ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି l ଶନିବାର ସକାଳେ ସବୁଦିନ ଭଳି ଚାହା ପିଉଥିବା ବେଳେ ହଟାତ ତଳେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ବର୍ଗତ ପାଢ଼ୀ ଜଣେ ସରଳ ମିଷ୍ଟଭାସି ଧର୍ମ ପାରାୟଣ ବ୍ୟକ୍ତି ଭାବେ ସହରରେ ବେଶ ପରିଚିତ ଥିଲେl ଖବର ପ୍ରଚାରିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତା, ଯୁବ ସଂଗଠକ, ଶହଶହ ଯୁବକ ନଗର ସଭାପତି ପାଢ଼ୀଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ।ଏକ ବିରାଟ ଶୋଭାଯାତ୍ରାରେ ସ୍ବର୍ଗତ ପାଢ଼ୀଙ୍କ ମର ଶରୀରକୁ ନେଇ ଦାମୋଦରପୁର ସ୍ଥିତ ଋଷୁକୂଲ୍ୟା ନଦୀ ଘାଟରେ ଶେଷକୃତ୍ୟ କରାଯାଇଥିଲା। ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, ସୁଦାମ ଚରଣ ଜେନା, ପ୍ରେସ କ୍ଳବ ସଭାପତି ଶବର କୁମାର ତାରାଇ, ଛାତ୍ର ସଂଗଠନ ନେତା ରାକେଶ ରଞ୍ଜନ ଦାସ, ରାଜେଶ ମହାରଣାଙ୍କ ସମେତ ବହୁ ମାନ୍ୟଗନ ବ୍ୟକ୍ତି ଶ୍ମଶାନ ଯାଇ ଶେଷ ଦର୍ଶନ କରିଥିଲେ । ବଡ଼ ପୁଅ ପ୍ରଶାନ୍ତ କୁମାର ପାଢ଼ୀ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାଢ଼ୀଙ୍କ ଛଅ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

କୁଲାଡ ରାଧା ଗିରିଧାରୀ ଆଶ୍ରମରେ ଝୁଲଣ ଯାତ୍ରା, ଜାରି ରହିଛି ୨୩ବର୍ଷର ପରମ୍ପରା

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଶ୍ରାବଣ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁଲାଡ଼ ରାଧା ଗିରିଧାରୀ ଆଶ୍ରମ ଠାରେ ମହା ଆଡମ୍ବର ସହକାରେ ପବିତ୍ର ଝୁଲଣ ଯାତ୍ରା…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି ସଭାଗୃହର ଶିଳାନ୍ୟାସ: ଜମିଦାତା ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଜମି ଚାଖଣ୍ଡେ ପାଇଁ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ବିବାଦ ଓ ହିଂସା ହେଉଛି । କିନ୍ତୁ ଏବେବି ଲୋକଙ୍କ ଉନ୍ନତି ପାଇଁ ନିଜ…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri