ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଲ୍‌ପିଜି ସଙ୍କଟ ମଧ୍ୟରେ ଜଣାଶୁଣା ଫୁଡ ଡେଲିଭରି ପ୍ଲାଟଫର୍ମ Zomato ନିଜର ’ପ୍ଲାଟଫର୍ମ ଫି’ (Platform Fee) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପରେ ଏବେ ପ୍ରତି ଅର୍ଡର ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

ଜୋମାଟୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ନିଜର ପ୍ଲାଟଫର୍ମ ଫି’କୁ ୨.୪୦ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ GST ଲାଗିବା ପୂର୍ବରୁ ଏହି ଚାର୍ଜ ୧୨.୫୦ ଟଙ୍କା ଥିଲା, ଯାହା ଏବେ ବଢ଼ି ୧୪.୯୦ ଟଙ୍କାରେ ପହଞ୍ଚିଛି। ଏହି ନୂଆ ଦର ପ୍ରତି ଅର୍ଡର ଉପରେ ତୁରନ୍ତ ଲାଗୁ ହେବ। ଆପଣ ଦିନକୁ ଥରେ ଅର୍ଡର କରନ୍ତୁ କିମ୍ବା ୧୦ ଥର, ପ୍ରତିଥର ଆପଣଙ୍କୁ ଏହି ବର୍ଦ୍ଧିତ ଶୁଳ୍କ ଦେବାକୁ ପଡ଼ିବ।

ଜୋମାଟୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ Swiggy ମଧ୍ୟ ସମାନ ପଥ ଅନୁସରଣ କରୁଛି। ଟିକସ ମିଶାଇ ସ୍ବିଗି ବର୍ତ୍ତମାନ ପ୍ରତି ଅର୍ଡର ପାଇଁ ୧୪.୯୯ ଟଙ୍କା ପ୍ଲାଟଫର୍ମ ଫି’ ଆଦାୟ କରୁଛି। ଦୁଇ କମ୍ପାନୀ ମଧ୍ୟରେ ପ୍ରାଇସିଂ ଟ୍ରେଣ୍ଡ ପ୍ରାୟ ସମାନ ରହୁଛି। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୫ରେ ମଧ୍ୟ ଏହି ଚାର୍ଜ ବଢ଼ାଯାଇଥିଲା।

ଯେଉଁ ସମୟରେ ଜୋମାଟୋ ଏବଂ ସ୍ବିଗି ଚାର୍ଜ ବଢ଼ାଉଛନ୍ତି, ସେହି ସମୟରେ ଅର୍ବାନ ମୋବିଲିଟି ଷ୍ଟାର୍ଟଅପ୍‌ Rapido ଫୁଡ ଡେଲିଭରି ବ୍ୟବସାୟରେ ପ୍ରବେଶ କରିଛି। ବେଙ୍ଗାଲୁରୁରେ ’ଓନଲି’ (Only) ନାମରେ ଏହି ସେବା ଆରମ୍ଭ ହୋଇଛି। ରାପିଡୋ ସ୍ପଷ୍ଟ କରିଛି ଯେ ସେମାନେ କେବଳ ଡେଲିଭରି ଫି’ ନେବେ ଏବଂ ଗ୍ରାହକ କିମ୍ବା ରେଷ୍ଟୁରାଣ୍ଟଠାରୁ କୌଣସି ଅତିରିକ୍ତ ‘ପ୍ଲାଟଫର୍ମ ଫି’ ଚାର୍ଜ କରିବେ ନାହିଁ। ଏହା ଦ୍ୱାରା ଅନ୍ୟ କମ୍ପାନୀଗୁଡ଼ିକ ଉପରେ ଚାପ ପଡ଼ିପାରେ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଇନ୍ଧନ ଖର୍ଚ୍ଚ ବଢ଼ୁଛି, ଯାହା ଡେଲିଭରି ଅପରେଶନକୁ ପ୍ରଭାବିତ କରୁଛି। ତେବେ ବାରମ୍ବାର ଏହି ଚାର୍ଜ ବୃଦ୍ଧି ଯୋଗୁ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri