Posted inଜାତୀୟ

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି ବାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବ। ଅଦାଲତ ପରିଚାଳନାରେ ଉନ୍ନତି ଏବଂ ବେଞ୍ଚ୍‌ଗୁଡ଼ିକ ମଧ୍ୟରେ କାର୍ଯ୍ୟ ସମୟର ନ୍ୟାୟସଙ୍ଗତ ବଣ୍ଟନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏହି ସର୍କୁଲାର ଜାରି ହୋଇଛି। ତଦନୁଯାୟୀ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ବାଢ଼ିବାକୁ ଥିବା ଓକିଲ ମୌଖିକ ଯୁକ୍ତି ବାଢ଼ିବା ପାଇଁ କେତେ ସମୟ ଚାହାନ୍ତି, ତାହା ଆଗୁଆ ଜଣାଇବେ। ଅଦାଲତର ଅନ୍‌ଲାଇନ ଆପିଏରାନ୍ସ ସ୍ଲିପ୍‌ ପୋର୍ଟାଲରେ ଉକ୍ତ ସମୟସୀମା ଶୁଣାଣିର ଅନୂ୍ୟନ ଗୋଟିଏ ଦିନ ପୂର୍ବରୁ ରଖାଯିବା ଆବଶ୍ୟକ। କୋର୍ଟର ପ୍ରଭାବୀ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ କାର୍ଯ୍ୟସମୟର ନ୍ୟାୟୋଚିତ ବଣ୍ଟନ ଫଳରେ ନ୍ୟାୟିକ ପ୍ରଶାସନ ତ୍ୱରିତ ଏବଂ ଉପଯୁକ୍ତ ହୋଇପାରିବ। ଏଥିସହିତ ସମସ୍ତ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ରଖିବାକୁ ଥିବା ଓକିଲ ସ୍ବଳ୍ପ ଲିଖିତ ଆବେଦନ ବା ଆଇନଗତ କାଗଜାତ ଦାଖଲ କରିବେ, ଯାହା ୫ ପୃଷ୍ଠାରେ ସୀମିତ ରହିବ। ଶୁଣାଣି ତାରିଖର ଅନୂ୍ୟନ ୩ ଦିନ ପୂର୍ବରୁ ଏହାକୁ ଦାଖଲ କରିବାକୁ ପଡ଼ିବ ବୋଲି ସର୍କୁଲାରରେ କୁହାଯାଇଛି। ଏହି ନୋଟ୍‌ଗୁଡ଼ିକୁ ଆଡଭୋକେଟ-ଅନ୍‌ ରେକର୍ଡ କିମ୍ବା କୋର୍ଟଙ୍କ ଦ୍ୱାରା ନିଯୁକ୍ତ କୌଣସି ନୋଡାଲ କାଉନସିଲ୍‌ଙ୍କ ଜରିଆରେ ଦାଖଲ କରିବାକୁ ହେବ ଏବଂ ଏହାର ଏକ ନକଲ ପ୍ରତିପକ୍ଷଙ୍କୁ ଦେବାକୁ ହେବ ବୋଲି କୁହାଯାଇଛି। ସମସ୍ତ ଓକିଲ ମୌଖିକ ଯୁକ୍ତି ଉପସ୍ଥାପନ ପାଇଁ ଧାର୍ଯ୍ୟ ସମୟସୀମାକୁ କଡ଼ାକଡ଼ି ପାଳନ କରିବାକୁ ହେବ। ବେଞ୍ଚ୍‌ଗୁଡ଼ିକୁ ମୋକଦ୍ଦମା ଶୁଣାଣି ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହେବା ସହ ପ୍ରତିଦିନ ଅଧିକ ମାମଲାର ଉପଯୁକ୍ତ ଶୁଣାଣି ହୋଇପାରିବ ବୋଲି ଆଶା କରାଯାଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri