ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହେବା ପରେ ମଙ୍ଗଳବାର କେ. ନୂଆଗାଁ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ, ୬ଟି ସ୍କ୍ରିନ ଶଟ ଫୋନ ପେ ଓ ୧୪ ହଜାର ୫୦୦ ଟଙ୍କା ଜବତ ହୋଇଛି ବୋଲି କେ ନୂଆଗାଁ ଅଧିକରୀ କିଶୋର ସାମଲ କହିଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଧେରେଣ୍ଡି ଗ୍ରାମର ମନୋଜ ଗୌଡ଼ (୨୫) ଏବଂ ଜାଲମେରିପଲ୍ଲୀ ଗ୍ରାମର ସନ୍ତୋଷ ପ୍ରଧାନ (୨୮)।

କେ. ନୂଆଗାଁ ଥାନା ଝଗଡା ଗ୍ରାମର ଶଙ୍କର ରାଉଳଙ୍କଠାରୁ ୪ା୧ା୨୦୨୬ରେ ଧାନଘର ଛକଠାରେ ତାଙ୍କ ଫୋନକୁ ଏକ ଓଟିପି ପଠାଇ ନିଜକୁ ଡେଲିଭର ଏଜେଣ୍ଟ ପରିଚୟ ଦେଇ ମନୋଜ ଓ ସନ୍ତୋଷ ତାଙ୍କ ଟଙ୍କା ହଡପ କରିନେଇଥିଲେ। ଉକ୍ତ ଓଟିପି ବ୍ୟବହାର କରି ସେମାନେ ମାଇ ଜିଓ ଆପରେ ଲିଙ୍କ୍‌ କରିଥିଲେ। ପରେ ଠକେଇ ନେଇ ଜାଣିବା ପରେ ଶଙ୍କର କେ. ନୂଆଗାଁ ଥାନାରେ ଗତ ୪ ତାରିଖରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସାମଲ, ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତରୁ ପିତାତଳି ଗ୍ରାମର ଡି. ଦିଲ୍ଲୀରାଓ, ରାଙ୍ଗାରାଓଏବଂ ପି.ଦିନେଶ ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା ଜଣାପଡିଥିଲା। କେ. ନୂଆଗାଁ ପୋଲିସ ଫୋନ ଟ୍ରାକ କରି ମନୋଜ ଓ ସନ୍ତୋଷଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା।  ଜେରା ସମୟରେ ବିଭିନ୍ନ ଫୋନ ପେ’ ଓଟିପି ମାଧ୍ୟମରେ ଉଭୟ ଟଙ୍କା ଟ୍ରାଞ୍ଜେକ୍ସନ  କରାଯାଇଥିବା ମୋବାଇଲ ଫୋନ୍ ସ୍କ୍ରିନ ସଟ ଜବତ କରାଯାଇଥିଲା। ଅଭିଯୁକ୍ତଦ୍ବୟ  ସାଇବର ଠକେଇ  ଏବଂ  ମୋବାଇଲ ଫୋନ ସିମ କାର୍ଡ ଡିଜିଟାଲ ପ୍ରମାଣ ପତ୍ର କାରବାରରେ ସଂପୃକ୍ତ ଥିବା ଆଇଆଇସି କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri