ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ ଓଡ଼ିଶାର ଏକ ଘରୋଇ ଯାତ୍ରୀବାହୀ ବସରେ ନିଆଁ ଲାଗି ଯାଇଛି। ବସରେ ଭୁବନେଶ୍ୱରରୁ ନିଜ ଗ୍ରାମ ମାଲକାନଗିରି ଜିଲାର ଚିତ୍ରକୋଣ୍ଡାକୁ ଫେରୁଥିବା ବିଧାୟକ ମଙ୍ଗୁ ଖିଲ ବସରୁ ଡେଇଁ ଡ୍ରାଇଭର ସହ ମିଶି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ବସରେ ପଠାଇବାରେ ସହଯୋଗ କରିଥିଲେ।
ସୂଚନାମୁତାବକ,ଭୁବନେଶ୍ୱରରୁ ମାଲକାନଗିରି ଜିଲା କାଲିମେଳା ଅଭିମୁଖେ ଆସୁଥିବା ନୀଳକଣ୍ଠେଶ୍ୱର (ଅରେଞ୍ଜ) ନାମକ ଏକ ଘରୋଇ ସ୍ଲିପର୍‌ ବସ ନଂ(OD02 CS 4002)ରେ ପ୍ରାୟ ୩୯ ଜଣ ଯାତ୍ରୀ ନିଜ ନିଜ ଗନ୍ଥବ୍ୟସ୍ଥଳକୁ ଫେରୁଥିଲେ। କିନ୍ତୁ ହଠାତ୍‌ ବିଳମ୍ବିତ ରାତି ପ୍ରାୟ ଉପରୋକ୍ତ ଗ୍ରାମ ଯଥା ଆନ୍ଧ୍ର ପ୍ରଦେଶର ତାରାପୁରମ ଗ୍ରାମ ନିକଟରେ ଉକ୍ତ ବସରେ ଲାଗି ଯାଇଥିଲା ନିଆଁ । ଏହି ସମୟରେ ବସରେ ବସି ଫେରୁଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ବସରୁ ଡେଇଁ ଡ୍ରାଇଭରର ସହଯୋଗରେ ବସରେ ରହିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ଏକ ବସରେ ଜୟପୁର ପଠାଇବାରେ ସହଯୋଗ କରିଥିଲେ।
ସେପଟେ ନିଆଁ ଲାଗି ଜଳି ଯାଇଥିବା ବସର ଡ୍ରାଇଭର ସୁକଦେବ ବେହେରାଙ୍କ କହିବା ଅନୁସାରେ, ମୁଁ ଶୋଇଥିଲି ଅନ୍ୟ ଡ୍ରାଇଭର ଦାଶରଥି ପୃଷ୍ଟି ଚଲାଉଥିବାବେଳେ ଏକ ଫାଟିବା ଭଳି ଶବ୍ଦ ହୋଇଥିଲା। ଯେଉଁଥିରେ କି ମୋ ନିଦ ଭାଙ୍ଗି ଯିବାରୁ ଚଲାଉଥିବା ଡ୍ରାଇଭରଙ୍କୁ ବସ ରଖିବା ପାଇଁ କହିଥିଲିଙ୍‌। ବସରୁ ଓହ୍ଲାଇ ଦେଖିବାକୁ ପାଇଥିଲି କି ବସରେ ପଛ ଚକା ପାଖରେ ରହିଥିବା ହାଉଜିଙ୍ଗ ନିକଟରେ ଥିବା ଓୟାର୍‌ରୁ ନିଆଁ ଲଗିଛି। ଏହାଦେଖି ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ ନିଆଁ ନ ଲିଭିବାରୁ ବସରେ ରହିଥିବା ଗ୍ୟାସ କାଡି ଲିଭାଇବା ସମୟରେ ବସର ବେଲୁନ ଫାଟିଯିବାରୁ ଆଉ ନିଆଁକୁ ଆୟତ୍ତ କରି ହେଲାନାହିଁ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବସରେ ରହିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳା ଯାତ୍ରୀ ସ୍ଲିପର୍‌ରେ ଶୋଇଥିବାବେଳେ ସେ ପିନ୍ଧି ଥିବା ସୁନାକୁ କାଡି ତକିଆ ତଳେ ରଖି ଶୋଇଥିଲେ କିନ୍ତୁ ଏହି ସମୟରେ ତରବରିଆ ଭାବେ ନିଆଁ ଲାଗିଥିବା ବସରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ଓହ୍ଲାଇ ପଡିଥିଲେ। କିନ୍ତୁ ନିଜ ସୁନାକୁ କାଡି ପାରି ନ ଥିବାରୁ ଘଟଣାସ୍ଥଳେ ଖବର ପାଇ ପହଞ୍ଚିଥିବା ଆନ୍ଧ୍ର ପୋଲିସଙ୍କ ସହାୟତା ସୁନା ଖୋଜିବା ପରେ ମିଳିଥିଲା। ଘଟଣାସ୍ଥଳରେ ଆନ୍ଧ୍ର ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?