ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା ସହିତ ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଇଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି ା ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ା ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ା

ସୂଚନା ଅନୁଯାୟୀ, କୁଆଖିଆ ଥାନା ଅଧୀନ ଆମ୍ପର ଗ୍ରାମର ନରେନ୍ଦ୍ର ରଣା (୪୯) ଗତ ସପ୍ତାହରେ କୁଆଖିଆ ମେଳଣ ବୁଲୁଥିବା ସମୟରେ ତାଙ୍କ ବାଇକ୍‌ ଚୋରି ହୋଇଥିଲା । ଏନେଇ ସେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚୋରି ବାଇକ୍‌ କୋରେଇ ଥାନା ଅଧୀନ କନ୍ତୋର ପଞ୍ଚାୟତ ପୂର୍ବକୋଟ ହାଟ ପଡ଼ିଆରେ ଥିବା କୌଣସି ସୂତ୍ରରୁ ଖବର ପାଇ ଗାଡ଼ି ମାଲିକ ନରେନ୍ଦ୍ର ସେଠାରେ ପହଞ୍ଚିଥିଲେ । ହାଟ ପଡ଼ିଆରେ ତାଙ୍କ ବାଇକ୍‌ ଥିବା ଦେଖି ସେ କୋରେଇ ପୋଲିସକୁ ଖବର ଦେଇଥିଲେ ।

ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହିତ ସେଠାରେ ଉପସ୍ଥିତ ଥିବା ତେଲେଙ୍ଗା ବସ୍ତିର ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା ପାଇଁ ଥାନାକୁ ନେବାକୁ ଗାଡ଼ିରେ ବସାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତେଲେଙ୍ଗା ବସ୍ତିର ଶତାଧିକ ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ଥାନାଧିକାରୀ ଏବଂ ପୋଲିସ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରି ୨ ସନ୍ଦିଗ୍ଧଙ୍କୁ ଛଡାଇ ନେଇଥିଲେ ।

ଏନେଇ ଥାନାଧିକାରୀ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ତେଲେଙ୍ଗା ବସ୍ତି ଉପରେ ଚଢ଼ାଉ କରିଥିଲେ । କନ୍ତୋର ସରପଞ୍ଚ ସାରଙ୍ଗ ପ୍ରଧାନଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୦ରୁ ଊଦ୍ଧର୍‌ବ ଆକ୍ରମଣକାରୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।
ଏଥିସହିତ ସେମାନଙ୍କ ନିକଟରୁ ୪ ବାଇକ୍‌ ଏବଂ ୫ରୁ ଉର୍ଦ୍ଧ ମୋବାଇଲ ଜବତ ହୋଇଛି ।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବକୋଟ ତେଲେଙ୍ଗା ବସ୍ତିରେ ବାସ କରୁଥିବା ଅଧିକାଂଶ ଲୋକ ସର୍ବଦା ଲୁଟ୍‌, ଚୋରି ଘଟଣାରେ ସମ୍ପୃକ୍ତ ରହୁଛନ୍ତି । ମାସରେ ଏକାଧିକ ଥର ବାହାର ରାଜ୍ୟର ପୋଲିସ ଏହି ବସ୍ତିରେ ଚଢ଼ାଉ କରି ଚୋରା ସୁନାଗହଣା ସହ ମୋବାଇଲ,ବାଇକ୍‌ ଆଦି ଜବତ କରୁଥିବା ନଜିର ରହିଛି । ଏନେଇ କୋରେଇ ଥାନାଧିକାରୀ ତ୍ରିପାଠୀଙ୍କୁ ପଚାରିବାରେ ୨୦ରୁ ଊଦ୍ଧର୍‌ବ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି ା ଘଟଣାର ଅଧିକ ତଦନ୍ତ ଚାଲିଥିବା କହିିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri