Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ
ଚନ୍ଦ୍ର ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ପରିବାରର ସହମତି ପାଇବେ ନାହିଁ। କେତୁଙ୍କ ପ୍ରଭାବରୁ ସମ୍ପର୍କ ହାନି, ସନ୍ତାନଙ୍କ ବିଶୃଙ୍ଖଳା, ବିଫଳ ଆଲୋଚନା, ବନ୍ଧୁଙ୍କ ମିଥ୍ୟାଭିଯୋଗ ଆସିପାରେ। ପରିବାରର ଅଭାବ ଦୂର ପାଇଁ କରଜ କରିପାରନ୍ତି। କର୍ମକ୍ଷେତ୍ରର ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଶୁଭଖବର ପାଇବେ।
ବୃଷ
ବୃଷ
ଶନିଙ୍କ ଦୃଷ୍ଟିରେ ଚାରୋଟିଗ୍ରହ ରହିଥିବାରୁ ଅର୍ଥପ୍ରାପ୍ତିରେ ବାଧା ଏବଂ ସନ୍ତାନ ହେତୁକ ପାରିବାରିକ ଅଶାନ୍ତିର ଆଶଙ୍କା ରହିଛି। ସ୍ବାସ୍ଥ୍ୟହାନି ସାଙ୍ଗକୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ସମସ୍ୟା ଆସିପାରେ। ଅବଶ୍ୟ ଅର୍ଥାଭାବ ଦୂରେଇଯିବ, କର୍ମକ୍ଷେତ୍ରରେ ସମ୍ମାନ ମିଳିବ, ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବନ୍ଧୁମିଳନ ଘଟିବ।
ମିଥୁନ
ମିଥୁନ
ରାଶ୍ୟାଧିପତି ରାଜଯୋଗ ମଧ୍ୟରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ ଏବଂ ସାମାଜିକ ସମ୍ମାନ ଲାଭ କରିବେ। ବ୍ୟବସାୟର ସମସ୍ୟା ବଡ଼ ଆକାର ଧାରଣ କରିପାରେ। ନିର୍ମାଣ, ଦୋକାନ, ଆଇନ ଅଦାଲତ ଓ ପ୍ରଶାସନ ଏବଂ ପ୍ରକାଶନ କ୍ଷେତ୍ରରୁ ସୁଫଳ ପାଇବେ।
କର୍କଟ
କର୍କଟ
ପରିବାର ସ୍ଥାନାଧିପତି ବ୍ୟୟଭାବକୁ ଦେଖୁଥିବାରୁ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ପାଇବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ, ଯାନ୍ତ୍ରିକ ସମସ୍ୟା, ପାରିବାରିକ ମତାନ୍ତର ଏବଂ ଆର୍ଥିକ ଅନଟନ ଯୋଗୁ ମନସ୍ତାପ କରିପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପ କୋଣସ୍ଥାନସ୍ଥ ହେତୁ ଅର୍ଥଲାଭ, ସ୍ଥଗିତ କର୍ମାରମ୍ଭ, ନୂତନ ସମ୍ପର୍କ ଏବଂ ଅଭିଳାଷ ପୂରଣରୁ ଖୁସି ରହିବେ। ଲାଭଭାବସ୍ଥ ବୃହସ୍ପତିଙ୍କ ଯୋଗୁ ଆର୍ଥିକ ସମସ୍ୟା ସୁଧୁରି ଯିବ, କାମ ହାସଲରେ ଭାଇ, ବନ୍ଧୁ, ପଡ଼ୋଶୀ ସହାୟତା କରିବେ। ରୋଗପୀଡ଼ା, ଶତ୍ରୁତା, ବ୍ୟବସାୟରେ କ୍ଷତି ଏବଂ ପାରିବାରିକ ମତାନ୍ତରରୁ ମନସ୍ତାପ କରିବେ।
କନ୍ୟା
ମୁଖଭାବରେ ଚନ୍ଦ୍ରଜନିତ ମିଠାକଥାରେ ଅନ୍ୟମାନଙ୍କୁ ଆପଣେଇନେବେ। ଆଜି ଅର୍ଥଲାଭ ସାଙ୍ଗକୁ ସୁସ୍ବାଦୁ ଭୋଜନ ସହିତ ବନ୍ଧୁଙ୍କ ଆଦରରେ ଆପ୍ୟାୟିତ ହେବାର ସୌଭାଗ୍ୟ ପ୍ରାପ୍ତ ହେବ। କିନ୍ତୁ କର୍ମକ୍ଷେତ୍ରରେ କୌଣସି ଭୁଲ୍‌କରି ଅନୁତପ୍ତ ହେବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇପାରିବ।
ତୁଳା
ତୁଳା
କର୍ମାଧିପଙ୍କ ଶୁଭପ୍ରଭାବରୁ କାର୍ଯ୍ୟଦକ୍ଷତାରୁ ସମ୍ମାନ, ନୂତନ ବନ୍ଧୁ ସମ୍ପର୍କ, ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିବେ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ବିଫଳ ହେବେନି। ନିର୍ମାଣ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ବିଛା
ବିଛା
ଆଜି ଚନ୍ଦ୍ରଙ୍କ କୋଣଭାବରେ ବୃହସ୍ପତି ରହିଥିବାରୁ ବିଶିଷ୍ଟବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କାମ ହାସଲ କରିବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବେ। ଆର୍ଥିକ ସ୍ଥିତି ପୂର୍ବବତ୍‌ ଓ ବ୍ୟବସାୟିକ ସ୍ଥିତି ମଧ୍ୟମ ପ୍ରକାର ହୋଇପାରେ।
ଧନୁ
ଧନୁ
ରାଶିରେ ଚତୁଃଗ୍ରହଜନିତ ରାଜଯୋଗ ପ୍ରଭାବରେ ସାମାଜିକ ସ୍ତରରେ ପ୍ରତିଷ୍ଠାର୍ଜନ କରିବେ। ସ୍ଥଗିତ କାମକୁ ପୂରା କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ମକର
ମକର
ଚତୁର୍ଥାଧିପତି କର୍ମସ୍ଥାନରେ ରହିଥିବାରୁ ପାରିବାରିକ ସହଯୋଗ ନେଇ କାମ ହାସଲ କରିବେ। ସପ୍ତମାଧିପତିଙ୍କ ଶୁଭପ୍ରଭାବରୁ ବ୍ୟବସାୟ ଏବଂ ପ୍ରତିଯୋଗିତାରେ ଶୁଭଫଳ ପାଇବେ। ମକଦ୍ଦମା, କ୍ରୀଡ଼ା, ପବ୍ଲିକେଶନ ତଥା ଆର୍ଥିକ ଦିଗରୁ ସମସ୍ୟା ସମାଧାନ ହେବ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କୁମ୍ଭ
କୁମ୍ଭ
ରାହୁଙ୍କ ରାଶ୍ୟାବସ୍ଥାନ କାରଣରୁ ମାନସିକ ଚାପ ବୃଦ୍ଧି ପାଇବାରୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅସୁବିଧା ଭୋଗିବେ। ପରିବାରରେ ବୁଝାମଣା ଠିକ୍‌ ରହିବା ହେତୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବ।
ମୀନମୀନ
ସହକର୍ମୀଙ୍କ ସହାନୁଭୂତିରୁ କାମ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ବନ୍ଧୁମିଳନରୁ ଖୁସି ହେବେ। ଦୋକାନ, ନିର୍ମାଣ, ଯାତ୍ରା, ସଭାସମିତି ପ୍ରଭୃତିରୁ ଆଶାନୁରୂପ ଫଳ ପାଇବେ। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ସହିତ ପ୍ରଶଂସିତ ମଧ୍ୟ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ନିୟନ୍ତ୍ରିତ ସ୍ବାସ୍ଥ୍ୟ ସମସ୍ୟ, ଉତ୍ତମ ବୁଝାମଣା ଏବଂ କାର୍ଯ୍ୟ ହାସଲର ସୁଯୋଗ ଲାଭ କରି ଖୁସି ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ...

ରାଶିଫଳ: ଶନିବାର, ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ।...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ବାଧକାଧିପଙ୍କ ଦୃଷ୍ଟିରେ ରହିଥିବାରୁ ପାରିବାରିକ ଶାନ୍ତି ଭଗ୍ନ ହୋଇପାରେ। ପାପଗ୍ରହ ଦୃଷ୍ଟ ଚତୁର୍ଥାଧିପତି ହେତୁ ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ...

ରାଶିଫଳ: ଗୁରୁବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ ଆଜି ସୁଖସମୃଦ୍ଧି ବୃଦ୍ଧି, ଶୁଭଖବର ପ୍ରାପ୍ତି ସାଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ। ସ୍ବାସ୍ଥ୍ୟସମସ୍ୟା ଦୂରୀଭୂତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁତା କରୁଥିବା...

ରାଶିଫଳ: ବୁଧବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହିତ କେତୁ ଯୁକ୍ତ ହୋଇଥିବାରୁ ସନ୍ତାନଙ୍କ ଯୋଗୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଜୀବନରେ...

ରାଶିଫଳ:ମଙ୍ଗଳବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଚନ୍ଦ୍ର ପାରିବାରିକ ଶାନ୍ତି ଏବଂ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ଖୁସିରହିବେ। ବ୍ୟବସାୟ,ପରିବହନ,ପ୍ରଶାସନ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଶୁଭଫଳ ପାଇବେ। ଯାନ୍ତ୍ରିକ ମରାମତି ଓ...

ରାଶିଫଳ:ସୋମବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ଅନୁଭୂତ...

ରାଶିଫଳ: ରବିବାର, ଜାନୁଆରୀ ୪ ତାରିଖ – Daily Horoscope

ମେଷ ଆଜି ଦିନଟି ବହୁତ ଭଲ। ପାରିବାରିକ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରର ବିବାଦ ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri