ଝିଆରୀ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ଘଟଣା: ଚାଲିଗଲା କାକା-ପୁତୁରାଙ୍କ ଜୀବନ

ଡୁଙ୍ଗୁରିପାଲି,୪।୧(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥ ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ପିକଅପ୍‌ ଗାଡି ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଥାନା ଚରଦା ଗ୍ରାମର ପାର୍ଥ ବାଗ(୧୫) ଏବଂ କକା ଭଜନ ବାଗ(୩୦)।

ମିଳିଥିବା ସୂଚନା ମୁତାବକ, କକା-ପୁତୁରା ଝିଆରୀର ବିବାହ ନିମନ୍ତ୍ରଣ କାର୍ଡ ବଣ୍ଟନ କରି ବଲାଙ୍ଗୀରରୁ ଘରକୁ ଫେରୁ ଥିବାବେଳେ ବରଗଡରୁ ଆସୁଥିବା ଏକ ଗାଜର ବୋଝେଇ ମହିନ୍ଦ୍ରା ପିକଅପ୍‌ ଗାଡି ସହ ଅଙ୍ଗନଦୀ ବ୍ରିଜ ଉପରେ ମୁହିଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଜର ବୋଝେଇ ମହିନ୍ଦ୍ରା ପିକଅଫ ଗାଡି(ନଂ OD03 W-3941) ଏବଂ ବାଇକ୍‌(ନଂ. OD03 P-4355) ଓଲଟି ପଡିଥିଲା। ଏଥିରେ କାକା-ପୁତୁରା ଗୁରୁତର ଆହତ ହୋଇଥିଲେ।

ଖବର ପାଇଁ ଡୁଙ୍ଗୁରିପାଲି ପୋଲିସ ଉଭୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ପାର୍ଥଙ୍କ ମୃତ୍ୟୁ ଘଟିଥିବା ବେଳେ କାକା ଭଜନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ବେଳେ ବରଗଡ଼ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଡୁଙ୍ଗୁରିପାଲି ପୋଲିସ ପିକଅପ୍‌ ଏବଂ ବାଇକ୍‌କୁ ଜବତ କରି କରିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପିକଅପ୍‌ ଡ୍ରାଇଭର ବୈକୁଣ୍ଠ ପଧାନଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ରୋଜାଲିନ ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ଶୁଣି ଆକ୍ସନ ମୋଡରେ ଜିଲାପାଳ: ବଦଳିଲେ ଏବିଡିଓ

ପୁରୁଷୋତ୍ତମପୁର,୧୦।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ଦୀର୍ଘ ଦିନଧରି ଲାଗିରହିଥିବା ଜନ ଅସନ୍ତୋଷ ଓ ଅଭିଯୋଗ ପରେ ଶେଷରେ...

ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ଶୂନ୍ୟ: ଅପହଞ୍ଚ ଡିଜିଟାଲ ସେବା, ହନ୍ତସନ୍ତ ହେଉଛନ୍ତି ହଜାର ହଜାର…

ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍‌ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ...

ସବୁ ଛଡାଇ ନେଲେ ମମତା! I-PAC ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ED

କୋଲକାତା,୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର (ଜାନୁଆରୀ ୧୦, ୨୦୨୬) I-PAC ମାମଲାରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ, ED...

 ସ୍ବାସ୍ଥ୍ୟକେନ୍ଦ୍ରରେ ଫଟୋ ଉଠାଉଥିବା ବେଳେ ରାଗିଗଲେ ଏଏନ୍‌ଏମ୍‌: ଖବରଦାତାଙ୍କୁ  ନାଲିଆଖି ଦେଖାଇ…

ପୁରୁଷୋତ୍ତମପୁର,୧୦।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି l ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଖବରଦାତାଙ୍କୁ...

ଘୁମୁସର ବନଖଣ୍ଡରେ ବଢୁଛି ମଣିଷ ହାତୀ ଲଢେଇ: ଶିକାରୀ ସହ ୨ ବନ୍ଧୁକ ଜବତ

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛିମାସ ହେବ ମଣିଷ ହାତୀ ଲଢ଼େଇ ବଢୁଛି। କେଉଁଠି ଫସଲ ପାଇଁ ଏହି...

ଏହି ୪ରାଶିର ଝିଅଙ୍କ ଖୋଲିଲା ଭାଗ୍ୟ, ଶନିଙ୍କ କୃପାରେ ମିଳିବ ମନ ମୁତାବକ ଜିନିଷ!

ନୂତନ ବର୍ଷ 2026 ଆରମ୍ଭ ହୋଇଛି। ସମସ୍ତେ ଭାବୁଛନ୍ତି ଯେ ସେମାନଙ୍କର ବର୍ଷ କିପରି ହେବ। ପ୍ରସିଦ୍ଧ ଜ୍ୟୋତିଷ ଡକ୍ଟର ବାସବରାଜ ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି...

ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ...

ଖାମେନେଇଙ୍କ ଫଟୋରେ ନିଆଁ ଲଗାଇ ସିଗାରେଟ ଟାଣୁଛନ୍ତି ମହିଳା, ଭିଡିଓ ହେଉଛି ଭାଇରାଲ

ତେହେରାନ,୧୦।୧: ଇରାନରେ ଚାଲିଥିବା ରକ୍ତାକ୍ତ ଜନବିପ୍ଳବ ମଧ୍ୟରେ, ଏକ ନୂତନ ପ୍ରତିବାଦର ଧାରା ଦେଖାଦେଇଛି, ଇରାନୀ ମହିଳାମାନେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri