ପିଏମ୍‌ କିଷାନ ମାନଧନ ଯୋଜନା କ’ଣ? କୃଷକଙ୍କୁ ପ୍ରତି ବର୍ଷ ମିଳିବ ୩୬ ହଜାର ଟଙ୍କା, ସବିଶେଷ ଜାଣନ୍ତୁ …

ନୂଆଦିଲ୍ଲୀ,୭।୬:  କେନ୍ଦ୍ର ସରକାର କୃଷକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଅନେକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରୁ ଗୋଟିଏ ହେଲା ପିଏମ୍‌ କିଷାନ ମାନଧନ ନିଧି ଯୋଜନା। ଏହି ଯୋଜନାରେ କୃଷକମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ଯାଏ ମିଳିଥାଏ। ଏନେଇ ଅଧିକ ଜାଣନ୍ତୁ…
ପିଏମ୍‌ କିଷାନ ମାନଧନ ଯୋଜନା ପ୍ରାରମ୍ଭିକ ସମୟରେ ସରକାରଙ୍କ ପକ୍ଷରୁ ଦେଶର ଆର୍ଥିକସ୍ତରରେ ଦୁର୍ବଳ କୃଷକମାନଙ୍କ ବୃଦ୍ଧାବସ୍ଥା  ସୁରକ୍ଷିତ କରିବା ପାଇଁ କରାଯାଇଥିଲା। ଏହି ଯୋଜନାରେ ନିବେଶ କରି କୃଷକମାନେ ୬୦ ବର୍ଷ ପରେ ମାସକୁ ୩ ହଜାର ଲେଖାଏ ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ।
ଦେଶରେ ଅନେକ ଶିକ୍ଷକ ଏହି ଯୋଜନା ଅଧିନରେ ଆବେଦନ କରି ଲାଭବାନ ହେଉଛନ୍ତି। ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ବୟସ ଥିବା କୃଷକ ଏଥିରେ ଆବେଦନ କରିପାରିବେ। ଯେଉଁ ବୟସରୁ ଆବେଦନ କରିବେ ସେହି ଅନୁଯାୟୀ ନିବେଶ ରାଶି ସ୍ଥିର କରାଯାଇଥାଏ।
ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସିକ ୫୫ ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ୬୦ ବର୍ଷ ବୟସ ହେବା ଯାଏ ଏଥିରେ ଆବେଦନ କରିବାକୁ ପଡ଼ିଥାଏ। ୬୦ ବର୍ଷ ପରେ ଆପଣଙ୍କୁ ମାସକୁ ୩ ହଜାର ଟଙ୍କାର ପେନସନ ମିଳିଥାଏ। ଏମିତିରେ ବର୍ଷକୁ ଆପଣଙ୍କୁ ୩୬ ହଜାର ଟଙ୍କା ମିଳିଥାଏ। ଯଦି କେହି ଏହି ଯୋଜନାରେ ଆବେଦନ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିଥାଏ।
ଯୋଜନାର ସର୍ତ୍ତ କ’ଣ?
-ଏହି ଯୋଜନାର ଲାଭ ଲଘୁ ତଥା ସୀମାନିକଟବର୍ତ୍ତୀ କୃଷକ ପାଇପାରିବେ।
-ଏଥିନେଇ ଆପଣଙ୍କ ନିକଟରେ ୨ ହେକ୍ଟର ନଚେତ ଏହାଠାରୁ କମ୍‌ କୃଷିଯୋଗ୍ୟ ଜମି ରହିବା ଆବଶ୍ୟକ।
-ଯଦି ଏହାଠାରୁ କମ୍‌ ଜମି ଥାଏ ତେବେ ଆପଣଙ୍କ ଆବେଦନ ରଦ୍ଦ ହୋଇଯିବ।
କେଉଁ କାଗଜପତ୍ର ଆବଶ୍ୟକ?
-ଏହି ଯୋଜନାରେ ଆବେଦନ କରିବା ଲାଗି ଆପଣଙ୍କ ପାଖରେ ଆଧାର କାର୍ଡ, ପରିଚୟ ପତ୍ର, ଆୟ ପ୍ରମାଣ ପତ୍ର, ବୟସ ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ୍‌, ମୋବାଇଲ ନଂ ଆଦି ଆବଶ୍ୟକ।
ଯଦି ଆପଣ ସରକାରୀ ଚାକିରି କରିଛନ୍ତି କିମ୍ବା ଆୟକର ରିଟର୍ନ ଦାଖଲ କରୁଛନ୍ତି ତେବେ ଏହି ସ୍ଥିତିରେ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri