ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର: ୨୪ଘଣ୍ଟାରେ ୩ ଘଟଣାରେ ଆତଙ୍କିତ ସହରବାସୀ

ଅସୁରକ୍ଷିତ ହୋଇପଡ଼ିିଛି ରାଜଧାନୀ ଭୁବନେଶ୍ୱର। କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ଦିନ ହେଉ ଅବା ରାତି ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ କେହି ସୁରକ୍ଷିତ ନାହାନ୍ତି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟ୍‌ପାଟ ଏବଂ ଖଣ୍ଡାରେ ଆକ୍ରମଣ କରୁଛନ୍ତି। ୨୪ଘଣ୍ଟା ମଧ୍ୟରେ କମିଶନରେଟ୍‌ ପୋଲିସରେ ଘଟିଥିବା ୩ଟି ଅପରାଧ ଘଟଣା ସମସ୍ତଙ୍କୁ ଚକିତ କରିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମା’ଙ୍କ ବେକରୁ ସୁନାଚେନ୍‌ ଲୁଟ ହୋଇଥିବାବେଳେ ସୋମବାର ରାତିରେ ତମାଣ୍ଡୋ ଥାନା ଭଗବାନପୁରରେ ଥିବା ଏକ କାଫେ ଭିତରେ ପଶି ଦୁର୍ବୃତ୍ତ ଖଣ୍ଡାରେ ହାଣିବା ସହ ୩ଟି କାରକୁ ଭାଙ୍ଗି ନଷ୍ଟ କରିଛନ୍ତି। ସେହିପରି କଳିଙ୍ଗନଗରରେ ଏକ ସୁନା ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଜଣେ ଲୁଟେରା ୬ଲକ୍ଷ ଟଙ୍କା ସୁନା ଅଳଙ୍କାର ଲୁଟି ନେଇଛନ୍ତି।

 

ଭୁବନେଶ୍ୱର,୧୮।୨: ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରରେ ରହୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମା’ଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଶଙ୍କୁନ୍ତଳା ମହାପାତ୍ର। ସେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ-୧୪୦/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଶଙ୍କୁନ୍ତଳାଙ୍କ କହିବା ଅନୁସାରେ, ସେ ମଙ୍ଗଳବାର ସକାଳ ୮ଟାରେ ଶୈଳଶ୍ରୀବିହାରରେ ରହୁଥିବା ଘରୁ ମର୍ନିଂ ଓ୍ବାକ୍‌ରେ ମଙ୍ଗଳା ମନ୍ଦିର ନିକଟରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ପଛରୁ ଜଣେ ଯୁବକ ଆସି ହଠାତ୍‌ ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲେ। ଶଙ୍କୁନ୍ତଳା କ’ଣ ହେଲା ବୋଲି ପ୍ରଥମେ କିଛି ଜାଣିପାରି ନ ଥିଲେ। ଚେନ୍‌ରେ ଲାଗିଥିବା ଲକେଟ୍‌ ତଳେ ପଡ଼ିଯିବା ପରେ ଶଙ୍କୁନ୍ତଳା ଏହାକୁ ଉଠାଇ ଚିକତ୍ାର କରିଥିଲେ। ହେଲେ ସେତେବେଳକୁ ଲୁଟେରା ତାଙ୍କ ସହଯୋଗୀ ସହ ବାଇକ୍‌ରେ ବସି ଫେରାର ହୋଇଯାଇଥିଲେ। ଲୁଟ୍‌ ସମୟର ସିସିଟିଭି ଫୁଟେଜ ପୋଲିସ ଜବତ କରି ତଦନ୍ତ କରୁଛି। ୩ବର୍ଷ ତଳେ ମଧ୍ୟ ସମାନ ଢଙ୍ଗରେ ଶଙ୍କୁନ୍ତଳାଙ୍କ ବୋହୂ ଲୁଟ୍‌ର ଶିକାର ହେବାରୁ ବର୍ତ୍ତି ଯାଇଥିଲେ। ଲୁଟେରାମାନେ ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପିବା ସମୟରେ ସେ ବେକ ଯାକି ଦେବାରୁ ଲୁଟେରା ସୁନା ଚେନ୍‌ ନେଇପାରି ନ ଥିଲେ।

ତମାଣ୍ଡୋ ଥାନା କଳିଙ୍ଗବିହାର କେ-୪ରେ ଥିବା ଶୁଭଲକ୍ଷ୍ମୀ ସୁନା ଦୋକାନକୁ ଟାର୍ଗେଟ କରି ଦୁର୍ବୃତ୍ତ ଲୁଟପାଟ କରିଛନ୍ତି। ଅପରାହ୍ନ ୧ଟାରେ ଜଣେ ଲୁଟେରା ଗ୍ରାହକ ବେଶରେ ମୁହଁରେ ମାସ୍କ ବାନ୍ଧି ଆସି ଭଉଣୀର ବାହାଘର ଅଛି ଗହଣା ଦେଖାନ୍ତୁ ବୋଲି କହିଥିଲେ। ଦୋକାନୀ ସୁନା ମୁଦି, ସୁନା ଚେନ ଦେଖାଇବା ସମୟରେ ଲୁଟେରା ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ସୁନା ଗହଣା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିଲେ। ଲୁଟେରା ମୁହଁରେ ମାସ୍କ ଭିଡ଼ି ଆସିଥିବାରୁ ପୋଲିସ ଚିହ୍ନଟ କରିବା କଷ୍ଟକର ହେଉଛି। ଦୋକାନରୁ ୫ଟି ସୁନାମୁଦି, ୨ଟି ସୁନା ଚେନ୍‌ ଲୁଟେରା ନେଇଯାଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏନେଇ ଥାନାରେ କାଶୀପୁରର ସୋମନାଥ ବାରିକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ତମାଣ୍ଡୋ ଥାନା କଳିଙ୍ଗବିହାର କେ-୪ରେ ଥିବା ଶୁଭଲକ୍ଷ୍ମୀ ସୁନା ଦୋକାନକୁ ଟାର୍ଗେଟ କରି ଦୁର୍ବୃତ୍ତ ଲୁଟପାଟ କରିଛନ୍ତି। ଅପରାହ୍ନ ୧ଟାରେ ଜଣେ ଲୁଟେରା ଗ୍ରାହକ ବେଶରେ ମୁହଁରେ ମାସ୍କ ବାନ୍ଧି ଆସି ଭଉଣୀର ବାହାଘର ଅଛି ଗହଣା ଦେଖାନ୍ତୁ ବୋଲି କହିଥିଲେ। ଦୋକାନୀ ସୁନା ମୁଦି, ସୁନା ଚେନ ଦେଖାଇବା ସମୟରେ ଲୁଟେରା ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ସୁନା ଗହଣା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିଲେ। ଲୁଟେରା ମୁହଁରେ ମାସ୍କ ଭିଡ଼ି ଆସିଥିବାରୁ ପୋଲିସ ଚିହ୍ନଟ କରିବା କଷ୍ଟକର ହେଉଛି। ଦୋକାନରୁ ୫ଟି ସୁନାମୁଦି, ୨ଟି ସୁନା ଚେନ୍‌ ଲୁଟେରା ନେଇଯାଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏନେଇ ଥାନାରେ କାଶୀପୁରର ସୋମନାଥ ବାରିକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

(ତ୍ରିନାଥ ମହାନ୍ତି)

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?