ଚଳନ୍ତା କାର୍‌ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ: ଆଉ ତା’ପରେ…

କଟକ ସଦର,୨।୯(ସୁଶାନ୍ତ କୁମାର ଜେନା): କଟକ ସଦର ଅଞ୍ଚଳରେ ମଙ୍ଗଳବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଆଜି ଦିନ ୧୦ଟାରେ କଟକ-ପାରାଦୀପ ଏନଏଚ ୫୫ର ନାହାଭଙ୍ଗା ନିକଟରେ ଏକ ବଡ ଆକାଶି ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛର ମୋଟା ଡାଳ କାର ଉପରେ ପଡ଼ିଥିଲା। ସେହି କାରର ହୁଡ ଭାଙ୍ଗି ଯାଇଥିବାବେଳେ ଯାତ୍ରୀ ସୁରକ୍ଷିତ ଥିଲେ। ମାତ୍ର କାରକୁ ଅତିକ୍ରମ କରି ଯାଉଥିବା ୨ ବାଇକ ଆରୋହୀଙ୍କ ଶରୀରରେ ଗଛ ଡାଳର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କଟକବଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା।

ଉକ୍ତ ରାସ୍ତାରେ ପ୍ରତି ଘଣ୍ଟାରେ ହଜାର ହଜାର ସଂଖ୍ୟାରେ ହାଲୁକା ଓ ଭାରିଯାନ ଉଭୟ ପଟୁ ଚଳାଚଳ କରୁଥିଲେ ସୁଦ୍ଧା ପାର୍ଶ୍ୱରେ ଲାଗିଥିବା ଗଛର ବଡ ବଡ ଡାଳ ରାସ୍ତାକୁ ମାଡି ଆସିଛି। କେତେବେଳେ ଡାଳ ଭାଙ୍ଗି କାହାର ଜୀବନ ଯିବ, ତାର ଉତ୍ତର ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣ ପାଖରେ ନାହିଁ। ରାସ୍ତାରେ ସିସିଟିଭି ଲାଗିଥିଲେ ସୁଦ୍ଧା ପରିବହନ ବିଭାଗ କେବଳ ଟ୍ରାଫିକ ନିୟମ ମାନୁ ନ ଥିବା ଗାଡ଼ି ମୋଟର ଉପରେ ଜରିମାନା ଧାର୍ଯ୍ୟ କରି ଚୁପଚାପ ବସିଯାଉଥିବା ଅଭିଯୋଗ ହୋଇଛି।
ଏହି ରାସ୍ତାରେ ପ୍ରତ୍ୟେକ ଦିନ ବିଚାରପତି, ଆଇଏଏସ ଅଫିସର, ମନ୍ତ୍ରୀ, ନେତା ଯାତାୟାତ କରୁଥିଲେ ସୁଦ୍ଧା ମୌଳିକ ସମସ୍ୟା ଉପରେ କାହାର ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ନାହାଭଙ୍ଗା ଭଙ୍ଗା ଅଞ୍ଚଳର ଯୁବନେତା ତଥା ଯାଦବ ମହାସଭାର କଟକ ଜିଲା ସଭାପତି ସମର ବେହେରା କହିଛନ୍ତି। ଏହି ରାସ୍ତା ପାଶର୍‌ବରେ ଗୋପାଳକମାନେ ଗୋରୁ ଚରାଉଥିବାରୁ ସେମାନଙ୍କ ଜୀବନବିପନ୍ନ ହେବା ନିଶ୍ଚିତ ବୋଲି ବେହେରା ସରକାରଙ୍କ ନିକଟରେ ଦାବି କରିଛନ୍ତି।ଏହି ରାସ୍ତା ପାଶର୍‌ବରେ ବହୁ ସଂଖ୍ୟାରେ ଟ୍ରକ ରହଣି କରୁଥିବାରୁ ଏଥିରେ ଧନଜୀବନ କ୍ଷତି ଘଟିବା ନିଶ୍ଚିତ ହୋଇଯାଉଛି। ପରିବହନ ବିଭାଗ ଧନଜୀବନ ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri