ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ବଡ଼ ଡଙ୍ଗର ଓ ତେରେଡ଼ା ପାହାଡ଼ ମଧ୍ୟଭାଗରେ ପ୍ରବାହିତ ଚିରସ୍ରୋତା ଖାରିକୁଟି ନାଳରେ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ମୋଟ ୧୭.୧୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ କେନାଲ ଦ୍ୱାରା ଶତାଧିକ ଏକର ଚାଷଜମିକୁ ଜଳସେଚନ ହେବା ନିମନ୍ତେ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏବେ ମାତ୍ର ୨. ୪୬ କିଲୋମିଟର ଦୈର୍ଘ୍ୟ କେନାଲ ଦ୍ୱାରା ଜଳସେଚନ ହେଉଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ୨.୪୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ କେନାଲ ପୋତିହେବାକୁ ବସିଲାଣି। ସେହିପରି ପ୍ରକଳ୍ପର ଉଭୟ ପାର୍ଶ୍ୱରେ ନିର୍ମିତ ଲୁହାଗେଟ୍‌ ମଧ୍ୟ ନଷ୍ଟ ହୋଇଗଲାଣିି।
ବର୍ତ୍ତମାନ ଏହି ପ୍ରକଳ୍ପ ଶିରିଗୁଡ଼ାର ନଉକାଲମା ପାଣିପଞ୍ଚାୟତ ଅଧୀନରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଏବେ ଶିରିଗୁଡ଼ା ଗ୍ରାମପଞ୍ଚାୟତର ଧୋବାବିଲ, ଭୁରୁକୁଡୁ, ରେଙ୍ଗାମ ଓ ଶିରିଗୁଡ଼ା ଗ୍ରାମର ପ୍ରାୟ ୨୦୦ ଏକର ଜମିକୁ ଜଳସେଚନ ହେଉଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାଷୀ ଜଳକର ପୈଠ କରୁଥିବା ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ଚାଷୀଙ୍କ କହିବାନୁଯାୟୀ ନିୟମିତ ଜଳକର ପୈଠ କରୁଥିଲେ ମଧ୍ୟ ତାଙ୍କ ଜମିକୁ ଜଳ ପହଞ୍ଚତ୍ପାରୁନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବ୍ଲକ୍‌ର ଶିରିଗୁଡା, ଅସଡ଼ା, କଦମା ଓ ଏମ୍‌କେ ରାଇ ଗ୍ରାମପଞ୍ଚାୟତର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ୨୦୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳସେଚିତ ହୋଇପାରିବ ବୋଲି କୃଷକ ନେତା ଗଙ୍ଗାଧର ଚଲାଣ କହିଛନ୍ତି। ଏହି ଅଞ୍ଚଳରେ ଜଳ ଅଭାବରୁ ପ୍ରତିବର୍ଷ ଶତାଧିକ ଏକର ଧାନ ଜମିରେ ମରୁଡ଼ି ଦେଖାଦେଉଛି। ଅନ୍ୟପକ୍ଷେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ଜଳସେଚନ ସାଙ୍ଗକୁ ଏଠାରେ ଉଭୟ ପାଶ୍ୱର୍ର୍ ପାହାଡ଼ରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ ହେଲେ ସବୁଜିମା ସୃଷ୍ଟିହେବା ସହ ନୂତନ ଜଙ୍ଗଲ ସୃଷ୍ଟିହୋଇପାରିବ। ରାଜ୍ୟ ସରକାର ଯଦି ଏହି ପ୍ରକଳ୍ପ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଅନ୍ତି ତେବେ ବ୍ଲକ୍‌ର ବହୁ ଚାଷୀ ଉପକୃତ ହେବେ। ଅଞ୍ଚଳରେ ଧାନ ସମେତ ଅର୍ଥକରୀ ଫସଲ ଯଥା ଆଖୁ, ସୂର୍ଯ୍ୟମୁଖୀ, ବିରି, ମୁଗ, ରାଶି ଓ ବିଭିନ୍ନ ପ୍ରକାର ଫୁଲଚାଷ ହୋଇପାରିବ ବୋଲି ଚାଷୀମାନେ କହିଛନ୍ତି। ଏହାଛଡ଼ା ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ଚିହ୍ନଟ ହୋଇପାରିବ। ଏହି ପ୍ରକଳ୍ପର ପୁନରୁଦ୍ଧାର ନିମନ୍ତେ କୃଷକ ନେତା ଗଙ୍ଗାଧର ଚଲାଣ ବହୁଥର ଜିଲାପାଳ, ବିଭାଗୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ସ୍ଥାନୀୟ ଚାଷୀଙ୍କ ସହଯୋଗରେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଗଲା। ଏହି ଖାରିକୁଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ୟୁଜିପିଏଲ୍‌ ମାଧ୍ୟମରେ ଜମିକୁ ଜଳସେଚନ କରାଯିବା ନେଇ ରାୟଗଡ଼ା ଏମ୍‌ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ୧୧।୨।୨୦୨୨ରେ ଜୟପୁର ଅଧୀକ୍ଷକ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ।

ସେମାନଙ୍କ ମୁହଁରୁ…

ଖାରିକୁଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ନିମନ୍ତେ ପୂର୍ବରୁ ବିଧାନସଭାରେ ପ୍ରଶ୍ନ କରିଥିଲି। ଏହାଛଡ଼ା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରଙ୍କ ସହ ମଧ୍ୟ ଆଲୋଚନା କରିଛି। ଏହି ପ୍ରକଳ୍ପ କିପରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ଦିଗରେ ନିଶ୍ଚିତ ଭାବେ ସରକାରଙ୍କ ନିକଟରେ ଦାବି କରିବି।
-ସତ୍ୟଜିତ ଗମାଙ୍ଗ, ଗୁଣପୁର ବିଧାୟକ
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବ୍ଲକ୍‌ର ୪ଟି ଗ୍ରାମପଞ୍ଚାୟତର ୫୦ରୁ ଊଦ୍ଧ୍ୱର୍ର୍ ଗ୍ରାମର ୨୦୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ।
-ଗଙ୍ଗାଧର ଚଲାଣ, ଆଞ୍ଚଳିକ ବିକାଶ ପରିଷଦ ସଭାପତି
ସରକାର ତୁରନ୍ତ ପଦକ୍ଷେପ ନେଇ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ ଏବଂ ଆମ ଅଞ୍ଚଳର ଶତାଧିକ ଚାଷୀଙ୍କ ପେଟକୁ ଦୁଇମୁଠା ଦାନା ଦିଅନ୍ତୁ।
-ବିରାଟ ଗୌଡ଼, ସ୍ଥାନୀୟ ଚାଷୀ
ଅଞ୍ଚଳର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ମୋ ଜୀବନର ଶେଷ ପାହାଚରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରହିଛି।
-ପଦ୍ମନାଭ କାଦମ୍ବାଲୁ,
ପାଣି ପଞ୍ଚାୟତ ସଭାପତି
ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆମ ଅଞ୍ଚଳରେ ଚାଷୀଙ୍କ ଅର୍ଥନୈତିକ ବିକାଶ ହୋଇପାରିବ ଏବଂ ପରିବେଶର ସୁରକ୍ଷା ହୋଇପାରିବ।
-ଜି. ଗିରିବାବୁ,
ଭାଜପା ନେତା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri