ଅବତାର ଆବଶ୍ୟକ

ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା, ଯିଏ ଅବତରୀ ନ ଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇ ନ ଥାନ୍ତା, ଯିଏ ଆବିର୍ଭାବ ହୋଇ ନ ଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ ମାର୍ଗଦର୍ଶନ କରାଇପାରି ନ ଥାନ୍ତେ, ଯିଏ ଉଚିତ ସମୟରେ ଉପଯୁକ୍ତ ଶକ୍ତି ସାମର୍ଥ୍ୟସମ୍ପନ୍ନ ଐଶ୍ୱର୍ଯ୍ୟ ଧାରଣକରି ଯଦି ଆସି ନ ଥାନ୍ତେ ଅନୈତିକ ଚାକଚକ୍ୟରେ ଆକର୍ଷିତ ହୋଇଯାଉଥିବା ଜନମାନସକୁ ପୁନଃ ଧର୍ମାନୁମୋଦିତ ସଂସ୍କୃତିସମ୍ପନ୍ନ କରାଇବା ଅସମ୍ଭବ ହୋଇଥାନ୍ତା। ଯିଏ ନ ଆସିଥିଲେ ପରିବାରର ସଦସ୍ୟମାନେ ସେମାନଙ୍କ ସମୁଚିତ କର୍ତ୍ତବ୍ୟ କ’ଣ ଜାଣିପାରି ନ ଥାନ୍ତେ। ଯିଏ ନ ଆସିଥିଲେ ତଥାକଥିତ ପଣ୍ଡିତମାନେ ଆପ୍ତବାକ୍ୟର ପ୍ରକୃତ ଅର୍ଥ ବ୍ୟାଖ୍ୟାକରି ନ ପାରି ତାହାକୁ କଦର୍ଥ କରୁଥାନ୍ତେ। ଯାହାଙ୍କ ଅନୁପସ୍ଥିତିରେ ମଣିଷ କେବଳ ଆକାର ମଣିଷ ହୋଇ ଅମଣିଷ ଭଳି ଅପକର୍ମଗୁଡ଼ିଏ କରୁଥାନ୍ତା। ଯାହାଙ୍କ ଆଗମନ ହୋଇ ନ ଥିଲେ ଏ ଭୂଖଣ୍ଡରେ ଥିବା ବହୁ ସହସ୍ର ଦେବଦେବୀ ମନ୍ଦିରରେ ଦିଅଁମାନେ ସେମାନଙ୍କର ପ୍ରାପ୍ୟ ପୂଜା ଆରାଧନା ହରାଇ ବସିଥାନ୍ତେ। ଅବତାର ତାଙ୍କର ଅଲୌକିକ ଶକ୍ତି ବଳରେ ଆଖି ଥାଇ ଅନ୍ଧ ପାଲଟିଥିବା ମାନବ ସମାଜକୁ ପୁନଃ ଦୃଷ୍ଟିଶକ୍ତି ପ୍ରଦାନକରି ତାଙ୍କର କର୍ତ୍ତବ୍ୟ ପ୍ରତି ସଚେତନ କରାଇ ପୁରୁଷ ପରେ ପୁରୁଷ ଧରି ଯେଉଁ ସଦୟ କୃପା ପ୍ରଦାନ କରନ୍ତି ତାହା ଅଚିନ୍ତନୀୟ। ପରିବାରର ପବିତ୍ରତା, ମାନବ ବସତିର ନିରୋଳ ଭକ୍ତିପୂର୍ଣ୍ଣ ବାତାବରଣ, ଗୁରୁଜନମାନଙ୍କର ସ୍ନେହପୂର୍ଣ୍ଣ ଶାସନ, ଯୁବକମାନଙ୍କ ଦାବି ସହିତ ସେମାନଙ୍କର ଦାୟିତ୍ୱଜ୍ଞାନ, ମହିଳାମାନଙ୍କଠାରେ ଥିବା ସହଜାତ କୋମଳତା, ସେବା ଭାବ, ଅତିଥି ପରାୟଣତା, ଶିଶୁମାନଙ୍କଠାରେ ଆଜ୍ଞାନୁବହତା, ଅଧ୍ୟବସାୟ, ଶିକ୍ଷା ଆହରଣ କରିବାର ଉତ୍ସୁକତା ଅବତାରଙ୍କ ବ୍ୟତୀତ କିଏ ପୁନଃ ସ୍ଥାପନ କରାଇପାରନ୍ତା?
ପୃଥିବୀରେ ବିଭିନ୍ନ ଦେଶର ପୂର୍ବଜମାନଙ୍କ ସାଧନା ବଳରେ ତାଙ୍କ ଭୂଖଣ୍ଡର ଯେ ଗୋଟାଏ ସଂସ୍କୃତି ଅଛି ଏବଂ ତାହାର ପାଳନ ଓ ଅନୁସରଣ ସେ ଦେଶବାସୀଙ୍କୁ ନିଜ ପିତାଙ୍କ ଭଳି ସୁରକ୍ଷା ପ୍ରଦାନକରେ ତାହାର ବିପରୀତ ହେଲେ ତାହା ପରିଣାମ କିପରି ବିଷମୟ ହୁଏ ସେ ଶିକ୍ଷା କିଏ ଦେଇଥାନ୍ତା? ନିଜ ନିଜର ସଂସ୍କୃତିକୁ ଭଲ ପାଇବା ଓ ତାହାର ପ୍ରଭାବରେ ନିଜେ ସଂସ୍କାରିତ ହେବାର ଦୀକ୍ଷା ଦେବା ଭଳି ଦାୟିତ୍ୱ ଅବତାରଙ୍କ ବ୍ୟତୀତ କିଏ ଆପଣା ଛାଏଁ ବହନ କରନ୍ତା?
ଭଗବାନଙ୍କର ଏ ସୃଷ୍ଟି ଏହାର ଅନ୍ତରାଳରେ ନିହିତ ଥିବା ସେ ସତ୍ୟକୁ ଜାଣିବା ଓ ବୁଝିବାର ଶକ୍ତି, ସତ୍ୟକୁ ବୁଝି ତାହାକୁ ଦୈନନ୍ଦିନ ଜୀବନରେ ପାଳି ସେଥିରୁ ଲାଭବାନ ହେବା ପରିଶେଷରେ ଏକ ଲାଭପ୍ରଦ ମୃତ୍ୟୁ ହାସଲ କରିବାର କଳା ଅବତାରଙ୍କ ଭିନ୍ନ ଆଉ କିଏ ଶିଖାଇ ଦେଉଥାନ୍ତା। ମାନବ ଜୀବନ, ମାନବ ଶରୀର, ମାନବ ଜନ୍ମ ଲାଭ କରିବାର ଉଦ୍ଦେଶ୍ୟ, ଜୀବନର ଲକ୍ଷ୍ୟ, ଲକ୍ଷ୍ୟ ହାସଲ କରିବାର ପଥ ନିର୍ବାଚନ ସେ ପଥର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କରାଇ ଅବାଟରେ ଯାଉଥିବା ଲୋକମାନଙ୍କୁ ଠିକ୍‌ ମାର୍ଗରେ ଚଳାଇବା ଭଳି ଦୁରୂହ ବ୍ୟାପାର କାହାକୁ ସରଳ ମନେହୁଅନ୍ତା ଅବତାରଙ୍କ ବିନା।
ପୁରାକାଳର ଦିବ୍ୟଦ୍ରଷ୍ଟା ଯୋଗୀଋଷିମାନେ ତାଙ୍କ ତପସ୍ୟା ବଳରେ ଯେଉଁ ଦୁର୍ଲଭ ଅଭିଜ୍ଞତା ହାସଲ କରିଥିଲେ, ଯେଉଁ ଅବ୍ୟର୍ଥ ମନ୍ତ୍ରମାନ ହାସଲ କରିଥିଲେ, ମାନବ ସମାଜର ଉପକାର ପାଇଁ ଅକାତରେ ନିଃସ୍ବାର୍ଥ ଭାବ ସହ ପ୍ରଦାନ କରିଦେଇଯାଇଛନ୍ତି। ତାହା ସବୁ ଅବମାନିତ ହୋଇ ଅନାବଶ୍ୟକ ତତ୍ତ୍ୱ ହିସାବରେ ମାନବ ସମାଜର ଅଗୋଚରରେ ନଷ୍ଟ ହୋଇଯିବାକୁ ବସିଥିଲାବେଳେ ଅବତାର ପୁରୁଷମାନେ ଆସି ତାହାର ପୁନର୍ବାର ପ୍ରବର୍ତ୍ତନ କରାଇ ମଣିଷର ଅଶେଷ ଉପକାର ସାଧନ କରାଇଥାନ୍ତି। ଉପନିଷଦ, ସଂହିତା, ସ୍ମୃତିଶାସ୍ତ୍ର ଓ ବିଭିନ୍ନ ସ୍ଥାନୀୟ ଭାଷାରେ ଲିଖିତ ବହୁ ଅମୂଲ୍ୟରତ୍ନ ସାଉଣ୍ଟି ଆଣି ପୁନର୍ବାର ଲୋକ ସମାଜରେ ପ୍ରବର୍ତ୍ତନ କରାଇ ଲୋକ ମର୍ଯ୍ୟାଦା, ଋଷି ମର୍ଯ୍ୟାଦା, କବି ମର୍ଯ୍ୟାଦା, ଶାସ୍ତ୍ର ମର୍ଯ୍ୟାଦା, ମନ୍ତ୍ର ମର୍ଯ୍ୟାଦାକୁ ଫେରାଇ ଆଣି ପୁରାତନକୁ ସନାତନ କରାଇବାର କ୍ଷମତା କେବଳ ଅବତାରଙ୍କର ହିଁ ଥାଏ। ଏହାଦ୍ୱାରା ସେ ତାଙ୍କ ନିଜ ସୃଷ୍ଟିର ପରମ ମଙ୍ଗଳ ସାଧନ କରିବା ସହ ଯୁଗ ଯୁଗ ପାଇଁ ପୂଜନୀୟ ଓ ସ୍ମରଣୀୟ ହୋଇ ଅମରତ୍ୱ ପ୍ରାପ୍ତ ହୋଇଯାଆନ୍ତି। ପର୍ବପର୍ବାଣି ପାଳନ ଅନ୍ତରାଳରେ ଥିବା ନିହିତ ତାତ୍ପର୍ଯ୍ୟ ଜ୍ଞାପନ କରାଇ ଲୋକମାନଙ୍କ ଜୀବନଯାପନର ଶୈଳୀ ତ୍ୱରାନ୍ବିତ କରାଇ ଆଧ୍ୟାତ୍ମିକ ଉତ୍ତରଣକୁ ସୁନଶ୍ଚିତ କରାଇ ମର୍ତ୍ତ୍ୟଲୋକ ତଥା ଦେବଲୋକରେ ଭଗବାନଙ୍କ ପ୍ରିୟ ହେବାର କଳାକୌଶଳ ଅବତାରଙ୍କ ବିନା କିଏ ବା ଶିଖାଇ ପାରିଥାନ୍ତା।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri