Posted inଜାତୀୟ

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ କାମ କରୁଥିବା ଲୋକମାନେ କେବେ କ୍ଳାନ୍ତ ହୁଅନ୍ତି ନାହିଁ କିମ୍ବା ପ୍ରକୃତରେ ଅବସର ନିଅନ୍ତି ନାହିଁ। ଦେଶ ସେବା କରିବାର ଆଗ୍ରହ ହିଁ ନେତାମାନଙ୍କୁ ନିରନ୍ତର ସକ୍ରିୟ ରଖେ। ଏହାସହ ଖାର୍ଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କୁ କଟାକ୍ଷ କରି କହିଥିଲେ,ସେ ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କରିଥିଲେ।

ତାଙ୍କ ଭାଷଣ ସମୟରେ ଖାର୍ଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କର କଥା ଉଲ୍ଲେଖ କରିଥିଲେ। ସେ ମଜାରେ କହିଥିଲେ ଯେ, ମୁଁ ୫୦ ବର୍ଷରୁ ଅଧିକ ସମୟ ଧରି ଦେବେଗୌଡାଙ୍କୁ ଜାଣିଛିି ଏବଂ ତାଙ୍କ ସହିତ କାମ କରିଛି। ସେ ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କରିଥିଲେ। ଏହି ମନ୍ତବ୍ୟ
ଗୃହରେ ହାସ୍ୟାରୋଳ ସୃଷ୍ଟି କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅବସରପ୍ରାପ୍ତ ଏମ୍‌ପି ମାନଙ୍କୁ ବିଦାୟ ଦେଇଥିଲେ। ସେ କହିଥିଲେ, ରାଜନୀତିରେ କେବେବି ‘ପୂର୍ଣ୍ଣବିରାମ’ ହୁଏ ନାହିଁ ଏବଂ ନେତାଙ୍କ ଅଭିଜ୍ଞତା ଦେଶ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦି ନୂତନ ଏମ୍‌ପିମାନଙ୍କୁ ମଲ୍ଲିକାର୍ଜୁନ ଖାର୍ଗେ, ଏଚ.ଡି. ଦେବେଗୌଡା ଏବଂ ଶରଦ ପାୱାରଙ୍କ ଭଳି ଅଭିଜ୍ଞ ନେତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଏଥର ମୋଟ ୩୭ ଜଣ ଏମ୍‌ପି ରାଜ୍ୟ ସଭାରୁ ଅବସର ନେଉଛନ୍ତି। ଏଥିରେ ପ୍ରିୟଙ୍କା ଚତୁର୍ବେଦୀ, ତିରୁଚି ଶିବ, ଅମରେନ୍ଦ୍ର ଧାରୀ ସିଂହ ଏବଂ ଅଭିଷେକ ମନୁ ସିଂଘଭି ସାମିଲ ଅଛନ୍ତି। ସମ୍ପ୍ରତି ୧୦ଟି ରାଜ୍ୟର ୩୭ଟି ଆସନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri