ନିଶ୍ଚିହ୍ନ ହେବ ଦ୍ୱାଦଶ ଶତାବ୍ଦୀର ଏମାର ମଠ

ପୁରୀ ଅଫିସ, ୨୯।୮: ଶ୍ରୀମନ୍ଦିରର ସୁରକ୍ଷା ଏବେ ଚ୍ୟାଲେଞ୍ଜ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟରେ ବଡ଼ଦେଉଳ ରହିଥିବା ନେଇ ଏକାଧିକଥର କେନ୍ଦ୍ର ଗୋଇନ୍ଦା ସଂସ୍ଥାରୁ ଚିଠି ଆସିବା ପରେ ଏଥର ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଆଉ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିବା ଲାଗି ହୋଇଛି ନିଷ୍ପତ୍ତି। ପୁରୁଣା ଐତିହ୍ୟ ମଠ, ମନ୍ଦିରରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀକୁ ନ ଭାଙ୍ଗି ଅନ୍ୟ ସବୁ ପ୍ରକାର ନିର୍ମାଣ ଭାଙ୍ଗି ଦିଆଯିବ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା ସରିଥିବାବେଳେ ଏବେ ବହୁ ପୁରାତନ ଏମାର ମଠ ଭଙ୍ଗାଯିବ। ଏହା ସହ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମଠରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଭଙ୍ଗାଯିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ତଥାପି ଏହି ପୁରାତନ ମଠ ଭାଙ୍ଗିବା ପୂର୍ବରୁ ନାନା ପ୍ରକାର ଚର୍ଚ୍ଚା ଚାଲିଥିବାରୁ ଏମାର ମଠ ସମ୍ପର୍କରେ ସଂକ୍ଷିପ୍ତ ଉପସ୍ଥାପନା।
ଏହି ମଠ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଶ୍ରୀ ସମ୍ପ୍ରଦାୟର ଏହି ମଠ ଶ୍ରୀକ୍ଷେତ୍ରର ସବୁଠୁ ପୁରୁଣା ମଠଗୁଡିକ ମଧ୍ୟରୁ ଅନ୍ୟତମ। ପ୍ରଥମେ ଶ୍ରୀରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ଏହିଠାରେ ଅବସ୍ଥାନ କରିଥିଲେ। ପ୍ରିୟଶିଷ୍ୟ ଗୋବିନ୍ଦଙ୍କୁ ସେ ପ୍ରଥମେ ଏହି ମଠର ମଠାଧୀଶ କରାଇଥିଲେ। ଏହି ମଠ ମୂଳରୁ ଶ୍ରୀରାଜଗୋପାଳାଚାର୍ଯ୍ୟ ମଠ ରୂପେ ପରିଚିତ ଥିଲା। କୁହାଯାଏ ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ମନ୍ନାଥ ଭାବେ ଶିଷ୍ୟମାନେ ସମ୍ବୋଧନ କରୁଥିବା ସେହି ଶବ୍ଦରୁ ଏମ୍‌ ଏବଂ ରାମାନୁଜ ଶବ୍ଦରୁ ଆର୍‌ ଉଦ୍ଧୃତ କରାଯାଇ ତାମିଲ ପରମ୍ପରାର ସଂକ୍ଷିପ୍ତ କରଣ ପ୍ରକ୍ରିୟାରେ ଏମ୍‌.ଆର. ଏବଂ କାଳକ୍ରମେ ତାହା ଏମାର ହୋଇଛି। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ମଠର ପ୍ରତିପତ୍ତି ଖୁବ୍‌ ବୃଦ୍ଧି ପାଇଥିଲା। ୧୯୨୧ରେ ସେ ହିଁ ତାଙ୍କ ଗୁରୁଙ୍କ ନାମରେ ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା କରିଥିଲେ। ତେବେ ଏହି ମଠ ପରିସରରେ ଥିବା ମନ୍ଦିରରେ ଶ୍ରୀ ରଘୁନାଥ, ଶ୍ରୀ ପତିତପାବନ, ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ ଓ ଶାଳଗ୍ରାମ ପୂଜା ପାଉଛନ୍ତି। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ମୂର୍ତ୍ତି ବି ରହିଛି। ଶ୍ରୀମନ୍ଦିର ସହ ଏହି ମଠର ସମ୍ପର୍କ ବେଶ୍‌ ନିବିଡ଼। ଶ୍ରୀଗୁଣ୍ଡିଚା, ଚନ୍ଦନଯାତ୍ରା, ହେରାପଞ୍ଚମୀ, ନୀଳାଦ୍ରିବିଜେ, ଗହ୍ମାପୂର୍ଣ୍ଣିମା, ଦୋଳ ଉତ୍ସବ, ଶ୍ରୀରାମ ନବମୀ ପ୍ରଭୃତି ବର୍ଷର ଅନେକ ଦିନ ମଠ ପକ୍ଷରୁ ପନ୍ତି ଭୋଗ କରାଯାଏ। ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଛି। ଶ୍ରୀମନ୍ଦିର ରୋଷରେ ମଠର ଚୁଲି ରହିଛି। ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି। କେବଳ ପୁରୀ ନୁହେଁ ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ଏହାର ବେଶ୍‌ ନଁା ରହିଥିଲା। ଏହି ମଠର ୧୨ ହଜାର ଏକର ଭୂ-ସମ୍ପତ୍ତି ବି ଥିଲା। ହେଲେ ବର୍ତ୍ତମାନ ମଠର ସ୍ଥିତି ଆଉ ଆଗଭଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri