ଅବପାତ ପାଇଁ ବଢ଼ିଗଲା ଶୀତ

ଭୁବନେଶ୍ୱର,୮ା୧(ଅନୁରାଧା ମହାରଣା): ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ମାତ୍ର ଏହାପରେ କ୍ରମାଗତଃ ଭାବେ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ପୂର୍ୱାନୁମାନକୁ ଆଧାର କରି ସେ କହିଛନ୍ତି, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ଗୁରୁବାର ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ମାତ୍ର ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୋଲ୍ଡ ଓ୍ୱେଭ୍‌ ଓ କୁହୁଡ଼ିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ରାଜ୍ୟର ସର୍ୱନିମ୍ନ ରାତି ତାପମାତ୍ରା ଫୁଲବାଣୀରେ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଛତ୍ରପୁର ଓ ପାରଳାଖେମୁଣ୍ଡିରେ ସର୍ୱାଧିକ ରାତି ତାପମାତ୍ରା ୧୫ ଡିଗ୍ରୀ ରହିଥିଲା। ଅନ୍ୟପଟେ ଦାରିଙ୍ଗବାଡିରେ ସର୍ୱନିମ୍ନ ଦିନ ତାପାମାତ୍ରା ୨୩.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ଝାରସୁଗୁଡ଼ାରେ ସର୍ୱାଧିକ ୨୯.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ଗୁରୁବାର ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିଭଳି ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ଢ଼େଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, ସୋନପୁର ଓ ନବରଙ୍ଗପୁରକୁ କୋହଲା ପବନ ପାଇଁ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri