ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ ହୋଇଛି। ଏହି ଅଭିଯାନରେ ମୋଟ ୧,୧୩୮ ଗଣନାକାରୀ ଓ ୧୯୪ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ଗୁରୁବାର ଅପରାହ୍ନ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ମୋଟ ୧୪,୬୮୪ଟି ଗୃହ ତାଲିକାଭୁକ୍ତ ହୋଇଥିବା ବେଳେ ୧୬,୬୪୭ଟି ଜନଗଣନା ଘର ଚିହ୍ନଟ କରାଯାଇଛି। ଏହି ପ୍ରକ୍ରିୟା ମେ ୧୫ ପର୍ଯ୍ୟନ୍ତ ୩୦ ଦିନ ଧରି ଚାଲିବ।

ଏହି ସମୟରେ ଗଣନାକାରୀ ଘରକୁ ଯାଇ ଗୃହସ୍ଥିତି, ପରିବାର ବିବରଣୀ, ଉପଲବ୍ଧ ସୁବିଧା ଓ ସମ୍ପତ୍ତି ସମ୍ପର୍କିତ ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ। ଏଥର ପ୍ରଥମଥର ପାଇଁ ସ୍ବଗଣନା ବ୍ୟବସ୍ଥା ଏପ୍ରିଲ ୧ରୁ ୧୫ ପର୍ଯ୍ୟନ୍ତ ଚାଲିଥିଲା।

ଯେଉଁ ପରିବାର ସ୍ବଗଣନା କରିଛନ୍ତି ସେମାନେ ନିଜର ଗଣନାକାରୀଙ୍କୁ ତଥ୍ୟ ପ୍ରଦାନ କରି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଯେଉଁମାନେ ଏହି ବିକଳ୍ପ ବ୍ୟବହାର କରିନାହାନ୍ତି ସେମାନଙ୍କ ତଥ୍ୟ ଘରେ ଘରେ ସଂଗ୍ରହ କରାଯିବ। ଏହି ଜନଗଣନା ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ ସମ୍ପାଦିତ ହେଉଛି।

ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ଫେବୃଆରୀ ୯ରୁ ୨୮ ପର୍ଯ୍ୟନ୍ତ ହେବ ଏବଂ ୧ରୁ ୫ ମାର୍ଚ୍ଚ ମଧ୍ୟରେ ପୁନର୍ବୀକ୍ଷଣ କରାଯିବ। ୨୦୨୭ ମାର୍ଚ୍ଚ ୧ ରାତି ୧୨ଟାକୁ ଆଧାର ମୁହୂର୍ତ୍ତ ଭାବେ ଗ୍ରହଣ କରାଯିବ। ଜନଗଣନା ଆଇନ ୧୯୪୮ ଅନୁସାରେ ସଂଗୃହୀତ ସମସ୍ତ ତଥ୍ୟ ଗୋପନୀୟ ରହିବ ଏବଂ କେବଳ ପରିସଂଖ୍ୟାନ ଓ ବିକାଶ ମୂଳକ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହୃତ ହେବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଏହି ଅଭିଯାନରେ ଭାଗନେଇ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri