ସଫା ହେଲାନି ମୂର୍ତ୍ତି ବିସର୍ଜନ ପୋଖରୀ

ଚମ୍ପୁଆ,୨୬। ୮(ଡି.ଏନ.ଏ.)-ଆସୁଛି ପାର୍ବଣ ଋତୁ। ଆଗକୁ ବିଭିନ୍ନ ପୂଜା ପରେ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରଯିବ। ସେଥିପାଇଁ ପ୍ରଶାସନ ପୂର୍ବରୁ ସଜାଗ ରହିବା ଦରକାର। କିନ୍ତୁ ଚମ୍ପୁଆ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସରକାରଙ୍କ ପକ୍ଷରୁ ମୂର୍ତ୍ତି ବିସର୍ଜନ ଫଳରେ ପ୍ରଦୂଷିତ ହେଉଥିବା ନଦୀ ନାଳ ଗୁଡିକରେ ମୁର୍ତ୍ତି ବିସର୍ଜନ ନ କରିବାକୁ ଏକ ପ୍ରକାର ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନିୟମ ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଚମ୍ପୁଆ ଏନଏସିରେ ୨ ନଂ ୱାର୍ଡ ପାଞ୍ଚପୋଖରୀଆଠାରେ ନିର୍ମାଣ କରାଯାଇଥିବା ମୁର୍ତ୍ତି ବିସର୍ଜନ କୃତ୍ରିମ ପୋଖରୀରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଚମ୍ପୁଆ ଏନ.ଏ.ସି ଗଠନ ହେବାପରେ ସହରାଞ୍ଚଳ ପାଇଁ ଥିବା ନିୟମ ଲାଗୁ କରାଯାଇଥିଲା। ଚମ୍ପୁଆ ଅଞ୍ଚଳରେ କରାଯାଉଥିବା ଦୁର୍ଗା ପୂଜା, କାଳି ପୂଜା, ଲକ୍ଷ୍ମୀ ପୂଜା, ଗଣେଷ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ଆଦିରେ ମୃଣ୍ମୟ ମୁର୍ତ୍ତି ଗୁଡିକ ଦିର୍ଘ ଦିନରୁ ବୈତରଣୀ ନଦୀରେ ବିସର୍ଜନ କରାଯାଉଥିଲା। ମାତ୍ର ଏନଏସି ହେବା ଦିନଠାରୁ ଏଥିପାଇଁ କଡା ନିୟମ କରାଯାଇ ପ୍ରଥମେ ବୈତରଣୀ ନଦୀ କୂଳ ଘାଗରାଘାଠ ଠାରେ କୃତ୍ରିମ ପୋଖରୀ କରାଯାଇ ମୁର୍ତ୍ତି ବିସର୍ଜନ କରାଯାଇଥିଲା। ମାତ୍ର ପରେ ଦୀର୍ଘ ୨ ବର୍ଷ ହେବ ଏହା ପାଞ୍ଚପୋଖରୀଆ ୟୁ.ଜି ଏମ.ଇ ସ୍କୁଲ ନିକଟ ବନ୍ଧ ନିକଟରେ ନିର୍ମାଣ କରାଯାଇ ମୁର୍ତ୍ତି ବିସର୍ଜନ କରାଯାଉଛି। ମୁର୍ତ୍ତି ବିସର୍ଜନ ପରେ ଏନ.ଏ.ସି ପକ୍ଷରୁ ଉକ୍ତ ମୁର୍ତ୍ତି ଗୁଡିକରେ ବ୍ୟବହୃତ କରାଯାଇଥିବା ଆନୁସାଙ୍ଗିକ ଜିନିଷକୁ ଉଦ୍ଧାର କରି ନଷ୍ଟ କରିବା ସହିତ ଉକ୍ତ ପୋଖରୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ବ୍ୟବସ୍ଥା କରିବା କଥା। ହେଲେ ଉକ୍ତ ପୋଖରୀକୁ ଉଦ୍ଧାର କରାଯାଇନଥିବାରୁ ବର୍ତ୍ତମାନ ସୁଦ୍ଧା ମୁର୍ତ୍ତିରେ ବ୍ୟବହୃତ ଛାଞ୍ଚ ଓ ଆବଶ୍ୟକ ଜିନିଷ ପତ୍ର ଗୁଡିକ ଭାସୁଥିବା ଦେଖିବାକୁ ମିଳିଛି। ଏହି ପୋଖରୀ ଆକାର ଛୋଟିଆ ହୋଇଥିବାରୁ ବର୍ଷା ଦିନେ ଏହା ମଧ୍ୟରୁ ଆବର୍ଜନା ଗୁଡ଼ିକ ବାହାରି ନିକଟ ବନ୍ଧରେ ପଡୁଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଏନଏସି ନିର୍ବାହୀ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ତୁରନ୍ତ ଉକ୍ତ ପୋଖରୀକୁ ସଫା କରିବା ସହିତ ଆବଶ୍ୟକ ବ୍ଲିଚିଙ୍ଗ ପକାଇ ପ୍ରଦୂଷଣ ମୁକ୍ତ କରାଯିବ। ଏତଦବ୍ୟତୀତ ପ୍ରଦୂଷଣ ବୋର୍ଡ ପକ୍ଷରୁ ଆସିଥିବା ନୂଆ ନିୟମ ଅନୁଯାୟୀ ମୁର୍ତ୍ତି ବିସର୍ଜନ ପାଇଁ ଏକ ସ୍ବତନ୍ତ୍ର ପୋଖରୀ ଖୋଳା ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri