ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୩।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମିଳୁନାହିଁ ଜନ୍ମମୃତ୍ୟୁ ପ୍ରମାଣପତ୍ର । ବ୍ଲକର ୨୪ ଗୋଟି ପଞ୍ଚାୟତବାସୀ ଯାହାକି ଦୁରଦୂରାନ୍ତ ଅଞ୍ଚଳର ହିତାଧିକାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇବାରୁ ଦିନକୁ ଦିନ ଆହୁରି ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ଏମିତି କି ବାରମ୍ବାର କାର୍ଯ୍ୟାଳୟ ଆସି ଦେଖଖିଲେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲିଥାଏ। କିଏ ସପ୍ତାହ ଯାକ ତ କିଏ ମାସ ମାସ ଧରି ଦୌଡି ଦୌଡ଼ି ନୟାନ୍ତ ହେଉଥିବା ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ମେଡିକାଲରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ଗତ ଜାନୁଆରୀରେ ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜିଲା ଭିଜିଲାନ୍ସ ବିଭାଗ କେସ ନଂ ୧/୨୫ ରେ ଏକ ମାମଲା ରୁଜୁ କରି ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ରହିଛି। ହେଲେ ସେହିଦିନଠାରୁ ଜନ୍ମମୃତ୍ୟୁ ପଞ୍ଜିକରଣ ଅଫିସରେ ତାଲା ଝୁଲିଛି। ଏଯାଏ କୌଣସି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇ ନାହିଁ।

ଯାହାଫଳରେ ବ୍ଲକବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଶିଶୁମାନଙ୍କ ଆଧାରକାର୍ଡ ଲାଗି ଜନ୍ମ ପ୍ରମାଣ ପତ୍ର ଦରକାର ପଡୁଥିବା ବେଳେ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି। ବିଧବାଙ୍କୁ ଭତ୍ତା ନିମନ୍ତେ ସ୍ଥାନୀୟ ମେଡିକାଲରୁ ସ୍ବାମୀଙ୍କ ମୃତ୍ୟୁ ସାର୍ଟିଫିକେଟ ଦରକାର ପଡୁଛି। ଠିକ୍‌ ସେହିଭଳି ସ୍କୁଲରେ ନାମ ଲେଖାପାଇଁ ଛାତ୍ରୀଛାତ୍ରଙ୍କୁ ଜନ୍ମ ପ୍ରମାଣପତ୍ରର ଆବଶ୍ୟକତା ପଡୁଛି। ସରକାରୀ ପ୍ରମାଣପତ୍ର ଲାଗି ଲୋକେ ହଇରାଣ ହେଉଛନ୍ତି। ଅଫିସରେ ବିଭିନ୍ନ କ୍ଷେତ୍ରରେ ଆଧାର ସହ ଜନ୍ମ ସାର୍ଟିଫିକେଟ ଦରକାର ପଡୁଥିବାବେଳେ ଆତ୍ମହତ୍ୟା, ଦୁର୍ଘଟଣା, ହତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇବା ପାଇଁ ପରିବାର ଲୋକ ଯେତେ ଚେଷ୍ଟା କଲେ ମଧ୍ୟ ଏହାର ସୁବିଧା ପାଇପାରୁ ନାହାନ୍ତି। ଅନେକ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସ ଅଫିସରେ କୌଣସି ଅଧିକାରୀ ନଥିବାରୁ ନିରାଶ ହୋଇ ଫେରିଥାନ୍ତି। ଏଥପ୍ରତି ଜିଲା ପ୍ରଶାସନ କି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ କଥା ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ହେଲେ କେଉଁ କାରଣରୁ ଏହି ବିଭାଗରେ କୌଣସି କର୍ମଚାରୀଙ୍କୁ ଏଯାଏ ଦାୟିତ୍ୱ ଦିଆଯାଇନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତୁରନ୍ତ ଏଥପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ ଲାଗି ଜଣେ ସରକାରୀ କର୍ମଚାରୀଙ୍କୁ ଦାୟିତ୍ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଏ ସଂପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନୀତିଶ କୁମାର ଝାଙ୍କୁ ପଚାରିଲେ ଆମେ ଏ ବିଷୟରେ ଜିଲା ଅଧିକାରୀଙ୍କୁ ଜଣାଇଛୁ, ଏହା ଆମ ହାତରେ କିଛି ନାହିଁ ଯାହା କରିବେ ଜିଲା ସ୍ବାସ୍ଥ୍ୟ ବିଭାଗ କରିବେ ବୋଲି ଉତ୍ତର ରଖିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri