ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କ ଦର୍ଶନ ସହ ସ୍ପର୍ଶ ବନ୍ଦ, ଜାଣନ୍ତୁ କାରଣ…

ନୀଳଗିରି, ୪।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ଦର୍ଶନ ବନ୍ଦ। ଲଗାଣ ବର୍ଷାରେ ଯୋଗୁ ଦେବଗିରି ପାହାଡ଼ର ୮ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳି ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ମାରୁଛି। ପାଣିର ସ୍ରୋତ ଏତେ ପ୍ରଖର ଯେ ପଥର ଖୋଲ ମଧ୍ୟରେ ଆର୍ବିଭୁତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ ଓ ଦର୍ଶନ କରିବା ବନ୍ଦ ରଖାଯାଇଛି।
ନୀଳଗିରିରେ ଲଘୁଚାପ ବର୍ଷା ସୋମବାର ରାତ୍ରି ଠାରୁ ଲାଗିରହିଥିବା ବେଳେ ବୁଧବାର ରାତ୍ରିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଗୁରୁବାର ନୀଳଗିରି ସହରର ବିଭିନ୍ନ ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷା ପାଣିର ସୁଅ ଛୁଟିଥିଲା। ଏହି ଲଗାଣ ବର୍ଷା  ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହୋଇ ପୁର୍ବାହ୍ନରେ ଆଳତୀ ମଧ୍ୟ କରିବା କଷ୍ଟକର ହୋଇପଡ଼ିଛି। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି। ଏପରି ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଅର୍ନିଦ୍ଦିଷ୍ଟ କାଳ ଯାଏ ଝରଣା ଭିତରେ ପଞ୍ଚଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।
କହିରଖୁଛୁ, ଦେବଗିରି ପର୍ବତ ମାଳାର ଅଂଶବିଶେଷର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ଆର୍ବିଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏଠାରେ ନୀର ଶଯ୍ୟାରେ ବିଜେ ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରି ସାନିଧ୍ୟ ଲାଭ କରିବାର ସୁଯୋଗ ମିଳିଥାଏ। ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରିବାର ସୁଯୋଗ ଥିବାରୁ ବିଶ୍ୱାସ ଅଛି ପାଞ୍ଚଟି ଶୈବପୀଠରେ ପୂଜା କଲେ ଯେଉଁ ପୁଣ୍ୟ ମିଳିଥାଏ ପଞ୍ଚଲିଙ୍ଗେଶ୍ୱରରେ ସମାନ ପୂଣ୍ୟ ମିଳିଥାଏ। ଏଥିଲାଗି ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଏବେ ପାହାଡ଼ ପାଣିରେ ବାବା ବୁଡ଼ି ଯାଇଥିବାରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାହାରୁ ବାହାରୁ ଦର୍ଶନ କରି ଫେରୁଥିବାର ଦେଖିବାକୁ ମିଳୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri