Posted inଜାତୀୟ

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ଗତ ସୋମବାର କିଛି ଯୁବକ ଗଙ୍ଗା ନଦୀ ମଝିରେ ଏକ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ହୋଇଛି ଯେ, ଏହି ସମୟରେ ସେମାନେ ଚିକେନ ବିରିୟାନୀ ଖାଇବା ସହ ଖାଦ୍ୟର ଅବଶିଷ୍ଟାଂଶ ଏବଂ ହାଡ଼ଗୁଡ଼ିକୁ ପବିତ୍ର ଗଙ୍ଗା ନଦୀରେ ଫିଙ୍ଗିଥିଲେ। ଏହି ଦୃଶ୍ୟ ଭିଡିଓରେ କଏଦ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଙ୍ଗାର ପବିତ୍ରତା ନଷ୍ଟ ହୋଇଥିବା ଦର୍ଶାଇ ଅନେକ ସଂଗଠନ ଏହାକୁ ବିରୋଧ କରିଛନ୍ତି।

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ମହାନଗର ସଭାପତି ରଜତ ଜୟସ୍ବାଲ ଏନେଇ କୋତୱାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଏହି କାର୍ଯ୍ୟ ଦ୍ୱାରା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି। ପୋଲିସ ଭିଡିଓର ଯାଞ୍ଚ କରିବା ପରେ ୧୪ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏସିପି ଧ୍ରୁବ ପ୍ରତାପ ସିଂହ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ ଧାରାରେ କେସ ଦାୟର ହୋଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

ବାରାଣସୀ ନଗର ନିଗମ ମଧ୍ୟ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି। ନିଗମର ପିଆରଓ କହିଛନ୍ତି ଯେ, ଗଙ୍ଗା ନଦୀ ଏବଂ ଏହାର ଘାଟଗୁଡ଼ିକର ସ୍ବଚ୍ଛତା ତଥା ମର୍ଯ୍ୟାଦା ରକ୍ଷା କରିବା ପାଇଁ ସ୍ପଷ୍ଟ ନିୟମ ରହିଛି। ନଦୀ ଭିତରେ ଏଭଳି ଆମିଷ ଭୋଜନ କରିବା ସମ୍ପୂର୍ଣ୍ଣ ନିଷେଧ ଏବଂ ଆପତ୍ତିଜନକ। ଆଗାମୀ ଦିନରେ ଏଭଳି ଘଟଣା ରୋକିବା ପାଇଁ ନଜରଦାରୀ ବଢ଼ାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବାରାଣସୀରେ ଗଙ୍ଗା ନଦୀକୁ ଅତି ପବିତ୍ର ମାନୁଥିବା ବେଳେ ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri