ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଯେଉଁ ଦେଶ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ସର୍ବୋଚ୍ଚରେ ପହଞ୍ଚତ୍ପାରିବ, ସେ ପୃଥିବୀରେ ମାର୍କେଟ ଲିଡର ହୋଇପାରିବ। କୁହାଯାଉଛି ବିଜ୍ଞାନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳବାୟୁ ଗବେଷଣା, ଶାସନ, ସାମରିକ, ସୃଜନଶୀଳ କ୍ଷେତ୍ରଠାରୁ ଆରମ୍ଭକରି ବହୁବିଧ ଦିଗରେ ଏଆଇ ଉପଯୋଗ ହେଲାଣି। ସେହି ଦୃଷ୍ଟିରୁ ଦେଖିଲେ ଆମେରିକା ସମକକ୍ଷ ହେବା ପାଇଁ ଚାଇନା ସମେତ ବହୁ ଦେଶ ଧାଇଁଛନ୍ତି। ଏହି ପରିପ୍ରେକ୍ଷୀରେ ୧୬ରୁ ୨୦ ଫେବୃଆରୀ ଯାଏ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍‌-୨୦୨୬’ ଆୟୋଜିତ ହେଉଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଏଥିରେ ପ୍ରଯୁକ୍ତିସମ୍ପନ୍ନ ବ୍ୟକ୍ତି, ରାଜନେତା, ବ୍ୟବସାୟୀ ଓ ଅନ୍ୟାନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିବା ପରେ କହିଛିନ୍ତି, ଏଆଇ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ବାସ୍ତବରେ କେଉଁ ଦେଶ ଏଆଇ ଗବେଷଣାରେ ଆଗୁଆ ହୋଇପାରିଛି ବୋଲି କହିବା ଅତ୍ୟନ୍ତ କଷ୍ଟକର। ଦେଖିବାକୁ ଗଲେ ଚାଇନା ଓ ଆମେରିକା ମଧ୍ୟରେ ଲାଗିଥିବା ଦୌଡ଼ ସହିତ ଅନ୍ୟ କୌଣସି ଦେଶ ସମକକ୍ଷ ତ ଦୂରର କଥା, ପାଖାପାଖି ମଧ୍ୟ ନାହାନ୍ତି। ଏଆଇ ସମ୍ବନ୍ଧୀୟ ପାଟେଣ୍ଟ ସଂଖ୍ୟାକୁ ଦେଖିଲେ ଚାଇନା ପାଖରେ ୩ ଲକ୍ଷ ୫୦୦ ଏବେ କାର୍ଯ୍ୟରତ ରହିଛି। ସେହିଭଳି ଆମେରିକା ନିକଟରେ ୬୭,୭୦୦ ଏଆଇ ପାଟେଣ୍ଟ ଥିବା ବେଳକୁ ଜାପାନର ୨୬,୪୦୦ ପାଟେଣ୍ଟ ସକ୍ରିୟ ରହିଥିବା ବେଳେ ଭାରତର ୨୬,୦୦୦ ଏଆଇ ପାଟେଣ୍ଟ ପାଇଁ ଆବେଦନ ପଡ଼ିଛି। ପଞ୍ଚମ ବୃହତ୍‌ ଦେଶ ଭାବେ ଦକ୍ଷିଣ କୋରିଆର ୨୩,୭୦୦ ପାଟେଣ୍ଟ କାର୍ଯ୍ୟକ୍ଷମ ଅଛି। ଚାଇନାରେ ଟେନ୍‌ସେଣ୍ଟ, ପିଙ୍ଗ୍‌ ଆନ୍‌, ବାଇଡୁ ଏବଂ ଆମେରିକାର ଆଇବିଏମ୍‌, ଗୁଗଲ ଏବଂ ମାଇକ୍ରୋସଫ୍ଟ ଏ ଦିଗରେ କର୍ଣ୍ଣଧାର ଭାବେ କାର୍ଯ୍ୟ କରୁଛନ୍ତି। ଏହି କ୍ଷେତ୍ରରେ ଚାଇନା ସଂଖ୍ୟାରେ ଆଗୁଆ ଥିବାବେଳେ ଆମେରିକା ଗୁଣବତ୍ତାରେ ଆଗୁଆ ରହୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳି ପ୍ରଚ୍ଛଦପଟରେ ଭାରତର ଭୂମିକା ଏବେ ମଧ୍ୟ ଶୈଶବ ଅବସ୍ଥାରେ ଅଛି।
ଏପରିସ୍ଥଳେ ଦିଲ୍ଲୀରେ ବଡ଼ଧରଣର ସମ୍ମିଳନୀ ଆୟୋଜନ କରି କେବଳ ଧ୍ୱନି ଦେବା ବ୍ୟତୀତ ଅନ୍ୟ କୌଣସି ମାନେ ରଖୁନାହିଁ। ଭାରତ ତରଫରୁ କୁହାଯାଉଛି ଯେ, ଆଗାମୀକାଲିର ବୈଷୟିକ ବିପ୍ଳବରେ ନେତୃତ୍ୱ ନେବା ପାଇଁ ଭାରତ ପ୍ରସ୍ତୁତ। ଗୁଗଲ, ୟାହୁ କିମ୍ବା ବାଇଡୁ ଭଳି ଭାରତର କୌଣସି ନିଜସ୍ବ ସର୍ଚ୍ଚଇଞ୍ଜିନ ବା ଇଣ୍ଟରନେଟ୍‌ରେ ତଥ୍ୟ ଖୋଜିବାର ମଞ୍ଚ ନାହିଁ। ନେତୃତ୍ୱ ନେବା ପାଇଁ ଇଚ୍ଛୁକ ରହି ସ୍ଲୋଗାନ ସୃଷ୍ଟି କରିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଭାରତ ସେତିକିରେ ଅଟକି ଯାଉଛି। କାର୍ଯ୍ୟରେ କୌଣସି ପ୍ରଭାବ ପଡୁଥିବାର ଦୃଷ୍ଟାନ୍ତ ମିଳୁନାହିଁ। ଏଆଇର ଭବିଷ୍ୟତରେ ଦିଲ୍ଲୀର ଏହି ସମ୍ମିଳନୀ କୌଣସି ଐତିହାସିକ ଗୁରୁତ୍ୱ ରଖିବ ବୋଲି ମନେ ହେଉନାହିଁ। କାରଣ ପ୍ରାୟ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇନାହାନ୍ତି। ଇନ୍‌ଭେଡିଆ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ ଭାରତ ଗସ୍ତକୁ ବାତିଲ କରିଦେଇଥିବା ବେଳେ କ୍ୱାଲ୍‌କମ୍‌ର କ୍ରିଷ୍ଟିଆନୋ ଆମୋନ, ମିଲା ଇନ୍‌ଷ୍ଟିଚ୍ୟୁଟର ୟୋସୁଆ ବେନ୍‌ଗିଓ, ମେଟାର ୟାନ୍‌ ଲାକୁନୋ ଏବଂ ଆନ୍ଥ୍ରୋପିକ୍‌ର ଡାରିଓ ଆମୋଦେଇ ପୂର୍ବରୁ ଯୋଗଦେବାର ଆଶ୍ୱାସନା ଦେବା ସତ୍ତ୍ୱେ ଏବେ ସମ୍ଭବତଃ ଗସ୍ତ ବାତିଲ କରିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରିଲାଏନ୍ସର ମୁକେଶ ଅମ୍ବାନୀ, ରିଲାଏନ୍ସ ଜିଓର ଆକାଶ ଅମ୍ବାନୀ, ଇନ୍‌ଫୋସିସ୍‌ର ନନ୍ଦନ ନିଲେକାନୀ, ଟାଟା ସନ୍ସର ନଟରାଜନ ଚନ୍ଦ୍ରଶେଖରନ୍‌, ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ପ୍ରମାଣ କରିଦେଇଛନ୍ତି ଯେ ଭାରତରେ ଏଆଇ ଗବେଷଣାରେ କୌଣସି ଟେକ୍ନୋକ୍ରାଟ ନାହାନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ହେଲା ଯେ, ଏହି ସମ୍ମିଳନୀର ପ୍ରଥମ ଦିନରେ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହୋଇଗଲା। ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜଗିଲା ବେଳକୁ ସମ୍ମିଳନୀରେ ଓ୍ବାଇଫାଇ ନ ଥିଲା। ପିଇବା ପାଣିର ଅଭାବ ଦେଖାଦେଲା ଏବଂ ସବୁଠାରୁ ଅଧିକ ଅପଦସ୍ଥ ହେଲାଭଳି ପରିସ୍ଥିତି ସୃଷ୍ଟି ହେଲା, ଯେଉଁଥିରେ ଖାଦ୍ୟ ବିକ୍ରେତାମାନେ ଡିଜିଟାଲ ଅର୍ଥ ସ୍ବୀକାର କଲେ ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେଉଁଥିପାଇଁ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ଷମାପ୍ରାର୍ଥନା କରିବାକୁ ବାଧ୍ୟ ହେଲେ।
ଏଥିରୁ ବୁଝିବାକୁ ହେବ ଯେ, ଏହିଭଳି ଅତି ଚାଲିଖି ଦେଖାଇବାକୁ ଯାଇ ନିଜର ନାକ କଟାଇବା ଆଦୌ ଶୋଭନୀୟ ନୁହେଁ। ଏହା କରିବା ଫଳରେ ବିଗତ ୧୨ ବର୍ଷର ତପସ୍ୟା ଆମେରିକା ବାଣିଜ୍ୟ ଚୁକ୍ତି ଦସ୍ତଖତ କରି ଶୁଖୁଆ ପୋଡ଼ିଲା ଭଳି ମନେହେଉଛି। ଭାରତ ତା’ର ସୀମିତ ମାନବସମ୍ବଳକୁ ଉଚିତ ଢଙ୍ଗରେ ବ୍ୟବହାର କରି ଯେତିକି ପାରିବ ସେତିକିରେ ଶିଖି ରହିବା ଦରକାର। ଅତି ବେଶି ଉଛୁଳିଲେ ନିଆଁକୁ ଯିବା ଥୟ। ଦୁର୍ଭାଗ୍ୟର ବିଷୟ ଯେ, ଜି୨୦ ଭଳି ବଡ଼ ଆଡ଼ମ୍ବରରେ ଅନେକ ଏଭଳି ସମ୍ମିଳନୀକୁ ଆୟୋଜନ କରି ଭାରତର ସ୍ଥିତି ଆଜି ଅଧିକ ଦୁର୍ବଳ ହୋଇପଡ଼ିଛି। ଭାଷଣ ଛାଡ଼। ଧ୍ୱନି ଦେବାର ପ୍ରୟୋଜନ ନାହିଁ। ମନଦେଇ ଏବଂ ସମ୍ବଳ ଅନୁଯାୟୀ କାର୍ଯ୍ୟ କର। ଭାରତ କୌଣସି ବିଶ୍ୱଗୁରୁ ନୁହେଁ ଏବଂ ତାହା ଏବେ ବାରମ୍ବାର ପ୍ରମାଣିତ ହେଉଛି। ସେଥିପାଇଁ ଶାନ୍ତ ପଡ଼ିବା ଆମ ପାଇଁ ସବୁଠାରୁ ଅଧିକ ଗ୍ରହଣୀୟ ହେବା ଉଚିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri