Posted inଜାତୀୟ

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମର୍ମରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

ଏକ ମାମଲାରେ ଜଷ୍ଟିସ ୱାଇ. ଲକ୍ଷ୍ମଣ ରାଓ କହିଛନ୍ତି ଯେ, ଭାରତୀୟ ଆଇନ ବ୍ୟବସ୍ଥାରେ ଭରଣପୋଷଣ ନୀତି ସେହି ସଂକଳ୍ପର ପ୍ରତୀକ, ଯାହା ସୁନିଶ୍ଚିତ କରେ ଯେ କୌଣସି ପତ୍ନୀ, ସନ୍ତାନ କିମ୍ବା ବୃଦ୍ଧ ପିତାମାତା ଯେପରି ଅର୍ଥାଭାବରୁ ଦୁର୍ଦ୍ଦଶାର ସମ୍ମୁଖୀନ ନ ହୁଅନ୍ତି। ଯେଉଁମାନେ ଆଇନଗତ ଭାବେ ସେମାନଙ୍କର ଦାୟିତ୍ୱ ନେବାକୁ ବାଧ୍ୟ, ସେମାନଙ୍କ ଅବହେଳା ଯୋଗୁଁ କେହି ଯେମିତି ଅସହାୟ ନ ହୁଅନ୍ତି ତାହା ନ୍ୟାୟାଳୟ ସୁନିଶ୍ଚିତ କରିବେ।

ଚିନ୍ନନ କିଶୋର କୁମାର ନାମକ ଜଣେ ବ୍ୟକ୍ତି ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫ୍ୟାମିଲି କୋର୍ଟ ତାଙ୍କ ପତ୍ନୀଙ୍କୁ ମାସିକ ୭,୫୦୦ ଟଙ୍କା ଏବଂ ତାଙ୍କ ନାବାଳକ ପୁଅକୁ ୫,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିଶୋର କୁମାର ଏହାକୁ “ଅଯୌକ୍ତିକ ଓ ମନଇଚ୍ଛା” ବୋଲି ଦର୍ଶାଇ ରଦ୍ଦ କରିବାକୁ ଅନୁରୋଧ କରିଥିଲେ।

ହାଇକୋର୍ଟ କିଶୋରଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଭରଣପୋଷଣ ହେଉଛି ସମ୍ବିଧାନର ଧାରା ୧୫(୩) ଏବଂ ୩୯ ଅନୁଯାୟୀ ଏକ ସାମାଜିକ ନ୍ୟାୟର ଅଂଶ। ଏହା ସମାଜର ଦୁର୍ବଳ ଶ୍ରେଣୀ, ବିଶେଷ କରି ମହିଳା ଓ ଶିଶୁଙ୍କୁ ଆର୍ଥିକ ଶୋଷଣରୁ ରକ୍ଷା କରିବା ପାଇଁ ରାଷ୍ଟ୍ରର ଏକ ପ୍ରତିବଦ୍ଧତା।

“ଭରଣପୋଷଣର ଦାୟିତ୍ୱ ନିରନ୍ତର ଏବଂ ଏହାକୁ ପାରିବାରିକ କିମ୍ବା ବୈବାହିକ ସମ୍ପର୍କରୁ ଅଲଗା କରାଯାଇପାରିବ ନାହିଁ।” – ଜଷ୍ଟିସ ୱାଇ. ଲକ୍ଷ୍ମଣ ରାଓ

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଏକକାଳୀନ ଉପହାର ନୁହେଁ, ବରଂ ଏକ ପୁନରାବୃତ୍ତ ଅଧିକାର ଯାହା ପ୍ରତି ମାସରେ ଉଲ୍ଲଂଘନ ହେଲେ ସାନି ଭାବେ ଦାବି କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଇରାନ- ଆମେରିକା ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସକାଳୁ ସକାଳୁ ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri