ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ଜାନୁଆରୀ ସୁଦ୍ଧା ବଜାରରେ ନଗଦ ଅର୍ଥର ପରିମାଣ ୪୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଯାହା ଗତ ବର୍ଷ ଜାନୁଆରୀ ତୁଳନାରେ ୧୧ ପ୍ରତିଶତ ଅଧିକ।

କାହିଁକି ବଢ଼ୁଛି ନଗଦ ଟଙ୍କାର ଚାହିଦା?
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଏହି ବୃଦ୍ଧି ପଛରେ କେତେକ ପ୍ରମୁଖ କାରଣ ରହିଛି।

GST ନୋଟିସ୍: UPI କାରବାର ଆଧାରରେ ପ୍ରାୟ ୧୮,୦୦୦ କ୍ଷୁଦ୍ର ବ୍ୟବସାୟୀଙ୍କୁ GST ନୋଟିସ୍ ପଠାଯାଇଛି। ଏହି କାରଣରୁ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା ଏବଂ କେରଳ ଭଳି ରାଜ୍ୟରେ ଲୋକେ UPI ବଦଳରେ ATM ରୁ ଅଧିକ ନଗଦ ଟଙ୍କା ଉଠାଉଥିବା ଦେଖାଯାଇଛି।

ସୁନା-ରୂପା ବିକ୍ରି: ବଜାରରେ ସୁନା ଓ ରୂପାର ମୂଲ୍ୟ ବଢ଼ୁଥିବାରୁ ଅନେକ ପରିବାର ନିଜ ପାଖରେ ଥିବା ଅଳଙ୍କାର ବିକ୍ରି କରି ନଗଦ ଅର୍ଥ ରଖୁଛନ୍ତି।

କମ୍ ସୁଧ ହାର ଓ ରିହାତି: ବ୍ୟାଙ୍କ ସୁଧ ହାର କମିବା ଏବଂ ଆୟକର ତଥା GST ରେ ରିହାତି ଯୋଗୁଁ ଲୋକଙ୍କ ବ୍ୟୟ କରିବା କ୍ଷମତା ବଢ଼ିଛି, ଯାହା ଫଳରେ ବଜାରରେ ନଗଦ ଟଙ୍କାର ଚାହିଦା ବୃଦ୍ଧି ପାଇଛି।

୨୦୧୬ ନୋଟ୍‌ବନ୍ଦୀ ସମୟରେ ସରକାରଙ୍କ ଅନ୍ୟତମ ଲକ୍ଷ୍ୟ ଥିଲା ବଜାରରେ ନଗଦ ଟଙ୍କାର ପ୍ରଚଳନ କମାଇ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା। ଆଶ୍ଚର୍ଯ୍ୟଜନକ ଭାବେ, ଜାନୁଆରୀରେ UPI କାରବାର ୨୮.୩୩ ଲକ୍ଷ କୋଟି ଟଙ୍କାର ରେକର୍ଡ ଛୁଇଁଥିଲେ ସୁଦ୍ଧା ନଗଦ ଟଙ୍କାର ବ୍ୟବହାର କମିନାହିଁ। ତେବେ ଆଶ୍ୱସ୍ତିର କଥା ଯେ, ‘କ୍ୟାଶ-ଟୁ-ଜିଡିପି’ ଅନୁପାତ ୨୦୨୧ର ୧୪.୪% ରୁ ହ୍ରାସ ପାଇ ୨୦୨୬ ଆର୍ଥିକ ବର୍ଷରେ ୧୧% କୁ ଖସିଛି।

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ ବଜାରରେ ଏବେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ପ୍ରାଧାନ୍ୟ ବଢ଼ିଛି। ଜନସାଧାରଣଙ୍କ ସୁବିଧା ପାଇଁ ଆଗାମୀ ମାର୍ଚ୍ଚ ୨୦୨୬ ସୁଦ୍ଧା ୯୬% ATM ରେ ଯେପରି ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେବ, ସେଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୨୪ା୮: ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri