ନବୀନଙ୍କ ସହ ରହିଛୁ, ଶେଷ ଯାଏ ରହିବୁ

ଭୁବନେଶ୍ୱର,୧୮ା୧୨(ଅନିଲଦାସ):ବିଜେଡି ନେତା ସୁଜିତ କୁମାର ଓ ମମତା ମହାନ୍ତ ଭାଜପାରେ ସାମିଲ ହେବା ପରେ ଦଳର ଆହୁରି କେତେକ ଏମ୍‌ପି ଦଳ ଛାଡ଼ିବା ନେଇ ବିଭିନ୍ନ ସମୟରେ ଭାଜପା ନେତାମାନେ ଗଣମାଧ୍ୟମରେ କହୁଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏଭଳି ଆଲୋଚନା ଭିତରେ ବିଜେଡିର ୭ ଜଣ ରାଜ୍ୟ ସଭା ସଦସ୍ୟ ମଙ୍ଗଳବାର ନୂଆଦିଲ୍ଲୀରେ ଖବରଦାତା ସମ୍ମିଳନୀ ଡାକି ଏଭଳି ଖବରକୁ କଡ଼ା ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ଓ ଶେଷ ଯାଏ ରହିବେ। ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। କେତେକ ଗଣମାଧ୍ୟମରେ ଅପପ୍ରଚାର ହେଉଛି। ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ଏମ୍‌ପିଙ୍କ ଚରିତ୍ର ସଂହାର କରାଯାଉଛି। ଏଭଳି ମନଗଢ଼ା ଖବର ପ୍ରସାରଣ ବନ୍ଦ ନ ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବିଜେଡି ଏମ୍‌ପିମାନେ ଚେତାଇ ଦେଇଛନ୍ତି।
ବିଜେଡି ରାଜ୍ୟ ସଭା ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ମିଛ ରାଜନୀତିର ରଙ୍ଗ ଦିଆଯାଉଛି। ମିଳିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିିଷ୍ଟ ଗଣମାଧ୍ୟମ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ଏମ୍‌ପିମାନେ ଦୈନିକ ଭେଟି ରାଜ୍ୟ ସମସ୍ୟା କଥା କହିଥାନ୍ତି। ବିଜେଡି ଏମ୍‌ପିମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି। ଏଥିରେ ସମ୍ପୃକ୍ତ ଏମପିଙ୍କ ମତାମତ ମଧ୍ୟ ନିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଭୁଲ୍‌ ଖବର ପ୍ରସାରଣ ନ କରିବାକୁ ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ ଦାବି କରିଛନ୍ତି। ବିଜେଡି ଏକ ଅଛି ଓ ରହିବ। ନବୀନ ପଟ୍ଟନାୟକଙ୍କ ସହ ସବୁ ଏମ୍‌ପି ଅଛନ୍ତି। ଏହାକୁ ନେଇ ଅପପ୍ରଚାର ନ କରିବାକୁ ସେ କହିଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ୍‌ ଖବର ଦେଉଛନ୍ତି। ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ବାର୍ଥ କଥା ଦିଲ୍ଲୀରେ ନ ଉଠୁ।
ବିଜେଡି ଏମ୍‌ପିମାନେ କହିଛନ୍ତି, ଗତ ନିର୍ବାଚନରେ ଭାଜପା ସରକାର ଗଠନର ସଂଖ୍ୟା ଗଣତିରେ ଆଗୁଆ ଥିଲେ ବି ସାମଗ୍ରିକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲା। ସେହିପରି ଏବେ ବି ନବୀନଙ୍କ କ୍ରେଜ୍‌ କାହିଁରେ କ’ଣ। ତେଣୁ ଏମ୍‌ପିଙ୍କ ବିରୋଧରେ ମନଗଢ଼ା ଖବର ପ୍ରସାରଣ କରି ବିଜେଡିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri