ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା ଧମକ ଦେଇ ମୁଣ୍ଡରେ ପିସ୍ତଲ ଲଗାଇଥିଲେ ଦୁର୍ବୁତ୍ତ। ହେଲେ ସେଠାରେ ଥିବା ଜଣେ ଯୁବକ ଦୁର୍ବୁତ୍ତଙ୍କ ହାତ ଉଠାଇଦେବାରୁ ପିସ୍ତଲର ଗୁଳି ଆକାଶରେ ବ୍ଲାଙ୍କ ଫାୟାର ହୋଇଯାଇଥିଲା। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଠିକାଦାର। ଏହାକୁ ନେଇ ବୁଧବାର ସକାଳରେ ଠିକାଦାର ମନ୍ଦାର ବଗିଚା ପଡାର ପ୍ରଦୀପ ନିଆଲ (୨୬) ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଟାଉନ ଥାନା ପୋଲିସ ଏକ ମାମଲା (ନଂ୬୪/୨୬) ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ଭବାନୀପାଟଣା ସହର ଅରକାବାହାଲି ପଡାର ଝସ ଓରଫ ଯଶୋବନ୍ତ ନାଏକ (୪୦)ଙ୍କୁ ଗିରଫ କରିଛି । ଏହସହ ଅଭିଯୁକ୍ତଙ୍କ ଠାରୁ ୨ ଟି ଦେଶୀ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଗୋଟିଏ ମୋବାଇଲ ଫୋନ ଓ ସ୍କୁଟିକୁ ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି ଏସପି ନାଗରାଜ ଦେବର କୋଣ୍ଡା। ମଙ୍ଗଳବାର ରାତି ୧୧ ଟାରେ ଦୟାନିଧି ଛକ ଠାରେ ଠିକାଦାର ପ୍ରଦୀପ ଟେଣ୍ଡର କାର୍ଯ୍ୟ ପାଇ ଜେସିବି ସାହାଯ୍ୟରେ ମାଟି ଖୋଲୁଥିବାବେଳେ ଏହି ସମୟରେ ଯଶୋବନ୍ତ ଘଟଣା ସ୍ଥଳକୁ ଆସି ଏହି କାମକୁ ମୋ ବ୍ୟତିତ କେହି କରି ପାରିବେନି ବୋଲି ତାଙ୍କୁ ଧମକ ଦେଇଥିଲେ ।

ଏହାସହ ଟଙ୍କା ମଧ୍ୟ ମାଗିଥିଲେ । ଏହି ସମୟରେ ଠିକାଦାର ପ୍ରଦୀପଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ମାରି ଦେବାକୁ ଉଦ୍ୟମ କରୁଥିବାବେଳେ ହଠାତ୍ ସେଠାରେ ଥିବା ଜଣେ ଯୁବକ ଅଭିଯୁକ୍ତ ଯଶୋବନ୍ତଙ୍କ ହାତକୁ ଉପରକୁ ଉଠାଇ ଦେଇଥିଲେ । ଫଳରେ ଗୁଳିଟି ଆକାଶରେ ଫାୟାରିଂ ହୋଇଯାଇଥିଲା। ଖବରଦାତା ସମ୍ମିଳନୀରେ ଏସପିଙ୍କ ସହ ଟାଉନ ଥାନା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri