ତିି? ଆମେ ସେ ବିଷୟରେ କୌଣସି ଟିପ୍ପଣୀ ଦେଉନାହୁଁ। ଏହାକୁ ପୁନର୍ୱାର କିପରି ଆରମ୍ଭ କରାଯିବ? ଏ ବିଷୟରେ ଆମକୁ ଜଣାନାହିଁ। କେବଳ ଆବେଦନ କିମ୍ୱା ଦାବି କିମ୍ୱା ଅନୁରୋଧ କରୁଛୁ ଯେ, ଶିପିଂ ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଉଲ୍ଲେଖନୀୟ ଯେ, ଭାରତ ତ୍ରୁଟିପୂର୍ଣ୍ଣ ଭାବରେ ୟୁରୋପର ଉପନିବେଶବାଦୀ ରାଷ୍ଟ୍ରଗୁଡ଼ିକର ଦୃଷ୍ଟିକୋଣକୁ ସମର୍ଥନ କରିଚାଲିଛି, ଯେଉଁମାନେ ଯୁଦ୍ଧରେ ଜଡ଼ିତ ହେବାକୁ ଚାହାନ୍ତି ନାହିଁ। ସେମାନେ କେବଳ ଚାହାନ୍ତି ସେମାନଙ୍କ ସାମଗ୍ରୀ ସୁରୁଖୁରୁରେ ଆସିଯାଉ। ଆସନ୍ତୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ଏହା ମଧ୍ୟ ସମ୍ଭବ । ଏସବୁ ପଛରେ ସମ୍ଭବତଃ କୌଣସି ଗୋଟିଏ କାରଣ ନାହିଁ ବରଂ ଏପରି କେତୋଟିି କାରଣ ରହିଛି, ଯାହା ପଦକ୍ଷେପ ନେବା ଅପେକ୍ଷା ଆମକୁ ନୀରବ ରହିବାକୁ ପ୍ରେରିତ କରିଛି। ଆସନ୍ତୁ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା।
ଭାରତୀୟ ବୈଦେଶିକ ନୀତିରେ ଏକ ଅସଙ୍ଗତି ଅଛି ଏବଂ ଏହାର ଚେର ଜାତୀୟ ସୁରକ୍ଷା ଯାଏ ଲମ୍ୱିଛି। ଉଦାହରଣ ସ୍ୱରୂପ, ଚାଇନା ଭାରତର ବନ୍ଧୁ କିମ୍ୱା ଶତ୍ରୁ; ତାହା ସହ ବାଣିଜ୍ୟ କରାଯିବା ଉଚିତ ନା ବିଚ୍ଛିନ୍ନ ହେବା ଦରକାର, ସେ ସମ୍ପର୍କରେ ଆମେ ସ୍ପଷ୍ଟ ନୋହଁୁ। ନୀତି ତଥା ବିଶ୍ୱାସ ଅଭାବରୁ ହିଁ ସମନ୍ୱୟ ରହେ ନାହିଁ। ଆମର ଅଧିକାଂଶ ବୈଦେଶିକ ନୀତି ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏବେ ଏହି ଯୁଦ୍ଧ ସ୍ଥିତିରେ ସେପରି ହୋଇଛି। ଏହା ସ୍ପଷ୍ଟ ଯେ, ବିଶ୍ୱନେତା ହେବାର ଦାବି ଫମ୍ପା ଥିଲା, ଆମେ ଲଜ୍ଜିତ ହୋଇ ଦୂରେଇ ରହିଗଲୁ। ଜାତୀୟ ସ୍ୱାର୍ଥର ଧାରଣାକୁ ପରିତ୍ୟାଗ କରି ଆମେ ବ୍ୟକ୍ତିଗତ ସ୍ୱାର୍ଥ ସହିତ ଜଡ଼ିତ ବ୍ୟକ୍ତିଗତ କୂଟନୀତିକୁ ଆଦରି ନେଇଛୁ ଏବଂ ଧରି ନେଉଛୁ ଘନିଷ୍ଠତା ହେଉଛି ବୈଦେଶିକ ନୀତି ପାଇଁ ଏକ ଦୃଢ଼ ଭିତ୍ତିଭୂମି। ଗଭୀର ବନ୍ଧୁତ୍ୱ ରଖିବା ପ୍ରୟାସରେ (ଟ୍ରମ୍ପଙ୍କ ଦ୍ୱାରା) ଆମକୁ ବିଶ୍ୱାସଘାତ କରାଯାଇଛି କିମ୍ୱା ବିପରୀତ ପକ୍ଷ (ନେତନ୍ୟାହୁ)ଙ୍କ ଦ୍ୱାରା ଆମକୁ ବ୍ୟବହାର କରାଯାଇଛି। ଦ୍ୱନ୍ଦ୍ୱ ହେଉଛି, ଆମର ବନ୍ଧୁମାନେ ଭାରତୀୟଙ୍କୁ ଦୁଃଖ ଦେଲେ ମଧ୍ୟ ସେମାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବାର କ୍ଷମତା ଆମ ପାଖରେ ନାହିଁ ବୋଲି ଆମେ ମନେକରୁଛୁ।
ଆଉ ଏକ କାରଣ ହେଉଛି ଯେ ଅନ୍ୟମାନଙ୍କ କୂଟନୈତିକ ପ୍ରୟାସ ଆମକୁ ଚିନ୍ତିତ କରିଛି। ଆମେ ଯେଉଁମାନଙ୍କୁ ଘୃଣା କରୁ ସେମାନଙ୍କ ପ୍ରୟାସରେ ଯୁଦ୍ଧ ଶେଷ ହେବାକୁ ଯାଉଛି। ହେଲେ ଆମେ ତାହା ନ କରି ଭାରତୀୟମାନେ କଷ୍ଟ ପାଆନ୍ତୁ ବୋଲି ପସନ୍ଦ କରୁଛୁ, ଯାହା ଅଯୌକ୍ତିକ । ଏହା ସେହି ଲୋକମାନଙ୍କର କାର୍ଯ୍ୟ, ଯେଉଁମାନେ ନେତୃତ୍ୱରେ ରହି ‘ବିଶ୍ୱ ଏକ ପରିବାର’ ବୋଲି ଆମକୁ ଉଚ୍ଚସ୍ୱରରେ କହୁଛନ୍ତି। ଅନ୍ୟ ଏକ କାରଣ ଅଛି ଏବଂ ଏହାକୁ ଲୋକକଥା-ମୁଲ୍ଲେ କି ଦୌଡ଼ ମସଜିଦ୍‌ ତକ୍‌- ସହିତ ବର୍ଣ୍ଣନା କରାଯାଇପାରେ। ଇଣ୍ଟରନେଟ ଏହି କଥାକୁ ବ୍ୟାଖ୍ୟା କରେ ଯେ,”ଯେଉଁ ବ୍ୟକ୍ତି କେବଳ ନିଜର ଜ୍ଞାନ, ସମ୍ୱଳ କିମ୍ୱା ଆଗ୍ରହ ଭିତରେ ସୀମିତ ରହନ୍ତି“ । ନୂତନ ଭାରତ ଏକ ଉଗ୍ର ଆଭ୍ୟନ୍ତରୀଣ ଜାତୀୟତାବାଦ ସହ ଜଡ଼ିତ। ଯଦି ଏ କ୍ଷେତ୍ରରେ ଆପଣ ନୂଆ କରି ଜାଣିବାକୁ ଚାହଁୁଛନ୍ତି, ତେବେ ଖବରକାଗଜ ଖୋଲନ୍ତୁ ଏବଂ ଟେଲିଭିଜନ ଚାଲୁ କରନ୍ତୁ ଜାଣିବେ ଏହା ଆମର ମୂଳମନ୍ତ୍ର ଏବଂ କୋରସ୍‌ ପାଲଟିଯାଇଛି। ମନେକରୁଛୁ, ଅତୀତ ପାଇଁ ସଂଖ୍ୟାଲଘୁମାନେ ଦାୟୀ, ଉଦାରବାଦୀମାନେ ଆମର ଗୌରବମୟ ଭବିଷ୍ୟତର ଏବର ପଥ ଅବରୋଧକ। ଆଗକୁ ବଢ଼ିବା ପୂର୍ୱରୁ ସେସବୁକୁ ପ୍ରଥମେ ସମାଧାନ କରିବା ଜରୁରୀ। ଏହା ଆମର ପ୍ରାଥମିକ ଦାୟିତ୍ୱ ହେବା ଦରକାର ଏବଂ ଏହାକୁ ଜାରି ରଖିବା ଉଚିତ। ଯେତେବେଳେ ରାଷ୍ଟ୍ର ବିଷୟରେ ଏହି ପ୍ରକାରର ସ୍ପଷ୍ଟତା ରହିବ, ବାହ୍ୟ ଜଗତ ପ୍ରତି ଧ୍ୟାନ ରହିବ ନାହିଁ। ଏବଂ ଯଦି ଆମେ ଏହାକୁ ଅଣଦେଖା କରୁ, ତେବେ ଆଶା ରଖିବା ଯେ ଏହା ଆପେ ଆପେ ଠିକ୍‌ ହୋଇଯିବ, ଯାହା ଏବେ ଏପରି ହେଉଛି। ଶୁକ୍ରବାର ଦିନ ଏକ ସାମ୍ୱାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ପଚରାଯାଇଥିଲା, ”ଟ୍ରମ୍ପ ଅସୀମ ମୁନିରଙ୍କୁ ପ୍ରଶଂସା କରୁଛନ୍ତି ଏବଂ ପାକିସ୍ତାନ ଯାତ୍ରା କରିପାରନ୍ତି। ଭାରତ ପାକିସ୍ତାନର ଅସ୍ତ୍ରବିରତି ଭୂମିକାକୁ କିପରି ଦେଖେ? ଯଦି ଟ୍ରମ୍ପ ଗୋଟିଏ ଯାତ୍ରାରେ ଭାରତ ଏବଂ ପାକିସ୍ତାନକୁ ଆସନ୍ତି ତେବେ ଭାରତ କ’ଣ ଏଥିରେ ରାଜି ହେବ?“ ମୁଖପାତ୍ର ଉତ୍ତର ଦେଲେ, ” ଏହା ଉପରେ ମୋର ଏକ ସରଳ ଉତ୍ତର ଅଛି। ଭାରତ ପଶ୍ଚିମ ଏସିଆରେ ଘଟୁଥିବା ଘଟଣାକ୍ରମ ଉପରେ ନିକଟରୁ ନଜର ରଖିଛି।” କିନ୍ତୁ ତାହା ଉପଯୁକ୍ତ ଏବଂ ସ୍ପଷ୍ଟ ଭାବେ ପାଳନ କରାଯାଉନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri