ରଙ୍ଗ୍‌ ରୁଟ୍‌ ହେଲା କାଳ: ଭାରସାମ୍ୟ ହରାଇ ମୁହାଁମୁହିଁ ହୋଇଗଲେ ଦୁଇ ଅଟୋ, ୫ ଯାତ୍ରୀ… 

ବୈଶିଙ୍ଗା,୯।୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଖଇରବଣି ଗ୍ରାମ ନିକଟସ୍ଥ ରୟାଲ ଢ଼ାବା ନିକଟରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିିଛି।

ମିଳିଥିବା ସୂଚନା ମୁତାବକ, ବାରିପଦାରୁ ଏକ ମାଲବାହୀ ଅଟୋ (ନଂ ଓଡି୦୧ ୱାଇ ୯୭୫୦)  ଆସୁଥିବା ବେଳେ ସମାନ ଦିଗରେ ଭୁଲ ରାସ୍ତାରେ(ରଙ୍ଗ୍‌ ରୁଟ୍‌)  ଏକ ଯାତ୍ରୀବାହୀ ଅଟୋ ନଂ (ଓଡି୦୧ ବିଏ ୭୮୧୮) ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଅଟୋ ଦୁଇଟି ସାମ୍ନା ସାମ୍ନି ହୋଇଯିବା ପରେ ଭାରସାମ୍ୟ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଖବରପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବା ଦେଖି ସେମାନଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଅନ୍ୟ ଦୁଇ ଜଣଙ୍କ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ତେବେ ପାଞ୍ଚ ଜଣଙ୍କ ମଧ୍ୟରୁ ମୀନା ଦେହୁରୀ, ବୁଧିଆ ଦେହୁରୀ , ରମେଶ ଜେନା ଗୁରୁତର ଥିବା ବେଳେ ୪୧ ବର୍ଷିୟା ବୀଣା ଦେହୁରୀ ଓ ୩୫ ବର୍ଷିୟା ସୁଭଦ୍ରା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

ଦିଗପହଣ୍ଡିରେ ଆନ୍ତଃଜିଲା ଖୋ-ଖୋ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ରବିବାର ଦିନ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ...

ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

ବେଆଇନ ଭାବେ ବିକୁଥିଲେ ବିଦେଶୀ ମଦ: ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍‌. ତ୍ରିପତୀ ରେଡ୍ଡୀ ସଦଳବଳେ ଶନିବାର ସାରେ ଦିଗପହଣ୍ଡି ବ୍ଲକ ବି....

ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ ଗିରଫ

ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି।...

ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ...

ଭଞ୍ଜନଗର ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ: ଥଣ୍ଡାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡିରେ ଅତ୍ୟଧିକ ଥଣ୍ଡା ଯୋଗୁ ଶୁକ୍ରବାର ରାତିରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ଗାଙ୍ଗପୁର ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri