୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷର ପ୍ରତିନିଧି ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ ମଧ୍ୟ ଏହି ବୈଠକର କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ଲାଗି ଆସିଥିବା ବିବାଦର ସମାଧାନ ପାଇଁ ବୈଠକରେ ଆଲୋଚନା ହୋଇଥିଲେ ହେଁ ଏଦିଗରେ କୌଣସି ପକ୍ଷ ସକାରାତ୍ମକ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଇରାନର ଇଣ୍ଟରନ୍ୟାଶନାଲ କ୍ରାଏସିସ୍‌ ଗ୍ରୁପ୍‌ ପ୍ରକଳ୍ପ ନିର୍ଦ୍ଦେଶକ ଅଲ୍ଲୀ ଭେଜ୍‌ କହିଛନ୍ତି। ଇରାନର ୨୦୧୫ ଆଣବିକ ଚୁକ୍ତିକୁ ନେଇ ଗତ ଅଢ଼େଇ ବର୍ଷ ହେଲା ଆମେରିକା ସହ ବିବାଦ ଲାଗି ରହିଛି। ଏହି ବିବାଦକୁ ମାତ୍ର ୩ ଘଣ୍ଟା ମଧ୍ୟରେ କିଭଳି ସମାଧାନ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଣବିକ କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ଆବଶ୍ୟକତା ରହିଥିଲା ବେଳେ ଏଥିପାଇଁ କାହାରି ଧୈର୍ଯ୍ୟ ନାହିଁ । ତେଣୁ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ବୋଲି ସେ ପରୋକ୍ଷରେ ସୂଚିତ କରିଛନ୍ତି। ବିଶେଷକରି ଆଣବିକ କାର୍ଯ୍ୟକ୍ରମ ଆଲୋଚନା ପ୍ରକ୍ରିୟାରେ କଟକଣା ହଟାଇବା ଲାଗି ଇରାନ ବଡ଼ ସର୍ତ୍ତ ରଖିଥିଲା ବେଳେ ଏଥିପାଇଁ ଆମେରିକା କିଛି ସ୍ପଷ୍ଟ କରୁନାହିଁ ; ଯେଉଁଥିପାଇଁ ସମାଧାନ ବାହାରିବା କଷ୍ଟକର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ବୈଠକକୁ ନେଇ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନଥିଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମ୍‌ନେଇ କହିଛନ୍ତି, ଆମେରିକା ଇରାନକୁ ଧ୍ୱଂସ କରିପାରିବ ନାହିଁ। ଆଲୋଚନା ଚାଲିଥିଲା ବେଳେ ଇରାନ ସେନା ପକ୍ଷରୁ ହାର୍ମୁଜ୍‌ ପ୍ରଣାଳୀରେ ସାମରିକ ଡ୍ରିଲ୍‌ କରାଯିବା ସହିତ ୫ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ଇରାନକୁ ଯୁଦ୍ଧ ଧମକ ଦେଇ ଆସିଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଯୁଦ୍ଧ ଆଶଙ୍କା ଦୂରହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ଏଭଳି ସ୍ଥିତିରେ ଆମେରିକା କି ଆଭିମୁଖ୍ୟ ଗ୍ରହଣ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?