ଖଡ଼ିଆଳ,୫।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଶେଷ କରି ବରଗାଁ ଓ ଡ଼ମଝର ଗ୍ରାମ ସଂଯୋଗ ନେଇ ସୁନ୍ଦର ନଦୀ ଉପରେ ବ୍ରିଜ ନିର୍ମାଣ, ଅର୍ଦ୍ଧିମିତ ବ୍ରିଜ କାର୍ଯ୍ୟସମ୍ପୂର୍ଣ୍ଣ ଗୋଡ଼ଧାପଦର ଓ ବିରୀଘାଟକୁ ସଂଯୋଗ । ତୁକଲାରୁ ବଲାଙ୍ଗୀର ଜିଲା ଗ୍ରାମକୁ ସଂଯୋଗ କରିଥିବା ଅର୍ଜୁନ ନଦୀ ଉପରେ ଅଦ୍ଧନିର୍ମିତ ବ୍ରିଜକୁ ଏପ୍ରୋଚ ସଡ଼କ ନିର୍ମାଣ ନେଇ ଦାବି ହୋଇଛି। ଖଡିଆଳଠାରେ ଏକ ଗ୍ରାମ୍ୟ ମେଗା ଜଳ ଯୋଗାଣ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ହେଇଛି। ଆଗାମୀ ଦିନରେ ନିଶ୍ଚିତ କାର୍ଯ୍ୟ ହେବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବରିଷ୍ଠ ନେତା ସଂଜୟ ତିୱାରୀ ଏବଂ ରାତ୍ରାନନ୍ଦ ମନହୀରା ଉପସ୍ଥିତ ଥିଲେ।


